ସହରାଞ୍ଚଳରେ ସଫଳ ହେଉନି ଆବାସ ଯୋଜନା

ଭୁବନେଶ୍ୱର,୧୨।୫(ବ୍ୟୁରୋ): ୨୦୨୨ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କ୍ରମରେ ୨୦୧୫ରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଆରମ୍ଭ ହୋଇଥିଲା। ତେବେ ସହରାଞ୍ଚଳରେ ବହୁ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଅଧିକାଂଶ ହିତାଧିକାରୀ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଘର ତିଆରି ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ତେଣୁ ସହରାଞ୍ଚଳରେ ଏହି ଯୋଜନାର ସମ୍ପୂର୍ଣ୍ଣକରଣକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଭୁବନେଶ୍ୱରରେ ପିଏମ୍‌ଏଓ୍ବାଇ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କେତେ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିନାହାନ୍ତି ଏବଂ ଏହାର କାରଣ କ’ଣ ତାହା ଜାଣିବା ପାଇଁ ସମୀକ୍ଷା କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ଗୁରୁବାର ବିଏମ୍‌ସି କାର୍ଯ୍ୟାଳୟରେ ଷ୍ଟେକ୍‌ହୋଲ୍‌ଡରମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
୨୦୧୬-୧୭ ମଧ୍ୟରେ ପିଏମ୍‌ଏଓ୍ବାଇରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୬୮୪ଜଣ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବହୁ ହିତାଧିକାରୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବାବେଳେ ୨୧୨ଜଣ ହିତାଧିକାରୀ ଅଧାପନ୍ତରିଆ ଗୃହ ନିର୍ମାଣ କରିଛନ୍ତି। ତେଣୁ କେଉଁ କାରଣରୁ ଗୃହ ନିର୍ମାଣ ହୋଇପାରୁନି, ଅଧା ହୋଇ ପଡିରହିଛି, ଏପରିକି କିଛି ହିତାଧିକାରୀ ଗୋଟିଏ/ ଦୁଇଟି କିସ୍ତି ନେଇ କାହିଁକି ଘର କରିନାହାନ୍ତି ତାହାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ସର୍ଭେ କରାଯିବ। ଏ ନେଇ ଏକ ଏନ୍‌ଜିଓ ଲାଇଫ୍‌ ଏକାଡେମୀ ଅଫ୍‌ ଭୋକେସନାଲ ଷ୍ଟଡିଜ୍‌ (ଲାଭସ)କୁ ଅନ୍ତର୍ଭୁକ୍ତ କରାଯାଇଛି। ସମ୍ପୃକ୍ତ ଏନ୍‌ଜିଓ, ବିଏମ୍‌ସି କର୍ମଚାରୀ, କର୍ପୋରେଟର, କମ୍ୟୁନିଟି ଅର୍ଗାନାଇଜର, ସରକାରୀ ଆଦେଶ ପାଇଥିବା ହିତାଧିକାରୀଙ୍କୁ ନେଇ ଏକ କମିଟି ଗଠନ ହେବ। ଏହି କମିଟିରେ ୨୦ରୁ ୩୦ଜଣ ସଦସ୍ୟ ରହିବେ। ସେମାନଙ୍କୁ ନେଇ ୫ଟି ସବ୍‌କମିଟି ଗଠନ କରାଯିବ। ଏହି ସବ୍‌କମିଟି ୨ଦିନ ଧରି ଅସମ୍ପୂର୍ଣ୍ଣ ଥିବା ହିତାଧିକାରୀଙ୍କ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ସମୀକ୍ଷା ରିପୋର୍ଟକୁ ୪୫ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଘର ତିଆରି ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାର ମୁଖ୍ୟ କାରଣ ହେଉଛି ବର୍ଦ୍ଧିତ ଦର। ଅଧିକାଂଶ ହିତାଧିକାରୀଙ୍କର ଜମି ଭାଇଚାରାରେ ଥିବା କାରଣରୁ ସେମାନଙ୍କୁ ମୂଳ ଜମିର ଅଧିକାର ମିଳିପାରୁ ନାହିଁ। ନିଜ ନିଜ ମଧ୍ୟରେ ବିବାଦ ଲାଗି ରହୁଥିବାରୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନାହିଁ। କେତେକ ସ୍ଥାନରେ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କେତେଜଣ ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଜବରଦଖଲରେ ଗୃହ ନିର୍ମାଣ କରୁଛନ୍ତି। ଯାହାକି ଅନ୍ୟ ଏକ ସମସ୍ୟା ପାଲଟୁଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପିଏମ୍‌ଏଓ୍ବାଇ ଅନ୍ତର୍ଗତ ହିତାଧିକାରୀମାନଙ୍କୁ ୩୨୨ ବର୍ଗଫୁଟ ଅଞ୍ଚଳରେ ଘର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ୫୦ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ୪ଟି ପର୍ଯ୍ୟାୟରେ ଦିଆଯାଉଛି। ତେବେ ଘର ନିର୍ମାଣ ପାଇଁ ମୋଟ୍‌ ବ୍ୟୟ ଅଟକଳ ୩ଲକ୍ଷ ୨୦ ହଜାର ଟଙ୍କା ଥିବାବେଳେ ହିତାଧିକାରୀଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା ନିଜ ହାତରୁ ଖର୍ଚ୍ଚ କରିବାକୁ ପଡୁଛି। ସେହିପରି ୪ମାସ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ଏବଂ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ହଜାର ଟଙ୍କା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଦେବାର ପ୍ରାବଧାନ ରହିଛି। ତେବେ ୨୦୧୫ରୁ ଯୋଜନାର ରାଶି ଅପରିବର୍ତ୍ତିତ ଥିବାରୁ ବର୍ଦ୍ଧିତ ଦର ଅନୁଯାୟୀ ଘର ନିର୍ମାଣ କରିବା ସମ୍ଭବ ହେଉ ନ ଥିବା ଅନେକ ହିତାଧିକାରୀ ମତ ଦେଇଛନ୍ତି। ସମୀକ୍ଷା ରିର୍ପୋଟରେ ଯୋଜନାର ରାଶି ୨ଲକ୍ଷରୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି। କର୍ମଶାଳାରେ କର୍ପୋରେଟର, ବିଏମ୍‌ସିର ଅତିରିକ୍ତ କମିଶନର-୧ ଲକ୍ଷ୍ମୀକାନ୍ତ ସେଠୀ, ସ୍ବତନ୍ତ୍ର ସୁବିଧା ସଂସ୍ଥା ନିର୍ଦ୍ଦେଶକ, ଲାଇଫ ଏକାଡେମୀ ଅଫ୍‌ ଭୋକେଶନାଲ ଷ୍ଟଡିଜ୍‌ର ନିର୍ଦ୍ଦେଶକ, ବିଏମ୍‌ସିର କର୍ମକର୍ତ୍ତା, ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?