ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର, ତାହା ସମସ୍ତେ ହୃଦୟଙ୍ଗମ କରୁଥିଲେ ହେଁ ବାସ୍ତବ ଭାବେ ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ଖୁବ୍‌ କମ୍‌ କାର୍ଯ୍ୟ କରାଯାଉଛି। ଅସନ୍ତୁଳିତ ପରିବେଶ ଏବଂ ଅସମୟରେ ଋତୁ ପରିବର୍ତ୍ତନ କେବଳ ମାନବସମାଜ ପାଇଁ ନୁହେଁ, ବୃକ୍ଷ ଏବଂ ଉଦ୍ଭିଦ ଜଗତ ପାଇଁ ମଧ୍ୟ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଶୀତଋତୁର ଶେଷଭାଗ ଏବଂ ବସନ୍ତର ପ୍ରାରମ୍ଭରେ ଅସ୍ବାଭାବିକ ଗରମ ପଡ଼ିବା ହେତୁ ଏହା ପ୍ରାଣୀ ଏବଂ ଉଦ୍ଭିଦ ଜଗତର ଆଚରଣଗତ ଢାଞ୍ଚାରେ ପରିବର୍ତ୍ତନ ଆଣୁଛି ବୋଲି ଏ ସମ୍ପର୍କରେ ଗବେଷଣା ଜାରି ରଖିଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱସ୍ତରରେ ଚଳିତ ବର୍ଷ ଫେବୃଆରୀ ମାସରେ ସର୍ବାଧିକ ଗରମ ଅନୁଭୂତ ହେବା ସହ ପଞ୍ଚମଥର ପାଇଁ ଏହି ମାସକୁ ସର୍ବାଧିକ ଗ୍ରୀଷ୍ମ ମାସ ଭାବେ ରେକର୍ଡ କରାଯାଇଥିଲା। ଫେବୃଆରୀ ଏବଂ ମାର୍ଚ୍ଚ ମାସର ପ୍ରାରମ୍ଭରେ ଦେଶର ବିଭିନ୍ନ ଭାଗରେ ଅସ୍ବାଭାବିକ ଗରମ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଥିଲା। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମାର୍ଚ୍ଚ ପ୍ରାରମ୍ଭରେ ଯେଭଳି ଗରମ ରେକର୍ଡ କରାଯାଇଥିଲା ତାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ। ଅନ୍ୟପକ୍ଷରେ ଏହି ସମୟରେ ହିମାଳୟ ଅଞ୍ଚଳରେ ଯେଭଳି ଶୀତ ଲହରି ଦେଖାଯିବା କଥା ତାହା ଅନୁଭୂତ ହୋଇ ନ ଥିଲା। ଏଭଳି ସ୍ଥିତି ବନ୍ୟପ୍ରାଣୀ ଏବଂ ଉଦ୍ଭିଦ ଜଗତ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ସହିତ ସେମାନେ ଅତ୍ୟନ୍ତ କଠୋର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାଦ୍ୱାରା ସେମାନଙ୍କ ଆଚରଣଗତ ଢାଞ୍ଚାରେ ଯଥେଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରେ ସ୍ବାଭାବିକଠାରୁ ୫ରୁ ୧୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥିବାରୁ ଫୁଲ ଫୁଟିବା, ପ୍ରଜନନ ଏବଂ ପ୍ରବାସନର ପ୍ରାକୃତିକ ଧାରାକୁ ପ୍ରଭାବିତ କରିଛି। ଅସମୟରେ ଋତୁ ପରିବର୍ତ୍ତନର ପ୍ରଭାବକୁ ନେଇ ଗବେଷକମାନେ କଶ୍ମୀର ଉପତ୍ୟକାରେ ଉଦ୍ଭିଦ ଜଗତରେ ଦେଖାଯାଇଥିବା ପରିବର୍ତ୍ତନକୁ ସାମ୍ନାକୁ ଆଣିଛନ୍ତି। ଫେବୃଆରୀରେ କଶ୍ମୀର ଉପତ୍ୟକାର ତାପମାତ୍ରା ଯେତିକି ଅଧିକ ରହିଥିଲା ତାହା ୩୫ ବର୍ଷର ରେକର୍ଡ ଅତିକ୍ରମ କରିଛି। ଏହାଦ୍ୱାରା ଏହି ଅଞ୍ଚଳର ପ୍ରାୟ ୨୦୦ ପ୍ରଜାତିର ଫୁଲ ଆଗରୁ ଫୁଟିଥିଲା। ମହୁମାଛିଙ୍କଠାରୁ ଆରମ୍ଭ କରି ଅନ୍ୟ ପରାଗ ସଙ୍ଗମ ଏହି ସମୟରେ ସକ୍ରିୟ ନ ଥିବାରୁ ପରିବେଶ ସନ୍ତୁଳନ ବ୍ୟାହତ ହେବା ସହିତ ମହୁମାଛିଙ୍କ ବଂଶ ବୃଦ୍ଧି ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି ହୋଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭିନ୍ନ ପ୍ରଜାତିର ପକ୍ଷୀ ଅଣ୍ଡା ଦେଇଥାଆନ୍ତି। କିନ୍ତୁ ଅସମୟରେ ଋତୁ ପରିବର୍ତ୍ତନ ସେମାନଙ୍କ ସ୍ବାଭାବିକ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?