ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା

 

ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି ଫଳେ ତାହା ସେ ଅ଼ଞ୍ଚଳର ତାପମାତ୍ରା, ଆଲୋକ ଓ ଆର୍ଦ୍ରତା ଦ୍ବାରା ପ୍ରଭାବିତ ହୋଇ ସଅଳ କିମ୍ବା ବିଳମ୍ବରେ ପାଚିଥାଏ। କିନ୍ତୁ ଆମେ ସବୁବେଳେ ଅଦିନରେ ପାଚୁଥିବା ଫଳ କିମ୍ବା ପନିପରିବା ଖାଇବାକୁ ପସନ୍ଦ କରିଥାଉ। ଫଳରେ ବଜାରରେ ଏହାର ଚାହିଦା ଅନୁଯାୟୀ ଯୋଗାଣ ନ ଥିବାରୁ ଚଢ଼ାଦରରେ ଉପଲବ୍ଧ ହୁଏ। ଏ ପ୍ରକାର ସ୍ଥିତିରୁ ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବ୍ୟବସାୟୀ ଫଳକୁ ଅସମୟରେ କୃତ୍ରିମ ଉପାୟରେ ପଚାଇଥାନ୍ତି। ଅବଶ୍ୟ ଏ ପ୍ରକାରର ପ୍ରଣାଳୀ ସଭ୍ୟତାର ଆଦିକାଳରୁ ପ୍ରଚଳିତ। ସେକାଳର ଲୋକମାନେ କଦଳୀ, ଆମ୍ବ, ବେଲ, କପିତ୍ଥ ପରି ଫଳକୁ ଗୋଦାମଗୃହରେ ଧୂଆଁ ଦେଇ କିମ୍ବା ଚୂନ ଦେଇ ପଚାଉଥିଲେ। ସେଥିପାଇଁ ସେମାନେ ପ୍ରାକୃତିକ ଉପାୟ ଯଥା ସୁନାରିପତ୍ର, ବାଉଁଶପତ୍ର, ପାଳ, ବାଲି, ଧାନଚାଉଳ ବସ୍ତା ଇତ୍ୟାଦିର ଉପଯୋଗ କରି ପାକଳ ଫଳକୁ ନିର୍ଦ୍ଦିଷ୍ଟ ସମୟରେ ପଚାଇଥାନ୍ତି। କିନ୍ତୁ ଆଜିର ବ୍ୟବସାୟୀଗଣ କୃତ୍ରିମ ଉପାୟ ଅବଲମ୍ବନ କରି ବିଭିନ୍ନ ରସାୟନ ଦ୍ବାରା ସମୟ ପୂର୍ବରୁ ଫଳକୁ ପଚାଇ ବଜାରକୁ ଛାଡୁଛନ୍ତି। ଏହାଦ୍ବାରା ସେମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହେଉଛନ୍ତି ସିନା ଏଣେ କିନ୍ତୁ ସାଧାରଣ ଗ୍ରାହକଙ୍କ ସ୍ବାସ୍ଥ୍ୟ ବିପଦ ଆଡ଼କୁ ଠେଲିହୋଇ ଯାଉଛି। ଧୂଆଁ କିମ୍ବା ଚୂନ ଦେଇ ପଚାଉଥିବା ଫଳ ଯେତିକି କ୍ଷତିକାରକ ନୁହେଁ, କ୍ୟାଲ୍ସିୟମ କାର୍ବାଇଡ୍‌ ଦ୍ବାରା ପାଚୁଥିବା ଫଳ ସେବନ ବିପଦସଙ୍କୁଳ। କାରଣ ଏହି ରସାୟନଟି ସିଧାସଳଖ ଭାବେ ଆଲର୍ଜିଜନିତ ଶ୍ବାସ, ଚର୍ମ କୁଣ୍ଡେଇହେବା ଆଦି ରୋଗସୃଷ୍ଟିରେ ସହାୟକ ହେଉଥିବାରୁ ଅନେକ ବିକଶିତ ଦେଶରେ ଏହାର ବ୍ୟବହାରକୁ ନିଷିଦ୍ଧ କରାଯାଇଛି।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ନିର୍ଦ୍ଧାରଣ ସଂସ୍ଥା ଏକ ନିୟାମକ ୨୦୧୧ ମସିହାରେ ପ୍ରଚଳନ କରିଥିଲେ, ଯେଉଁଥିରେ ଏହି ରସାୟନ ସହିତ ଏସିଟିଲିନି ଗ୍ୟାସ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ଅପରନ୍ତୁ କୃତ୍ରିମ ଭାବେ ପ୍ରସ୍ତୁତ ଇଥିଲିନି ଗ୍ୟାସ୍‌ର ଦ୍ରବଣ(ଲିଟର ପ୍ରତି ୧୦୦ ମି.ଲି. ପର୍ଯ୍ୟନ୍ତ)କୁ ବ୍ୟବହାରକୁ ଅନୁମତି ମିଳିଥିଲା। କିନ୍ତୁ ପ୍ରକୃତରେ ଏହି ଗ୍ୟାସ୍‌ ପାଚିଲା ଫଳ ଯଥା- ଆମ୍ବ, କଦଳୀ ଇତ୍ୟାଦିରୁ ବୃଦ୍ଧିବର୍ଦ୍ଧକ ହିସାବରେ ଆପେ ସୃଷ୍ଟି ହୋଇଥାଏ, ଯାହାର ବ୍ୟବହାର କ୍ଷତିକାରକ ନୁହେଁ। କୃତ୍ରିମ ଇଥିଲିନି ଗ୍ୟାସ୍‌ର ବ୍ୟବହାର କରି ଫଳ ପଚାଇବା ପାଇଁ ସେମାନେ ଏକ ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି। କିନ୍ତୁ ଅସାଧୁ ବ୍ୟବସାୟୀଗଣ ଏ ସବୁର ଅନୁପାଳନ କରିବାକୁ ଅନିଚ୍ଛୁକ। ଫଳତଃ ଜନସ୍ବାସ୍ଥ୍ୟ ବିପଦଗ୍ରସ୍ତ ହେବା ଅବଶ୍ୟମ୍ଭାବୀ।
ଆଜିକାଲି ତରଭୁଜକୁ ଲାଲ୍‌ କରିବାକୁ ମଧ୍ୟ ଲିଡ୍‌ କ୍ରୋମେଟ୍‌ ନାମକ ଏକ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ପଚାଇବା ପାଇଁ ଅକ୍ସିଟକ୍ସିନ ନାମକ ହରମୋନ୍‌କୁ ଇଞ୍ଜେକ୍ସନ ମାଧ୍ୟମରେ ତରଭୁଜରେ ଭର୍ତ୍ତି କରୁଛନ୍ତି। ଏ ସବୁ ସ୍ବାସ୍ଥ୍ୟପକ୍ଷେ ବିପଜ୍ଜନକ। ଏଣୁ ଆପେ ବଞ୍ଚତ୍ଲେ ବାପର ନାଁ ହିସାବରେ ଆମେ ଏପ୍ରକାର ଅସମୟରେ ମିଳୁଥିବା କୃତ୍ରିମ ପକ୍ବ ଫଳକୁ ଚିହ୍ନିବାର ଉପାୟ ଜାଣିବା। ବଜାରରୁ ଫଳ କିଣିବା ବେଳେ ପ୍ରଥମେ ତା’ର ରଙ୍ଗକୁ ନିରେଖି ଦେଖନ୍ତୁ । ଯଦି ଡେମ୍ଫ ପାଖରୁ ଅଗ ପର୍ଯ୍ୟନ୍ତ ସମତୁଲ ଭାବେ ପାଚିଥାଏ ଏବଂ ରଙ୍ଗ ଗାଢ଼ ତଥା ଚକ ଚକ କରୁଥାଏ ତାହାକୁ କୃତ୍ରିମ ପକ୍ବ ବୋଲି ଜାଣିବା। ଯଦି ଏ ଫଳକୁ ଶୁଙ୍ଘିବା ତେବେ ତହିଁରୁ ମିଠା ବାସନା ନ ଆସି ଔଷଧ ବାସ୍‌ନା ଆସିବ। ଫଳଟିକୁ ଚିପିଲେ ପୂରା ଦବିଯାଉଥିବ। ବେଳେବେଳେ ଚୋପା ଉପରେ ଡେମ୍ଫ ଆଡ଼କୁ କଳା କଳା ଦାଗ, କ୍ଷତ ଇତ୍ୟାଦି ଜଣାପଡ଼ିବ ଯାହାକି କାର୍ବାଇଡ୍‌ କିମ୍ବା ଇଞ୍ଜେକ୍ସନର ଚିହ୍ନ। ଏ ଫଳକୁ ଯଦି ଚାଖିବେ ତା’ହେଲେ ତା’ର ପ୍ରକୃତ ସ୍ବାଦ ନ ଆସି ଭିନ୍ନ ଏକ ସ୍ବାଦ ଆସିବ। ଆଉ ପରୀକ୍ଷା କରିବା ପାଇଁ ଯଦି ପାଣିରେ ବୁଡ଼ାଇଦେବେ ତାହାହେଲେ ଫଳଗୁଡ଼ିକ ଭାସିବା ପରିବର୍ତ୍ତେ ବୁଡ଼ିଯିବ। ଏସବୁ ଲକ୍ଷଣ ଜାଣିବା ପରେ ଯଦି ପରିସ୍ଥିତିର ବାଧ୍ୟବାଧକତା ହେତୁ ଫଳ କିଣୁଛନ୍ତି ତେବେ ତାକୁ ଘରକୁ ଆଣିବା ପରେ ଏକ ପାତ୍ରରେ ଖାଇବାସୋଡ଼ା ଦ୍ରବଣରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭିଜାଇରଖନ୍ତୁ। ପରେ ଭଲଭାବେ ଧୋଇ ବ୍ୟବହାର କରିପାରିବେ। ଠିକ୍‌ ସେହିପରି ତରଭୁଜ କିଣିଥିଲେ ତାକୁ ଦୁଇଫାଳ କରି କାଟି ଏକ ତୁଳା ସାହାଯ୍ୟରେ ଭିତରର କୃତ୍ରିମ ରଙ୍ଗକୁ ଧୀରେ ଧୀରେ ଭିଜାଇ କାଢ଼ିପାରିବେ।
ପ୍ରାଧ୍ୟାପକ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ପାରଳାଖେମୁଣ୍ଡି
ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri