ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ ଓରଫ ପାର୍ଥ (୪୮ ବର୍ଷ)ଙ୍କର ଅକାଳ ବିୟୋଗ ଘଟିଛି। ଜଣେ ମେଳାପୀ, ସହଯୋଗୀ ଏବଂ ଅନ୍ୟର ସୁଖଦୁଃଖରେ ସାମିଲ ହେଉଥିବା ଯୁବକ ଭାବେ ପରିଚିତ ପାର୍ଥଙ୍କ ଏପରି ଅକାଳ ମୃତ୍ୟୁ ହାଟଡିହୀ ବ୍ଲକ ସମେତ ସମଗ୍ର ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଅମୃତପୁର ନିକଟରେ ସୁଶାନ୍ତ ରାଉତ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆନନ୍ଦପୁର ଡାକ୍ତରଖାନା ପରିସରରେ ସାଙ୍ଗସାଥୀ, ସମ୍ପର୍କୀୟ, ଛେନାପଦି ଛକର ବ୍ୟବସାୟୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଶନିବାର ତାଙ୍କ ପାର୍ଥିବ ଶରୀର ଛେନାପଦିକୁ ଅଣାଯିବା ପରେ ଛେନାପଦି ଛକ ବ୍ୟବସାୟୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଶୋକାକୁଳ ବରିଷ୍ଠ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ବଜାର ପରିକ୍ରମା କରାଯାଇଥିଲା। ଏହି ସମୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ବଞ୍ଚୋ ଗ୍ରାମବାସୀଙ୍କ ପକ୍ଷରୁ ଶବ ଶୋଭାଯାତ୍ରା କରାଯାଇ ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଏହି ଶେଷଯାତ୍ରାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଭାଜପା ନେତା ଆଲୋକ ସେଠୀ, ହାଟଡିହୀ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, MP ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ୟବସାୟୀ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ସମ୍ପାଦକ କିଶୋର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମୀ, ଜନପ୍ରତିନିଧି, ସାମାଜିକ କର୍ମୀ ଓ ଶହ ଶହ ଗ୍ରାମବାସୀ ସାମିଲ ହୋଇ ପାର୍ଥଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ।

ଏହି ଅପୂରଣୀୟ କ୍ଷତିରେ ପରିବାରବର୍ଗ ଓ ଛେନାପଦି ଛକ ବ୍ୟବସାୟୀ ସମାଜ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ଏନେଇ ନନ୍ଦିପଦା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ ୧୭/୨୦୨୬) ରୁଜୁ କରି ଘଟଣାର ତଦନ୍ତ ଜାତି ରଖିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?