ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ, ତାର ଚୋରି ସନ୍ଦେହରେ ନାବାଳକଙ୍କୁ ବାନ୍ଧି….

ପାରଳାଖେମୁଣ୍ଡି,୨୮।୬ (ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ତାର ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅମାନବୀୟ ଭାବେ ମାଡ଼ ମାରିବା ଏବଂ ବାନ୍ଧି ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ମନ୍ଦିର ପୂଜକଙ୍କୁ ଅଟକ ରଖିଛି।

ଅଭିଯୋଗ ଅନୁଯାୟୀ, ୧୪ ନମ୍ବର ୱାର୍ଡ ଗୁଣ୍ଡିଚା ବାଡ଼ି ନିକଟସ୍ଥ ହନୁମାନ ମନ୍ଦିରରେ କିଛି ନାବାଳକ ଖେଳୁଥିବା ବେଳେ ତାର ଚୋରି ଘଟଣାକୁ କେନ୍ଦ୍ର କରି ପୂଜକ ବଳରାମ ପଣ୍ଡା ଜଣେ ନାବାଳକଙ୍କୁ ମନ୍ଦିରର ଏକ ପିଲରରେ ବାନ୍ଧି ପ୍ଲାଷ୍ଟିକ ପାଇପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ପୋକ୍ସୋ (POCSO) ଓ ଶିଶୁ ନିର୍ଯାତନା ସମ୍ପର୍କିତ ୨୬୨/୨୬ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ପୂଜକଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଥାନା ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ନାବାଳକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ପିଲାଟି ଚୋରିରେ ସମ୍ପୃକ୍ତ ନଥିଲେ ମଧ୍ୟ ସନ୍ଦେହବଶତଃ ତାଙ୍କୁ ନିର୍ଯାତନା ଦିଆଯାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଭଲିରେ ଭାରତର ମିଳିଲା ବ୍ରୋଞ୍ଜ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

ଚାଷଜମିକୁ ଯାଉଥିବା ବେଳେ ନାଳ ନିକଟରେ ଟଳିପଡ଼ିଲେ ଚାଷୀ, ତାପରେ…

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ…

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

ଭଞ୍ଜନଗର ଆସିବେ ଅନ୍ତର୍ଜାତୀୟ ରାଜଯୋଗ ଶିକ୍ଷକ, ମାଉଣ୍ଟଆବୁରୁ ଆସି ଦେବେ…

ଭଞ୍ଜନଗର,୨୮।୬(ବାବୁଲା ପ୍ରଧାନ): ଆସନ୍ତା ଜୁଲାଇ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ଓମ୍ ଶାନ୍ତି କାର୍ଯ୍ୟାଳୟ ପକ୍ଷରୁ ରାଜଯୋଗ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି…

ରାଷ୍ଟ୍ରୀୟ ଗୌରବ ସମ୍ମାନ ପାଇଲେ ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଅଞ୍ଚଳରେ ଖୁସିର ଲହରୀ

ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମହାବୀର ପଡା ସ୍ଥିତ ଗୁରୁ ଧ୍ୟାନାନନ୍ଦ ପଣ୍ଡା ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀର କନଷ୍ଟିଚ୍ୟୁସନ୍…

ଆସୁଛି ବଡ଼ ବର୍ଷା, ଏହି ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର,୨୮।୬: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri