Posted inଜାତୀୟ

ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନୁଚ୍ଛେଦ ୨୧ ଲାଗୁ ହେବ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୧୨: ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ସହିତ ମେଡିକାଲ କର୍ମଚାରୀଙ୍କୁ ଏଥିଲାଗି ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ମେଡିକାଲକୁ କେରଳ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ପି.ଭି.କୁହ୍ନିକ୍ରିଷ୍ଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥାଏ। ଏହି ଅନୁଚ୍ଛେଦ କେବଳ ଜୀବନ ବ୍ୟକ୍ତି ନୁହନ୍ତି, ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ମଧ୍ୟ ଲାଗୁ ହେବ।

୫ଟି ସରକାରୀ ମେଡିକାଲ କଲେଜରେ ରାତିରେ ଅଟୋପ୍ସି ପାଇଁ ୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମାତ୍ର ଏହା କେବଳ କାଗଜ କଲମରେ ରହିଯାଇଥିଲା। ଏନେଇ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟ ସରକାର ଟଙ୍କାର ଅଭାବ ଥିବା ଦର୍ଶାଇ ଏହାକୁ ଟାଳି ପାରିବେ ନାହିଁ। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ତ ବ୍ୟବସ୍ଥା ଉପଲବ୍ଧ କରାଇବା ଉଚିତ ବୋଲି କୋର୍ଟ କହିଛନ୍ତି।

ଏନେଇ ଏକ କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି। କମିଟି କେଉଁ କେଉଁ ମେଡ଼ିକାଲ କଲେଜରେ ରାତିରେ ମୃତଦେହ ବ୍ୟବଚ୍ଛେଦ କରିହେବ ତାହାର ତଦାରଖ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ...

ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨...

ଆଫଗାନିସ୍ତାନରେ ଆଜମଗଡର ୨୮ବାସିନ୍ଦା, ପାସପୋର୍ଟ ନେଲେ ଛଡ଼ାଇ…

କାବୁଲ/ନୂଆଦିଲ୍ଲୀ,୧୯।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଅବସ୍ଥା ବିଗିଡିଯିବାରୁ ବହୁ ଭାରତୀୟ ସ୍ବଦେଶ ଫେରିଥିବାବେଳେ କେତେକ...

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡି ଅଧିକାରୀ

ମୁମ୍ବାଇ,୧୮।୭: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ। ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ୨ଟି...

ପ୍ରେମ ପାଇଁ ଛାଡ଼ିଲେ ବନ୍ଧୁକ: ମାଓବାଦୀ ସଂଗଠନକୁ ପଛରେ ପକାଇ କଲେ ବିବାହ

ବସ୍ତର,୨।୩: ପ୍ରେମ କୌଣସି ପ୍ରତିବନ୍ଧକ ମାନେନା। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମାଓବାଦୀ ସଂଗଠନରେ କାମ କରୁଥିବା ପ୍ରେମୀଯୁଗଳ। ମାଓବାଦୀ ସଂଗଠନରେ ପ୍ରେମ ଅବା...

ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ

ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର...

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।...

Advertisement
Archives

Model This Week