ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌

 

ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା ଭିଏଟ୍‌ନାମର ଉତ୍ତପ୍ତ ଜଳଭଣ୍ଡାରରେ ମାଛ ମରିବା ଆଦି ଘଟଣା ସାମ୍ନାକୁ ଆସିଛି। ଏହା ବ୍ୟତୀତ ଏହି ଖରାପ ସମୟ ଆର୍ଥିକ ସମସ୍ୟାଭିତ୍ତିକ ରାଜନୈତିକ ଓ ସାମାଜିକ ପରିବେଶକୁ ପ୍ରତିଫଳିତ କରିଛି। ଏଭଳି ମୁହୂର୍ତ୍ତରେ ଶାନ୍ତ ମନରେ ସମସ୍ତ ଘଟଣାକୁ ଯଥାସମ୍ଭବ ନିକଟରୁ ନିରପେକ୍ଷ ଭାବେ ବିଶ୍ଳେଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲର ଇରାନ ଉପରେ ବୋମା ଆକ୍ରମଣ ଓ ଗତ ବର୍ଷ ଅକ୍ଟୋବରରେ ହମାସ୍‌ର ସନ୍ତ୍ରାସବାଦ ଆକ୍ରମଣ ପରେ ଗାଜା ଉପରେ ଆକ୍ରମଣ ଜାରି ରହିଛି। ତେବେ ଏହିସବୁ ଆକ୍ରମଣକୁ ନେଇ ଉଠିଥିବା ପ୍ରତିବାଦ ତୁଳନାରେ ଏବେ ଆଉ କିଛି ଘଟଣା ଅଜବ ଥିବା ମନେହୁଏ। ରାଜନୀତି ସହ ଜଡ଼ିତ କେତେଜଣ ମୁସଲମାନ ବିଶେଷକରି ଯେଉଁମାନେ ହାମ୍ବର୍ଗ, ଜର୍ମାନୀରେ ପ୍ରତିବାଦ କରିବା ସହ ‘ଖଲିଫତ୍‌ କେବଳ ଏକମାତ୍ର ସମାଧାନ ବୋଲି ସ୍ବର ଉଠାଉଛନ୍ତି’ ସେମାନଙ୍କ କଥାକୁ ସ୍ବୀକାର କରିବାକୁ ପଡ଼ିବ। ଆଜିର ପାଲେଷ୍ଟାଇନ୍‌ ସମର୍ଥନରେ ହେଉଥିବା ପ୍ରଦର୍ଶନ ଏବଂ ଭିଏଟ୍‌ନାମ ଯୁଦ୍ଧ ବିରୋଧରେ ହୋଇଥିବା ୧୯୬୮ ଛାତ୍ର ଆନ୍ଦୋଳନ ମଧ୍ୟରେ ସାମଞ୍ଜସ୍ୟ ଥିବା ଅନେକ ସମୀକ୍ଷକ ଦର୍ଶାଇଥିବାବେଳେ ଇଟାଲୀର ଦାର୍ଶନିକ ଫ୍ରାଙ୍କୋ ବେରାର୍ଡି ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ସୂଚିତ କରିଛନ୍ତି। ଅନ୍ତତଃ ପକ୍ଷେ ୧୯୬୮ ବିକ୍ଷୋଭକାରୀମାନେ ସାମ୍ରାଜ୍ୟବାଦୀ ବିରୋଧୀ ଭିଏଟ୍‌ କଂଗ୍ରେସ ବା ଭିଏଟ୍‌ନାମିଜ କମ୍ୟୁନିଷ୍ଟ ସ୍ଥିତି ଏବଂ ଏକ ବ୍ୟାପକ ସକାରାତ୍ମକ ସମାଜବାଦୀ କାର୍ଯ୍ୟକ୍ରମ ସହ ସ୍ପଷ୍ଟ ଭାବରେ ନିଜକୁ ଜଡ଼ିତ କରିଥିଲେ। କିନ୍ତୁ ଆଜିର ପ୍ରଦର୍ଶନକାରୀମାନେ ହମାସ୍‌ ବିଷୟରେ ଖୁବ୍‌ କମ୍‌ ଚିନ୍ତା କରୁଛନ୍ତି ଏବଂ ଏହା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ନୈରାଶ୍ୟ ରହିଛି। ବେରାର୍ଡି କହିଛନ୍ତି, ”ନିରାଶା ହେଉଛି ମାନସିକ ଏବଂ ସାଂସ୍କୃତିକ ପ୍ରବୃତ୍ତି ଯାହା ପାଲେଷ୍ଟିନୀୟମାନଙ୍କ ପ୍ରତି ଯୁବକମାନଙ୍କର ରହିଛି। ମୁଁ ଭାବୁଛି ଯେ, ଏବେ ଅଧିକାଂଶ ଛାତ୍ର ଜ୍ଞାତରେ କିମ୍ବା ଅଜ୍ଞାତରେ ହେଉ ଜୀବନ ଅବସ୍ଥାର ଅପରିବର୍ତ୍ତନୀୟ ବିକୃତି, ଅପରିବର୍ତ୍ତନୀୟ ଜଳବାୟୁ ପରିବର୍ତ୍ତନ, ଦୀର୍ଘମିଆଦୀ ଯୁଦ୍ଧ ଏବଂ ଏକ ସମ୍ଭାବ୍ୟ ପରମାଣୁ ବିପଦ ଆଶା କରୁଛନ୍ତି , ଯାହାସବୁ ଭୌଗୋଳିକ ମାନଚିତ୍ରର ଅନେକ ସ୍ଥାନରେ ଘଟୁଛି। “
ଏହାଠାରୁ ପରିସ୍ଥିତିକୁ ଭଲ ଭାବରେ ବୁଝାଇବା କଷ୍ଟକର ହେବ । ପ୍ରତିବାଦ ପ୍ରତି କର୍ତ୍ତୃପକ୍ଷଙ୍କ କ୍ରୂର ତଥା ଦମନକାରୀ ପ୍ରତିକ୍ରିୟା ବେରାର୍ଡିଙ୍କ ଅନୁମାନ ବା ଅବଧାରଣାକୁ ସମର୍ଥନ କରେ। ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ ହେବାର ଭୟରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ସେଗୁଡ଼ିକ ହେଉଛି ଭୟର ଅଭିବ୍ୟକ୍ତି , ଆମ ସମାଜକୁ ବ୍ୟାପିଥିବା ନିରାଶାର ମୁକାବିଲାରେ ଏକ ସମ୍ପୂର୍ଣ୍ଣ ଅସମ୍ମତି। ଏହି ଭୟର ସଙ୍କେତ ସବୁଆଡ଼େ ଅଛି। ତେଣୁ ମୋତେ କେବଳ ଦୁଇଟି ଉଦାହରଣ ଦେବାକୁ ଅନୁମତି ଦିଅନ୍ତୁ। ପ୍ରଥମେ, ଗତ ମାସ ଶେଷରେ ଆମେରିକାର ୧୨ ଜଣ ସିନେଟର କଟକଣା କେନ୍ଦ୍ରକରି ଅନ୍ତର୍ଜାତୀୟ ଆପରାଧିକ କୋର୍ଟ(ଆଇସିସି)କୁ ଏକ ଧମକ ପୂର୍ଣ୍ଣ ଚିଠି ପଠାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପର୍‌ଓ୍ବାନା ଜାରି କରିବା ନିଷ୍ପତ୍ତି ଉଚିତ କି ବୋଲି ଏଥିରେ ଉଲ୍ଲେଖ କରିଛନ୍ତି। ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗଣତାନ୍ତ୍ରିତ ପଦକ୍ଷେପ, ତଥାପି ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଗାଜାରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ଇସ୍ରାଏଲ ଅଧିକାରୀଙ୍କୁ ଦାୟୀ ନ କରିବାକୁ ଆଇସିସି ଉପରେ ଚାପ ପକାଇଛି। ଏଭଳି ଧମକଗୁଡ଼ିକ ବୈଶ୍ୱିକ ଭାଗୀଦାରି ମୂଲ୍ୟବୋଧର ଅଧୋଗତିଠାରୁ କିଛି କମ୍‌ ନୁହେଁ ।
ଏଭଳି ଛଳନାମତ୍କ ବିଚାର(ଉଦାହରଣ ସ୍ବରୂପ, ଆମେରିକା ଆଇସିସିରେ ଯୋଗଦେବାକୁ ମନା କରିଦେଇଛି)କୁ ସରକାରଗୁଡ଼ିକ ପ୍ରାୟତଃ ସମର୍ଥନ କରିଥିଲେ।
ଦ୍ୱିତୀୟ ଉଦାହରଣଟି ନିକଟରେ ସାମ୍ନାକୁ ଆସିଛି। ଏହା ମଧ୍ୟ ସମାନ ସିଦ୍ଧାନ୍ତକୁ ସମର୍ଥନ କରେ। ମେ ୨୪ରେ ଫ୍ରାନ୍ସ (ଜର୍ମାନୀ ଦ୍ୱାରା ଦିଆଯାଇଥିବା ଭିସା ନିଷେଧାଦେଶକୁ ପାଳନକରି) ବ୍ରିଟିଶ-ପାଲେଷ୍ଟିନୀୟ ସର୍ଜନ ଘାସାନ ଆବୁ-ସୀଟ୍ଟାଙ୍କ ପ୍ରବେଶକୁ ବାରଣ କରିଥିଲା। ଉଲ୍ଲେଖଯୋଗ୍ୟ, ଘାସାନ ଯୁଦ୍ଧ ପୀଡ଼ିତଙ୍କ ଚିକିତ୍ସା କରୁଥିବା ସମୟର ଅପରାଧର ସାକ୍ଷୀ ଥିଲେ ଓ ଫ୍ରାନ୍ସ ସିନେଟକୁ ସାକ୍ଷ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା। ଏଭଳି ସଂକୀର୍ଣ୍ଣ ତଥା ପ୍ରାୟୋଜିତ କଠୋର କାର୍ଯ୍ୟ ଆମ ଆଖି ଆଗରେ ଘଟୁଛି। ଏଣୁ ଆମର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଧ୍ୱଂସ ହେଉଛି ବୋଲି କହିବା ଅତ୍ୟୁକ୍ତି ହେବନାହିଁ। ଗାଜାର ସ୍ଥିତି ବହୁତ ଖରାପ ଓ ଅସହନୀୟ। କିନ୍ତୁ ସାମ୍ପ୍ରତିକ ସଙ୍କଟ ଆବଶ୍ୟକ କରୁଥିବା ହସ୍ତକ୍ଷେପର ବାଟ ବନ୍ଦ ଲାଗି ଅତ୍ୟଧିକ ଶକ୍ତି ଖଟାଯାଇଛି। ଏଭଳି ଗତିରୋଧକୁ ହଟାଇବାରେ ସାହାଯ୍ୟ କରିବାର ଗୋଟିଏ ଉପାୟ ହେଉଛି ଛାତ୍ର ପ୍ରତିବାଦକୁ ଜନ ସମର୍ଥନ ପ୍ରଦାନ କରିବା। ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ଏପ୍ରିଲ ୨୮ରେ କହିଛନ୍ତି, ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ଚରମପନ୍ଥୀ ତଥା ବର୍ଣ୍ଣବିଦ୍ୱେଷୀ ସରକାର ଯାହା କରୁଛନ୍ତି ତାହା ଯୁଦ୍ଧର ଆଧୁନିକ ଇତିହାସରେ ପୂର୍ବରୁ କେବେ ଦେଖାଯାଇନାହିଁ। ଆମେ ଗାଜାରେ ଏବେ ଗଣ ଅନାହାର ଏବଂ ଦୁର୍ଭିକ୍ଷର ସମ୍ଭାବନାକୁ ଦେଖୁଛୁ । ତେବେ ଏହି ଅଭିଯୋଗ କଲେ ତାହା କେବେ ଇହୁଦୀ ବିରୋଧୀ ନୁହେଁ , ବରଂ ତାହା ଏକ ବାସ୍ତବତା।
ଅକ୍ଟୋବର ୭ ଆକ୍ରମଣ ପରେ, ହମାସ୍‌ ଯାହା କରିଛି ତାହାର ବାସ୍ତବତା ଉପରେ ଇସ୍ରାଏଲ ଗୁରୁତ୍ୱ ଦେଇଥିଲା। ଆକ୍ରମଣ ଛବିଗୁଡ଼ିକ ବାସ୍ତବତାକୁ ପ୍ରତିପାଦିତ କରିବାକୁ ଦିଆଯାଉ ବୋଲି ଇସ୍ରାଏଲ କର୍ତ୍ତୃପକ୍ଷ କହିଥିଲେ। ସମସ୍ତଙ୍କୁ ଦେଖିବା ପାଇଁ ଏହି କ୍ରୂର ହତ୍ୟା ଏବଂ ବଳାତ୍କାର ଆକ୍ରମଣକାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ସେଠାରେ କ’ଣ ଘଟିଥିଲା ସେ ସମ୍ପର୍କରେ ଅଧିକ ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ନ ଥିଲା। ଗାଜାରେ ପାଲେଷ୍ଟାଇନର ଦୁଃଖ ବିଷୟରେ ଆମେ ବର୍ତ୍ତମାନ ସମାନ କଥା କହିପାରିବୁ ନାହିଁ କି? ସେଠାକାର ଛବିଗୁଡ଼ିକ ହିଁ ତାହାର ପ୍ରମାଣ, ଅଧିକ କିଛି ବୁଝାଇବା ଦରକାର ନାହିଁ। ତମ୍ବୁରେ ଭୋକରେ ଥିବା ଲୋକଙ୍କୁ ଦେଖନ୍ତୁ। ଇସ୍ରାଏଲର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣରେ ଘରଗୁଡ଼ିକ ମାଟିରେ ମିଶିଯାଉଛି ଓ ପିଲାମାନଙ୍କ ମୃତ୍ୟୁ ଘଟୁଛି। ଆମେରିକାର ଇରାକ ଉପରେ ଆକ୍ରମଣ ବିଷୟରେ ମାଇକେଲ ଇଗ୍‌ନାଟିଫ୍‌ (ଜଣେ ସାମ୍ବାଦିକ) ୨୦୦୩ ରେ ଯାହା ଲେଖିଛନ୍ତି ତାହା ମୋର ମନେଅଛି। ସେ କହିଥିଲେ, ” ମୋ ପାଇଁ ମୁଖ୍ୟ ପ୍ରସଙ୍ଗ ହେଉଛି ଇରାକବାସୀଙ୍କ ନିମନ୍ତେ ସର୍ବୋତ୍ତମ ଫଳାଫଳ କ’ଣ ହେବ, ୨୬ ନିୟୁତ ଇରାକୀଙ୍କ ମାନବିକ ଅଧିକାରର ଉନ୍ନତି ପାଇଁ ଅଧିକ ସମ୍ଭାବନା କ’ଣ ରହିବ?
ଏହି ସମାନ ବିଷୟ ଏବକାର ଯୁଦ୍ଧ ବିରୋଧୀ ପ୍ରତିବାଦ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ପାଲେଷ୍ଟାଇନ୍‌, ଇସ୍ରାଏଲ କିମ୍ବା ଆମେରିକୀୟ ଶକ୍ତି ଉପରେ ହୋଇଥିବା ଜନମତରୁ ଦୂରେଇଯାଇ ସେମାନେ ଗାଜାରେ ପ୍ରଥମରୁ ପାଲେଷ୍ଟିନୀୟଙ୍କ ହତ୍ୟାକୁ ରୋକିବା ପାଇଁ ଏକ ନୈରାଶ୍ୟଜନକ ଚୁକ୍ତି ଦ୍ୱାରା ପ୍ରେରିତ ହୋଇଛନ୍ତି। ଏଣୁ ଏବେ ବାଇଡେନ୍‌ ପ୍ରଶାସନ କ’ଣ କରିବା ଉଚିତ? ପାଲେଷ୍ଟାଇନ୍‌କୁ ଏକ ରାଷ୍ଟ୍ରର ସ୍ବୀକୃତି ଦେବା ପାଇଁ ଆମେରିକା ବିଶ୍ୱସ୍ତରୀୟ ପଦକ୍ଷେପରେ ଯୋଗଦେଇପାରିବ। ମଧ୍ୟପ୍ରାଚ୍ୟରେ ଶାନ୍ତିର ବାଧକ ଦୂର କରିବାକୁ ହେଲେ ପାଲେଷ୍ଟାଇନ୍‌ ରାଷ୍ଟ୍ର ମାନ୍ୟତା ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଏକ ପୂର୍ବ ସର୍ତ୍ତ ହେବା ଦରକାର। ଅପରପକ୍ଷେ, ଏହିପରି ସ୍ବୀକୃତକୁି ପ୍ରତ୍ୟାଖ୍ୟାନ କରିବା ଅର୍ଥ ଯୁଦ୍ଧ ଏକ ମାତ୍ର ବିକଳ୍ପ ଓ ଏହାର ସାଂଘାତିକ ସିଦ୍ଧାନ୍ତକୁ ସମର୍ଥନ କରିବା। ଆଶ୍ଚର୍ଯ୍ୟର କଥା, ଆମେ ଆମେରିକାର ପ୍ରାଧାନ୍ୟର ଅଧୋଗତି ଦେଖୁଛୁ (ଉତ୍ତର ସିରିଆ ଏବଂ ପରେ ଆଫଗାନିସ୍ତାନରୁ ଆମେରିକା ପ୍ରତ୍ୟାହାର ଘଟଣାରେ)। ବାସ୍ତବରେ ଆମେରିକା କେବଳ ସମୁଦ୍ରରୁ ଗାଜା ଉପରେ ଆକ୍ରମଣ କରିବ, ଶାନ୍ତି ଏବଂ ଶୃଙ୍ଖଳା ପନଃ ସ୍ଥାପିତ କରିବ ଏବଂ ଜନସଂଖ୍ୟାକୁ ମାନବିକ ସହାୟତା ଯୋଗାଇବ। କିନ୍ତୁ ଏହା ଉପରେ ବିଶ୍ୱାସ କରନାହିଁ। ଜଣେ ଆମେରିକା ଉପରେ ନିର୍ଭର କରିବା ଅର୍ଥ ଅବଶିଷ୍ଟ ରାଷ୍ଟ୍ରଶକ୍ତି ନିୟୋଜନ କରିବାର ସୁଯୋଗ ହାତଛଡ଼ା କରିବା।
ପ୍ରଫେସର, ଫିଲୋଶଫି, ୟୁରୋପିଆନ୍‌ ଗ୍ରାଜୁଏଟ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମିତି ଏକ ପଦକ୍ଷେପ, ଯେଉଁଥିରେ ଘରକୁ ଥଣ୍ଡା ରଖାଯାଉଛି। ବାସ୍ତବରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମୁକ୍ତି ପାଇବାରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ଗୁଜରାଟ...

ସୁଖ, ଶାନ୍ତି ପାଇବାର ପଥ

ଡ. ଭାରତ ଭୂଷଣ ରଥ ସାଧାରଣତଃ ଦୁଇଟି ପ୍ରମୁଖ ତତ୍ତ୍ୱକୁ ନେଇ ପ୍ରାଣୀ ବଞ୍ଚତ୍ରହେ। ଗୋଟିଏ ହେଉଛି ଆତ୍ମା ଅନ୍ୟଟି ଶରୀର। ଆତ୍ମାର ଅବସ୍ଥିତି ପାଇଁ...

କୁପୋଷଣରୁ ମୁକ୍ତି ଯଥେଷ୍ଟ ନୁହେଁ

ଶୈଳେନ୍ଦ୍ର ଦିବେଦୀ ପାଠକେ, କୁପୋଷଣ ଏବଂ କ୍ଷୁଧା ବାବଦରେ ଆଲୋଚନା କଲାବେଳେ ଉପକ୍ରମର ଆବଶ୍ୟକତା ନାହିଁ, କାରଣ ଉତ୍ତର-ଆଧୁନିକ କାଳରେ ଉଭୟ ଆମ ସଭିଙ୍କ ପାଇଁ...

Dillip Cherian

ମେଣ୍ଟ ଗତିଶୀଳତା

ମେଣ୍ଟ ଧର୍ମର ପ୍ରବେଶ ସହିତ ରାଜନୈତିକ ଗତିଶୀଳତା ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ସରକାରର ମୁଖ୍ୟ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ...

କନ୍ୟା ଦାନ ମହାପୁଣ୍ୟ

ଏକମାତ୍ର ଝିଅର ବାହାଘର ସ୍ଥିର ହୋଇଯାଇଥାଏ। ତାହା ପୁଣି ଅକ୍ଷୟ ତୃତୀୟା ଦିନ। ବୟୋଜ୍ୟେଷ୍ଠ ଲୋକମାନେ କହିଲେ, ‘ଅକ୍ଷୟ ତୃତୀୟାରେ ଝିଅ ବାହାଘର ଭାଗ୍ୟରେ ଥିଲେ...

‘ବାଉଁଶ ଅଗରେ ଧାନ…’

ପାନ ହେଉଛି ଓଡ଼ିଆର ପ୍ରାଣ। ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି- କାହିଁ କେଉଁକାଳରୁ। ଏମିତି...

ଅନ୍ତର୍ଜାତୀୟ ସହଯୋଗ ଲୋଡ଼ା

ତିନିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବୈଶ୍ୱିକ ଅଭିବୃଦ୍ଧି ସ୍ଥିର ରହିବା, ୩ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ନିମ୍ନରେ ପହଞ୍ଚିବା ଏବଂ ବିତ୍ତୀୟ ଅବସ୍ଥା ଅଧିକ ଭଲ...

ଏଇ ଭାରତରେ

ମହିଳା ସରପଞ୍ଚ ଗଡ୍‌ଜେ ମୀନାକ୍ଷୀଙ୍କ କାର୍ଯ୍ୟ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଛି। ତାଙ୍କ ଉଦ୍ୟମରେ ତେଲଙ୍ଗାନାର ମୁଖରା ଗାଁ ସୌରଶକ୍ତି ଗାଁ ଭାବେ ପରିଚିତ ହାସଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri