Posted inଜାତୀୟ

ୟୁପିର ୫ ବାହୁବଳୀ ମାଫିଆ ଡନ୍‌: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା

ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ ଫେରାର ହୋଇ ଯାଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ୩୩ ଅପରାଧୀଙ୍କ ତାଲିକା ଜାରି କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବାହୁବଳୀ ମଧ୍ୟ ରହିଛନ୍ତି। ରାଜ୍ୟ ଅପରାଧ ଇତିହାସରେ ୫ ଜଣ ମାଫିଆଡନ୍‌ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେମାନଙ୍କ ନାମରେ ହତ୍ୟା, ଲୁଟ୍‌ ,ବଟି ଆଦାୟ ଆଦି ୨୦୦ରୁ ଅଧିକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ଦାଏର ହୋଇଛି। ସେମାନଙ୍କ ମଧ୍ୟରେ ମୁଖତାର୍‌ ଅନ୍‌ସାରୀ, ଅତିକ୍‌ ଅହମ୍ମଦ୍‌, ଧନଞ୍ଜୟ ସିଂ, ବଦନ ସିଂ ବଦ୍ଦୋ ଏବଂ ବୃଜେଶ୍‌ ସିଂ ପ୍ରମୁଖଙ୍କ ନାମ ରହିଛି। ଏହି ଅପରାଧୀଙ୍କ ମଧ୍ୟରେ କେତେକ ୫ ଥର ବିଧାୟକ ରହିଥିବାବେଳେ କିଛି ଲଗାତର ୨୪ ବର୍ଷ ଧରି ନିର୍ବାଚନ ଜିତି ଚାଲିଛନ୍ତି। ମୁଖତାର୍‌ ଅନ୍‌ସାରୀ ରାଜ୍ୟରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ୧୫ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କ ନାମରେ ୪୦ରୁ ଅଧିକ ଆପରାଧୀକ ମାମଲା ରୁଜୁ ହୋଇଛି। ତାଙ୍କ ଦୁଇ ପୁଅ କୋଟିପତି ଥିବାବେଳେ ଭାଇ ଅଫଜଲ ଅନସାରୀ ଗାଜିପୁର ଏମ୍‌ପି ରହିଛନ୍ତି। ଅତିକ୍‌ ଅହମ୍ମଦ୍‌ ରାଜ୍ୟର ପୂର୍ବତନ ଏମ୍‌ପି। ସେ ଗତ ୩ ବର୍ଷ ଧରି ଜେଲ୍‌ରେ ଅଛନ୍ତି। ତାଙ୍କ ନାମରେ ୮୩ରୁ ଅଧିକ ମାମଲା ରହିଛି। ତାଙ୍କ ନାମ ଶୁଣିଲେ ଲୋକେ ଭୟ କରିଥାନ୍ତି। କୁହାଯାଏ ତାଙ୍କର ବିଚାର କରୁଥିବା ୧୦ ବିଚାରପତି ନିଜକୁ ଏହି ମାମଲାଠାରୁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଥିଲେ। ଧନଞ୍ଜୟ ସିଂ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ ୪୦ରୁ ଅଧିକ ମାମଲା ରହିଛି। ବଦନ ସିଂ ବଦ୍ଦୋଙ୍କ ନାମରେ ବହୁ ଆପରାଧୀକ ମାମଲା ରହିଛି। ୨୦୧୭ ଅକ୍ଟୋବର ୩୦ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା। ତେବେ କିଛି ଦିନ ଜେଲ୍‌ରେ ରହିବା ପରେ ସେ ୬ ଜଣ ପୋଲିସଙ୍କୁ ମଦରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ। ଏହା ପିଇବା ପରେ ପୋଲିସ ବେହୋସ୍‌ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ସେ ଜେଲ୍‌ରୁ ଫେରାର୍‌ ହୋଇଯାଇଥିଲେ। ଏହି ମାମଲାରେ ୬ ପୋଲିସଙ୍କ ସମେତ ୧୮ ଜଣ ଲୋକଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ବୃଜେଶ୍‌ ସିଂଙ୍କ ନାମରେ ୩୦ରୁ ଅଧିକ ମାମଲା ରହିଛି। ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସେ ୬ ଜଣଙ୍କୁ ହତ୍ୟା କରିଥିଲେ। ଏବେ ସେ ୨୦୦୮ଠାରୁ ଜେଲ୍‌ରେ ବନ୍ଦ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?