Posted inଜାତୀୟ

ୟୁପିର ୫ ବାହୁବଳୀ ମାଫିଆ ଡନ୍‌: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା

ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ ଫେରାର ହୋଇ ଯାଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ୩୩ ଅପରାଧୀଙ୍କ ତାଲିକା ଜାରି କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବାହୁବଳୀ ମଧ୍ୟ ରହିଛନ୍ତି। ରାଜ୍ୟ ଅପରାଧ ଇତିହାସରେ ୫ ଜଣ ମାଫିଆଡନ୍‌ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେମାନଙ୍କ ନାମରେ ହତ୍ୟା, ଲୁଟ୍‌ ,ବଟି ଆଦାୟ ଆଦି ୨୦୦ରୁ ଅଧିକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ଦାଏର ହୋଇଛି। ସେମାନଙ୍କ ମଧ୍ୟରେ ମୁଖତାର୍‌ ଅନ୍‌ସାରୀ, ଅତିକ୍‌ ଅହମ୍ମଦ୍‌, ଧନଞ୍ଜୟ ସିଂ, ବଦନ ସିଂ ବଦ୍ଦୋ ଏବଂ ବୃଜେଶ୍‌ ସିଂ ପ୍ରମୁଖଙ୍କ ନାମ ରହିଛି। ଏହି ଅପରାଧୀଙ୍କ ମଧ୍ୟରେ କେତେକ ୫ ଥର ବିଧାୟକ ରହିଥିବାବେଳେ କିଛି ଲଗାତର ୨୪ ବର୍ଷ ଧରି ନିର୍ବାଚନ ଜିତି ଚାଲିଛନ୍ତି। ମୁଖତାର୍‌ ଅନ୍‌ସାରୀ ରାଜ୍ୟରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ୧୫ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କ ନାମରେ ୪୦ରୁ ଅଧିକ ଆପରାଧୀକ ମାମଲା ରୁଜୁ ହୋଇଛି। ତାଙ୍କ ଦୁଇ ପୁଅ କୋଟିପତି ଥିବାବେଳେ ଭାଇ ଅଫଜଲ ଅନସାରୀ ଗାଜିପୁର ଏମ୍‌ପି ରହିଛନ୍ତି। ଅତିକ୍‌ ଅହମ୍ମଦ୍‌ ରାଜ୍ୟର ପୂର୍ବତନ ଏମ୍‌ପି। ସେ ଗତ ୩ ବର୍ଷ ଧରି ଜେଲ୍‌ରେ ଅଛନ୍ତି। ତାଙ୍କ ନାମରେ ୮୩ରୁ ଅଧିକ ମାମଲା ରହିଛି। ତାଙ୍କ ନାମ ଶୁଣିଲେ ଲୋକେ ଭୟ କରିଥାନ୍ତି। କୁହାଯାଏ ତାଙ୍କର ବିଚାର କରୁଥିବା ୧୦ ବିଚାରପତି ନିଜକୁ ଏହି ମାମଲାଠାରୁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଥିଲେ। ଧନଞ୍ଜୟ ସିଂ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ ୪୦ରୁ ଅଧିକ ମାମଲା ରହିଛି। ବଦନ ସିଂ ବଦ୍ଦୋଙ୍କ ନାମରେ ବହୁ ଆପରାଧୀକ ମାମଲା ରହିଛି। ୨୦୧୭ ଅକ୍ଟୋବର ୩୦ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା। ତେବେ କିଛି ଦିନ ଜେଲ୍‌ରେ ରହିବା ପରେ ସେ ୬ ଜଣ ପୋଲିସଙ୍କୁ ମଦରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ। ଏହା ପିଇବା ପରେ ପୋଲିସ ବେହୋସ୍‌ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ସେ ଜେଲ୍‌ରୁ ଫେରାର୍‌ ହୋଇଯାଇଥିଲେ। ଏହି ମାମଲାରେ ୬ ପୋଲିସଙ୍କ ସମେତ ୧୮ ଜଣ ଲୋକଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ବୃଜେଶ୍‌ ସିଂଙ୍କ ନାମରେ ୩୦ରୁ ଅଧିକ ମାମଲା ରହିଛି। ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସେ ୬ ଜଣଙ୍କୁ ହତ୍ୟା କରିଥିଲେ। ଏବେ ସେ ୨୦୦୮ଠାରୁ ଜେଲ୍‌ରେ ବନ୍ଦ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର...

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ...

‘ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ’

ଚଣ୍ଡିଗଡ଼,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଉଡାଣ ଲାଗି ଅନୁମତି ନ ମିଳିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିରେ ମୋତେ ଯୋଗଦେବାକୁ ଦିଆଗଲା...

ଦୂର ହେଉନି ଅଚଳାବସ୍ଥା

ନୂଆଦିଲ୍ଲୀ, ୨୨।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୨୬ ଦିନରେ ପହଞ୍ଚତ୍ଥିବାବେଳେ ସମାଧାନର ବାଟ ବାହାରିପାରୁନାହିଁ। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଚାଷୀମାନେ...

ହନିପ୍ରୀତଙ୍କୁ ନେଇ ୨ କଏଦୀଙ୍କ ମଧ୍ୟରେ ଝଗଡା ବଢିଲା ଆଉ ଏକ ବର୍ଷ ଜେଲ୍‌ଦଣ୍ଡ

ସାଗର,୧୪।୭: ମଧ୍ୟ ପ୍ରଦେଶ ସାଗର ଜିଲାରେ ଥିବା ଏକ ଜେଲ୍‌ରେ ୨ କଏଦୀଙ୍କ ମଧ୍ୟରେ ହନିପ୍ରୀତଙ୍କୁ ନେଇ ଝଗଡା ହେବାରୁ ଜଣେ କଏଦୀଙ୍କର ଜେଲ୍‌ଦଣ୍ଡକୁ ଆଉ...

ମୋଦି-ପୁଟିନ ସାକ୍ଷାତ୍‌କାର: ମୋଦି କହିଲେ ବିଶ୍ୱରେ ଅନେକ କିଛି ବଦଳିଛି ହେଲେ ଆମ ବନ୍ଧୁତ୍ୱ ନୁହେଁ

ନୂଆଦିଲ୍ଲୀ,୬ ।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ସୋମବାର ସାକ୍ଷାତ୍‌କାର ହୋଇଛି । ଏହି...

କରୋନା ଲଢ଼େଇରେ ଡ୍ରୋନ୍‌, ରୋବୋ

ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍‌ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍‌, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍‌କୁ ବ୍ୟବହାର...

ପଶ୍ଚିମବଙ୍ଗ ରାଜନୀତି ସରଗରମ: ମୋଦିଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

କୋଲକାତା,୨ ।୭: ପଶ୍ଚିମବଙ୍ଗ ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନରାଲ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି...

Advertisement
Archives

Model This Week