ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ ପରି“। ସେହିପରି ବିଦ୍ୟାଳୟ ହେଉ ଅବା କାର୍ଯ୍ୟାଳୟ, ଠିକ୍‌ ଏପ୍ରକାରର ସରଳ ଲୋକ ବାରି ହୋଇପଡ଼ନ୍ତି। ଦେଖାଯାଏ, ସ୍କୁଲରେ ପିଲାଟିଏ ଅନ୍ୟ ଗୋଟିଏ ସାଙ୍ଗଠାରୁ ମାଡ଼ଖାଇ ଘରକୁ ପଳେଇ ଆସିବ, ବରଂ ତା’ ବିରୋଧରେ କିଛି କହିବ ନାହିଁ କି ଶ୍ରେଣୀ ଶିକ୍ଷକଙ୍କୁ ଏ ବାବଦରେ ଗୁହାରି କରେ ନାହିଁ। କଲେଜ ପରୀକ୍ଷାରେ ସମସ୍ତେ କପି କରି ଉତ୍ତର ଲେଖି ଯାଉଥିବେ, ମାତ୍ର ଏମିତି କିଛି ସରଳତାସମ୍ପନ୍ନ କିଶୋର ଅଛନ୍ତି, ସେମାନେ କପି କରିବାକୁ ଭୟ କରିବେ। ତା’ ଛଡ଼ା ସରଳ ଲୋକମାନେ ଯଦିଓ ଭୟାଳୁ ହୋଇଥାନ୍ତି, ମାତ୍ର ସୁବିଧାବାଦୀ ହୋଇ ନ ଥା’ନ୍ତି। ଉପରୋକ୍ତ ଉଦାହରଣରୁ ଆମେ ଅନୁମାନ କରିପାରୁ ଯେ, କିଛି ନ କହି ନୀରବତା ରକ୍ଷା କଲେ, ସେ ଲୋକକୁ ସରଳ ବୋଲି କୁହାଯିବ। ନା, ତା’ ନୁହେଁ। ସରଳତା ସହିତ ଆଉ କିଛି ଉପାଦେୟ ତଥ୍ୟ ଅଛି। କେହି କେହି ଏମାନଙ୍କୁ ନିୟମ ଉପରେ ଆଧାରିତ ନୀତିବାନ ଲୋକ ଭାବେ ଅଭିହିତ କରିଥା’ନ୍ତି। ଆଉ ଏକ ପ୍ରକାର ସରଳ ଲୋକ ଅଛନ୍ତି, ଯେଉଁମାନେ ନିଜକୁ ନୂ୍ୟନ ଭାବିଥାନ୍ତି। ସେମାନେ ନିଜକୁ ଧୈର୍ଯ୍ୟହରା, ଭୀରୁ, ନିକମା ଇତ୍ୟାଦି ଭାବି ନେଇଥାନ୍ତି। ବେଳେ ବେଳେ ନିଜର ବୁଦ୍ଧି ଓ ବିବେକକୁ ଅସ୍ବୀକାର କରିବାକୁ ପଛାନ୍ତି ନାହିଁ। ଏପରି ନିଜକୁ ଭାବିବା ପ୍ରକୃତ ସରଳତା ନୁହେଁ, ବରଂ ଏହା ଏକ ଆମତ୍ ଅବମୂଲ୍ୟାୟନ।
ଏତାଦୃଶ କାର୍ଯ୍ୟକଳାପ ଆମମାନଙ୍କୁ ଉନ୍ନତିର ପଥରୁ ଦୂରେଇ ରଖେ। ଜୀବନକୁ ବ୍ୟର୍ଥ ଓ ଅର୍ଥହୀନ କରିଦିଏ। ଏହିପରି ସ୍ଥିତିରେ ପରିବାର, ସମାଜ ଓ ସାଙ୍ଗସାଥୀମାନେ ସରଳଲୋକଟିକୁ କହିଚାଲିବେ। ”ତୁଟା ବୋକା, ସରଳିଆଟା, ତୁ ସେ ଅମୁକ ଭଳିଆ ନୁହଁ, ତୋ ଦ୍ୱାରା କିଛି ହୋଇପାରିବ ନାହିଁ ଇତ୍ୟାଦି“। ଏହାଦ୍ୱାରା ସରଳଲୋକଟି ଆତ୍ମବିଶ୍ୱାସ ହରେଇ ବସେ ଏବଂ ଲୋକଟି ନିଜକୁ ଅଯୋଗ୍ୟ ବୋଲି ଭାବିନିଏ।
ସରଳତାର ଠିକ୍‌ ବିପରୀତରେ ଅଛି ଜଟିଳତା। କେତେଜଣ ଲୋକ ଅଛନ୍ତି, ଅତି କୁଟିଳ ମନୋବୃତ୍ତିର। ସେମାନେ ନିଜକୁ ବା ନିଜର ମନ୍ତବ୍ୟକୁ ଠିକ୍‌ ଭାବେ ପରିପ୍ରକାଶ କରିପାରନ୍ତି ନାହିଁ। ସବୁକିଛି ନକାରାମତ୍କ ଚିନ୍ତାଧାରା ରଖିଥାନ୍ତି। କାର୍ଯ୍ୟକ୍ଷେତ୍ରରେ ସବୁ ଓଲଟପାଲଟ୍‌ କରିଦେଇଥାନ୍ତି। ଏ ପ୍ରକାର ଲୋକ ଜଟିଳତାର ବଶବର୍ତ୍ତୀ ହୋଇଥାନ୍ତି। ଚରିତ୍ର ଓ ବ୍ୟକ୍ତିତ୍ୱର ସଂରକ୍ଷଣ ସେମାନଙ୍କ ପାଖରେ ଫିକା ପଡ଼ିଯାଏ ଏବଂ ଜଟିଳତାକୁ ମନରେ ବାନ୍ଧିରଖି ଅନ୍ୟର କ୍ଷତିକରିବାକୁ ପଛାନ୍ତି ନାହିଁ। ଜଟିଳ ପ୍ରକୃତିର ଲୋକ ଅନ୍ୟଜଣେ ଭଲ ମଣିଷକୁ ଖାଲରେ ପକାଇ ନିଜେ ଖସି ହେବାର ଉପାୟ ମନରେ ପାଞ୍ଚୁଥାଏ ଏବଂ ନିଜ ଦୋଷ ଦୁର୍ବଳତାକୁ ସବୁବେଳେ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ। ଏ ପ୍ରକାର ଲୋକଙ୍କ ସମ୍ବନ୍ଧରେ ସାଇ ପଡ଼ିଶାରେ କହିବୁଲନ୍ତି – ”ସେ ଲୋକଟା ପ୍ରଚଣ୍ଡ କୂଟନୀତିପ୍ରବଣ। ତା’ ପେଟରୁ ପଦେ ହେଲେ ସତ କଥା ବାହାରିବନି ?“ ଏ ସମାଜ ବା ଜାତିର କଥା ଚିନ୍ତାକଲେ, ଏପରି ହୃଦ୍‌ବୋଧ ହୁଏ ଯେ, ଜଟିଳତାସମ୍ପନ୍ନ ଲୋକମାନେ ଦେଶ ପାଇଁ କ୍ଷତିକାରକ। ଏମାନେ ବାହାରକୁ ଚାକଚକ୍ୟ ଥାନ୍ତି, ମାତ୍ର ଅନ୍ତରରେ ହୀନମନ୍ୟତା ଓ ଖଳ ପ୍ରବୃତ୍ତିର ହୋଇଥାନ୍ତି। ଜଟିଳ ଲୋକମାନେ ଖୋଲା ହୃଦୟରେ ହସି କଥା ହୁଅନ୍ତି ନାହିଁ।
ସରଳତା ଓ ଜଟିଳତା ଗୁଣ ଭିନ୍ନ ଭିନ୍ନ ଭାବେ ମଣିଷଠାରେ ଦେଖାଗଲେ, ତାହା ମଣିଷ ପ୍ରତି ହାନିକାରକ ହୋଇଥାଏ। ତେଣୁ ଆମମାନଙ୍କୁ ଦୈନନ୍ଦିନ ଜୀବନରେ ସରଳତା ଓ ଜଟିଳତାର ସନ୍ତୁଳନକୁ ରକ୍ଷା କରିବାକୁ ପଡ଼ିବ। ଆଜିର ଯୁଗରେ ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ଆତ୍ମସଂଯମତା ରକ୍ଷା କରିବା ପାଇଁ ଏ ମଣିଷକୁ ସରଳ ସଙ୍ଗେ ଜଟିଳ ହେବାକୁ ପଡ଼ିବ। ଏକ ପ୍ରବାଦ ଅଛି – ସରଳ ହୁଅ, ମାତ୍ର ବୋକାଭାବେ ସରଳ ହୁଅନାହିଁ। ବେଳେ ବେଳେ କର୍ମସ୍ଥଳୀ ବା ଯେକୌଣସି ଆନୁଷ୍ଠାନିକ କାର୍ଯ୍ୟରେ କିଛି ନକାରାତ୍ମକ ଲୋକ ଭୁଲ୍‌ ଲୋକର ସରଳତାର ଫାଇଦା ଉଠାଇ ନିଅନ୍ତି। ଏପରି କ୍ଷେତ୍ରରେ ଭଲ ଲୋକ ଜଟିଳତାକୁ ଆପଣେଇବାର ଆବଶ୍ୟକତା ଅଛି। ଠିକ୍‌ ସେହିପରି ମଣିଷକୁ ସରଳ ହେବାର ଆବଶ୍ୟକତା ରହିଛି। ଦୈନନ୍ଦିନ ଜୀବନରେ ସରଳ ବ୍ୟବହାର ପ୍ରଦର୍ଶନ ଗ୍ରହଣୀୟ। ଆମେ ଜାତିର ପିତା ମହାମତ୍ା ଗାନ୍ଧୀଙ୍କଠାରୁ ଶିକ୍ଷାଲାଭ କରିଛେ। ‘ସିମ୍ପୁଲ ଲିଭିଂ, ହାଇ ଥିଙ୍କିଙ୍ଗ୍‌’। ସରଳ ଭାବନାରେ ଉଚ୍ଚ ବିଚାର ଶକ୍ତିଥାଏ। ସରଳ ଲୋକ ମନରେ ଉଚ୍ଚ ଆକାଂକ୍ଷା ଓ ଆଶା ଜନ୍ମିତ ହେବାର ପରିଲକ୍ଷିତ ହୁଏ। ସରଳ ମନୋଭାବର ଲୋକ ବିଶ୍ୱାସୀ ଏବଂ ମାନସିକ ସ୍ତରରେ କର୍ମଠ ହୋଇଥାନ୍ତି।

ସଡିଏ, କଟକ
ମୋ : ୭୦୦୮୬୫୦୬୯୩


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri