ଅତୀତକୁ ବଦଳାଇପାରିବି ନାହିଁ, ଭବିଷ୍ୟତ ତିଆରି କରିପାରିବି: ସଂତୃପ୍ତ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଲୋକ ସଭା ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୪ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି କଟକ ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୮୨ କୋଟି ଟଙ୍କା ବୋଲି ଓଡ଼ିିଶା ଇଲେକ୍‌ଶନ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ୧୬ ମେ’ରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। କର୍ପୋରେଟ୍‌ ଜଗତରୁ ଆସି ଲୋକଙ୍କ ସେବା କରିବା ନିମନ୍ତେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସଂତୃପ୍ତ ବ୍ୟକ୍ତିଗତ ‘ବିଚାରପତ୍ର’ ବା ମାନିଫେଷ୍ଟୋ ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି। ହାଇ-ନେଟ୍‌ -ଓ୍ବେର୍ଥ ଇଣ୍ଡିଭିଜୁଆଲ (ଏଚ୍‌ଏନ୍‌ଡବ୍ଲ୍ୟୁଆଇ) ସ୍ତରର ଜଣେ ବ୍ୟକ୍ତି ରାଜନୀତିକୁ ଆସିବା ପଛରେ ଉଦ୍ଦେଶ୍ୟ କ’ଣ ରହିଛି, ସେ ସମ୍ପର୍କରେ ତାଙ୍କ ସହ ଜିତେନ୍ଦ୍ର କୁମାର ନାୟକଙ୍କ ସାକ୍ଷାତ୍‌କାର।

ଆପଣ କର୍ପୋରେଟ ଜଗତରେ ଅତ୍ୟନ୍ତ ଉଚ୍ଚ ସ୍ତରକୁ ଯାଇପାରିଥିଲେ। ରାଜନୀତି ଏକ ସମ୍ପୂର୍ଣ୍ଣ ଭିନ୍ନ ଜୀବନ। ଏଥିରେ କିପରି ଆପଣ ନିଜକୁ ଖାପ ଖୁଆଇ ପାରିବେ?
ଜୀବନର ଆଧାର ହେଉଛି କର୍ମଯୋଗ। ଯଦି ଜଣେ କଠିନ ପରିଶ୍ରମ କରୁଛି, ତେବେ ମୋ’ ମତରେ ତା’ ପାଇଁ ଆଉ କୌଣସି କାମ କଠିନ ନୁହେଁ। ଆଗରୁ ଯେଉଁ କ୍ଷେତ୍ରରେ ଥିଲି ସେଠି କଠିନ ପରିଶ୍ରମ କରୁଥିଲି। ଏବେ କେବଳ କ୍ଷେତ୍ର ବଦଳିଯାଇଛି। କଠିନ ପରିଶ୍ରମ କଲେ ଆପେ ସବୁକିଛି ସହଜ ହୋଇଯିବ। ପୂର୍ବରୁ ମଁୁ ମୋ’ ଜୀବନରେ ଭାରତୀୟ ଓ ଅନ୍ତର୍ଜାତୀୟ ଏବଂ ଅଣଲାଭଦାୟକ ସଂସ୍ଥାରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାମ କରିଛି। ଲୋକ ସେବା ପାଇଁ ମୋର ସେହି ଅନୁଭୂତିକୁ ଉପଯୋଗ କରିବି। ମୋର ନୂଆ ଦାୟିତ୍ୱକୁ ଅଧିକ ସହଜ କରିବା ପାଇଁ ମଁୁ ଲୋକଙ୍କ ସହିତ ଏକାଠି ବସିବି, ସେମାନଙ୍କ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିବି ଏବଂ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ରାସ୍ତା ବାହାର କରିବା ପାଇଁ ସେମାନଙ୍କ ସହଯୋଗ ଲୋଡ଼ିବି।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ?
ଓ ବିଜୁ ଜନତା ଦଳ ଉପରେ ଓଡ଼ିଶାବାସୀଙ୍କର ପ୍ରଚୁର ଆସ୍ଥା ରହିଛି। ଏପର୍ଯ୍ୟନ୍ତ ଆପଣମାନେ ଆପଣଙ୍କ ପ୍ରତିନିଧି ଭାବେ ଯାହାଙ୍କୁ ନିର୍ବାଚିତ କରିଛନ୍ତି ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ଆସ୍ଥା ଯୋଗୁ କରିଛନ୍ତି। କିନ୍ତୁ ସେହି ନିର୍ବାଚିତ ପ୍ରତିନିଧି ବିକାଶ ଓ ସମୃଦ୍ଧି କ୍ଷେତ୍ରରେ କିଛି କାମ ନ କରିବା ତାଙ୍କର ନିଷ୍କ୍ରିୟତାକୁ ପ୍ରମାଣିତ କରୁଛି। କିନ୍ତୁ ଭୋଟରମାନଙ୍କୁ ମଁୁ କହି ରଖିବାକୁ ଚାହେଁ ଯେ ସେମାନେ ମୋର ଯେଉଁ ଯୋଗ୍ୟତା, ଅନୁଭୂତି, ଦକ୍ଷତା ଏବଂ ଦୂରଦୃଷ୍ଟି ଅଛି, ସେସବୁ ପ୍ରତି ଧ୍ୟାନ ଦିଅନ୍ତୁ ଓ ଜାଣି ରଖନ୍ତୁ ଯେ, ସେସବୁକୁ ଉପଯୋଗ କରି ମଁୁ କଟକ ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି କିପରି କରିହେବ ସେ ଦିଗରେ କାମ କରିବି। ତେବେ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗ ମୋର ଦରକାର ଏବଂ ସମସ୍ତେ ଏକାଠି ମିଶି ସାଙ୍ଗ ହୋଇ କାମ କରିବାକୁ ହେବ। ମଁୁ ଭାବେ ଯେ ଲୋକମାନେ ମୋ ସହ ଏକମତ ହେବେ। ଗୋଟିଏ ସମୃଦ୍ଧ କଟକ ଗଢ଼ିବା ପାଇଁ ସେମାନେ ସମର୍ଥନ ଦେବେ ଓ ସହଯୋଗ କରିବେ।
ଆପଣ ଗୋଟିଏ ବ୍ୟକ୍ତିଗତ ‘ବିଚାରପତ୍ର’ ବା ମାନିଫେଷ୍ଟୋ ଘୋଷଣା କରିଛନ୍ତି। ଏହା ପ୍ରସ୍ତୁତ କରିବା ପାଇଁ ମୌଳିକ ସମସ୍ୟାଗୁଡ଼ିକୁ କେମିତି ଜାଣିଲେ?
କଥା ହେଲା ଯେ ଏହା କୌଣସି ମାନିଫେଷ୍ଟୋ ବା ଘୋଷଣାପତ୍ର କିମ୍ବା ପ୍ରତିଶ୍ରୁତିପତ୍ର ନୁହେଁ। କଟକ ଲୋକ ସଭା ନିର୍ବାଚନମଣ୍ଡଳୀକୁ ସମୁନ୍ନତ ଓ ସମୃଦ୍ଧ କରିବା ପାଇଁ ଏହା ହେଉଛି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତନ ସହ ସମନ୍ବୟ ରଖି ବିଧାନସଭା କ୍ଷେତ୍ରୱାରି ଆବଶ୍ୟକ ଆଇଡିଆ ବା ବିଚାରର ସଂକଳନ- ‘ବିଚାରପତ୍ର’। ଦ୍ୱିତୀୟରେ, ଆମ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟ ପାଇଁ ଉଦ୍ଦିଷ୍ଟ ‘ସଂକଳ୍ପପତ୍ର’ ଦ୍ୱାରା ଅନୁପ୍ରାଣିତ ହୋଇ ଏହାକୁ ପ୍ରସ୍ତୁତ କରାଯାଇଛି। ତୃତୀୟରେ, ଲୋକଙ୍କ ସହ ସମ୍ପୃକ୍ତ ହେଲେ, ଜନସମ୍ପର୍କକୁ ସୁଦୃଢ଼ କଲେ ହିଁ ମୌଳିକ ସମସ୍ୟାଗୁଡ଼ିକ ଜଣାପଡ଼େ। ଆପଣଙ୍କ ପାଇଁ ହୁଏତ ଏହି ‘ବିଚାରପତ୍ର’ ଆଜି ପ୍ରକାଶ ପାଇଲା, କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମଁୁ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍ଥାନ ବୁଲିଛି, ସମାଜର ବିଭିନ୍ନ ବର୍ଗର ଓ ବିଭିନ୍ନ ସ୍ତରର ଲୋକମାନଙ୍କ ସହିତ ମିଶିଛି, ଯେମିତିକି ବ୍ୟବସାୟୀ ସଂଘ, ଟ୍ରକ୍‌ ମାଲିକ ସଂଘ, ଅଟୋଚାଳକ ସଂଘ, ସ୍ବୟଂସହାୟକ ଗୋଷ୍ଠୀ, କୃଷକ ସଂଘ, ସରପଞ୍ଚ ସମୂହ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବା ଦ୍ୱାରା ମୌଳିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହୋଇଛି।
ଜଣେ ସାଂସଦ କାର୍ଯ୍ୟନିର୍ବାହୀ ନୁହନ୍ତି। ସାଂସଦଙ୍କ ପାଖରେ କୌଣସି ଅମଲାତନ୍ତ୍ରୀ ଉତ୍ତରଦାୟୀ ହୁଅନ୍ତି ନାହିଁ। ଏଭଳି ସ୍ଥିତିରେ ଆପଣ ବିଚାରପତ୍ରରେ ଦେଉଥିବା ପ୍ରତିଶ୍ରୁତିକୁ କିଭଳି ପୂରଣ କରିବେ ବୋଲି ଭାବୁଛନ୍ତି?
ନେତୃତ୍ୱର ଦୁଇଟି ଦିଗ ରହିଛି। ଗୋଟିଏ ଦିଗ ଆଇନଗତ ହୋଇଥିବା ବେଳେ ଅନ୍ୟଟି ନୈତିକ। ଆମକୁ ଜୀବନର ଅନେକ କ୍ଷେତ୍ରରେ ବିନା କୌଣସି କ୍ଷମତାରେ କାମ କରିବାକୁ ପଡ଼େ। ମୋ’ ଜୀବନରେ ଏମିତି ଏକାଧିକ ପରିସ୍ଥିତିରେ ମତେ କାମ କରିବାକୁ ପଡ଼ିଛି। ଏହା ହେଉଛି ନେତୃତ୍ୱର ଅଭିନ୍ନ ଅଂଶ। ଆପଣ ଜାଣନ୍ତି ଯେ ଓଡ଼ିଶାରେ ଉଭୟ ରାଜନୈତିକ ନେତୃତ୍ୱ ଓ ପ୍ରଶାସନିକ ବ୍ୟବସ୍ଥା ହାତରେ ହାତ ମିଳାଇ କାମ କରୁଛନ୍ତି। ଯେତେବେଳେ ଜଣେ ନିର୍ବାଚିତ ଜନପ୍ରତିନିଧି ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦିଅନ୍ତି, ସେତେବେଳେ ପ୍ରଶାସକମାନଙ୍କଠାରୁ ସହଯୋଗ ମିଳିବା କଷ୍ଟକର ହୁଏ। କିନ୍ତୁ ନିର୍ବାଚିତ ଜନପ୍ରତିନିଧି ଯଦି ସାମାଜିକ କଲ୍ୟାଣ ଓ ସାମଗ୍ରିକ ଉନ୍ନତି କଳ୍ପେ ଆନ୍ତରିକତାର ସହ କାମ କରନ୍ତି, ଅମଲାତନ୍ତ୍ରୀ ତହିଁରେ ଅନ୍ତରାୟ ହୁଅନ୍ତି ନାହିଁ ବୋଲି ମୋର ବିଶ୍ୱାସ।
ଆପଣ ‘ମହାନଦୀ ମହାନ୍‌’ କରିବେ ବୋଲି କହୁଛନ୍ତି। ମହାନଦୀର ପାଣି ଛତିଶଗଡ଼ ବ୍ୟାରେଜରେ ରହୁଛି। ଆପଣ ତାକୁ ଆଣିବେ କେମିତି, ମହାନ୍‌ କେମିତି କରିବେ?
ସହ) ଏହା ବାସ୍ତବରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହି ପ୍ରଶ୍ନ ସହିତ ସ୍ବାଧୀନତା ପରବର୍ତ୍ତୀ କାଳର ଇତିହାସ ଓ ଉଭୟ ରାଜ୍ୟର ଭୌଗୋଳିକ ଅବସ୍ଥିତି ଜଡ଼ିତ। ଯେତେବେଳେ ହୀରାକୁଦ ବନ୍ଧ ନିର୍ମାଣ କରାଗଲା, ସେତେବେଳେ ଛତିଶଗଡ଼ ରାଜ୍ୟର ଅସ୍ତିତ୍ୱ ନ ଥିଲା। ଭାରତୀୟ ସମ୍ବିଧାନରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ରାଜ୍ୟ-ରାଜ୍ୟ ସମ୍ପର୍କ ବାବଦରେ ସ୍ପଷ୍ଟ ଉଲ୍ଲେଖ ରହିଛି। ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ଯେଉଁ ସହମତି ହୋଇଥିଲା ଏବେ ନବଗଠିତ ଛତିଶଗଡ଼ ରାଜ୍ୟ ତାହାକୁ ଅବମାନନା କରିଛି ଏବଂ ଇଣ୍ଟର-ଷ୍ଟେଟ ରିଭର ୱାଟର ଡିସ୍‌ପୁଟ୍‌ସ ଆକ୍ଟ-୧୯୫୬ରେ ସନ୍ନିହିତ ନିୟମର ଖୋଲା ଉଲ୍ଲଂଘନ କରିଛି। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ୱାଟର ଡିସ୍‌ପୁଟ୍‌ସ ଟ୍ରିବୁନାଲରେ ବିଚାର ଚାଲିଛି ଓ ସେହି ସମସ୍ୟାର ସମାଧାନ ସମୟକ୍ରମେ ହୋଇପାରିବ। କିନ୍ତୁ ଏହି ବିବାଦ କେନ୍ଦ୍ରରେ ଶାସନ କରୁଥିବା ଓ ଛତିଶଗଡ଼ର ଶାସକ ଭାଜପା ସରକାରଙ୍କ ମୁଖା ଖୋଲି ଦେଇଛି। ଭାଜପାର ନେତୃତ୍ୱ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ବାସ୍ତବରେ ସେମାନେ ଛତିଶଗଡ଼ର ସ୍ବାର୍ଥ ରକ୍ଷା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି। ଆପଣଙ୍କ କହିବା ମୁତାବକ ଖରାଦିନେ ମହାନଦୀରେ ଜଳସ୍ରୋତ କମିଯାଇଛି ସତ, କିନ୍ତୁ ସମ୍ପୂର୍ଣ୍ଣ ଲୁପ୍ତ ହୋଇଯାଇ ନାହିଁ। ମଁୁ ମହାନଦୀର ମଧ୍ୟ-ସ୍ରୋତର ସଂରକ୍ଷଣ ପ୍ରତି ଧ୍ୟାନ ଦେବି ଓ ସେଥିପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବି। ମହାନଦୀ ଆମର ସବୁଠୁ ବଡ଼ ନଦୀ ଓ ଏହା ଓଡ଼ିଶାର ଜୀବନରେଖା। ତେଣୁ ‘ମହାନଦୀ ମହାନ୍‌’ର କଳ୍ପନା ବାସ୍ତବ ରୂପ ନେବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଭୋଟ ପାଇବା ପୂର୍ବରୁ ସମସ୍ତେ ଅତି ଭଲ କଥା କୁହନ୍ତି। ଭୋଟ ପାଇଲା ପରେ ଲୋକଙ୍କ ପାଖକୁ ବିଶେଷକରି ସାଂସଦମାନେ ଫେରନ୍ତି ନାହିଁ? ଏହାର ଉଦାହରଣ କଟକ ଲୋକ ସଭା ନିର୍ବାଚନମଣ୍ଡଳୀ ଲୋକେ ଭଲ ଭାବେ ଜାଣିଛନ୍ତି, ଆପଣ ସେହିଭଳି ଭୋଟରଙ୍କୁ ଚିତା କାଟିବେ ନାହିଁ ବୋଲି କେମିତି ଜାଣିବା?
ଅତୀତକୁ ବଦଳାଇ ପାରିବି ନାହିଁ, କିନ୍ତୁ ଭବିଷ୍ୟତକୁ ତିଆରି କରିପାରିବି। ବିଶ୍ୱାସ ହେଉଛି ସବୁଠୁ ବଡ଼ କଥା। ମୋର ଆଶା ଯେ କଟକ ସଂସଦୀୟ କ୍ଷେତ୍ରର ମତଦାତାମାନେ ମୋତେ ବିଶ୍ୱାସ କରିବେ ଓ ମୋ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ଆସ୍ଥା ରଖିବେ। ମଁୁ ପରିକ୍ରମା କଲାବେଳେ ଲୋକମାନଙ୍କ ଅସନ୍ତୋଷକୁ ଦେଖିପାରୁଛି ଓ ସେମାନଙ୍କ ଭିତରେ ସଂଗୁପ୍ତ ରହିଥିବା କ୍ରୋଧକୁ ବୁଝିପାରୁଛି। ତେଣୁ ସେମାନେ ମୋ ଭିତରେ ପରିବର୍ତ୍ତନର ଆଭାସ ପାଉଛନ୍ତି। ‘ବିଚାରପତ୍ର’ରେ ମଁୁ ପ୍ରତିଶ୍ରୁତି ଦେଇଛି, ପ୍ରତି ତିନି ମାସରେ ଥରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଲୋକମାନଙ୍କ ସହ ପୂର୍ବ ସୂଚନା ପ୍ରଦାନପୂର୍ବକ ଯୋଗାଯୋଗ ରଖିବି ଓ ସେମାନଙ୍କ ଅଭାବ ଅସୁବିଧା ପ୍ରତି ଧ୍ୟାନ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?