ପଢ଼ି ହେଉନି କାନ୍ଥ କାହାଣୀ: ନିରାଶ ହେବେ ଭକ୍ତ, ପର୍ଯ୍ୟଟକ

ପୁରୀ ଅଫିସ,୧୩।୭କେନ୍ଦ୍ର ସରକାରଙ୍କ ଆଇକନ ସିଟି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଆଧ୍ୟାତ୍ମିକ ସହର ପୁରୀ। ଏଠାରେ ରହିଛି ବହୁ ପୁରାତନ ମଠ, ମନ୍ଦିର ଓ ଧର୍ମଶାଳା। ଶ୍ରୀମନ୍ଦିର ସାଙ୍ଗକୁ ମନୋରମ ବେଳାଭୂମି ବି ଅଛି। ତେଣୁ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଶ୍ରୀକ୍ଷେତ୍ର ବୁଲିବା ସମୟରେ ଏମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ରଖିବା ପାଇଁ ବିଭିନ୍ନ ଯୋଜନାର ପରିକଳ୍ପନା କରାଯାଇଛି। ତନ୍ମଧ୍ୟରୁ ସୌନ୍ଦର୍ଯ୍ୟକରଣ ଅନ୍ୟତମ। ଏହିକ୍ରମରେ ଭିଆଇପି ରୋଡ୍‌ ଦୁଇପାର୍ଶ୍ୱ ପାଚେରି କାନ୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ସେଥିରେ ପୁରାତନ ଐତିହ୍ୟ, ପରମ୍ପରାର କାହାଣୀ ସ୍ଥାନ ପାଇଥିଲା। ମେଡିକାଲ ଛକରୁ ଭିଆଇପି ରୋଡ୍‌ ଦେଇ ପର୍ଯ୍ୟଟକ ବା ଭକ୍ତ ବେଳାଭୂମି ଆଡ଼କୁ ଗଲାବେଳେ ପାଚେରି କାନ୍ଥରୁ ସାଉଣ୍ଟୁଥିଲେ ଏହି କାହାଣୀ। ମାତ୍ର ପରେ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। ଫଳରେ ଅନେକ ଜାଗାରୁ ଏହି କାନ୍ଥ କାହାଣୀ ଲିଭିଯାଇଥିବାରୁ ସେଗୁଡ଼ିକୁ ପଢ଼ି ହେଉନାହିଁ। ତେଣୁ ଏ ନେଇ ଚିତ୍ରଶିଳ୍ପୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଆଇକନିକ୍‌ ଯୋଜନାରେ ୨୦୧୭ ଜୁଲାଇରେ ଏହି ସୌନ୍ଦର୍ଯ୍ୟକରଣ କାମ କରାଯାଇଥିଲା। ଏକ ଠିକା ସଂସ୍ଥା ପରାମର୍ଶରେ ପୁରୀସ୍ଥିତ ଓଡ଼ିଶା କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର ୮ ଛାତ୍ର ଏବଂ ୩ ଜଣ ଷ୍ଟାଫ୍‌ ଭିଆଇପି ରୋଡ଼ ପାର୍ଶ୍ୱ ପାଚେରିରେ ପେଣ୍ଟିଂ କରିଥିଲେ। ଏଥିରେ ନବକଳେବର ପାଇଁ ଦାରୁ ଅନ୍ବେଷଣ ଯାତ୍ରା, ରଥ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସମେତ ରଥଯାତ୍ରାର ଦୃଶ୍ୟ ରହିଥିଲା। ସେହିପରି ଆଜ୍ଞାମାଳ ବିଜେ, ଠାକୁରଙ୍କ ପହଣ୍ଡି, ରଥରେ ଗଜପତି ମହାରାଜାଙ୍କ ଛେରାପହଁରା ଆଦି ସମେତ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର, ମେଘନାଦ ପାଚେରି ସ୍ଥାନିତ ହୋଇଥିଲା। କାଞ୍ଚତ୍ ଅଭିଯାନ, ଭକ୍ତ ଦାସିଆ ବାଉରୀ ହାତରୁ ମହାପ୍ରଭୁ ନଡ଼ିଆ ନେବା, ଅଲାରନାଥ ମନ୍ଦିର, କୋଣାର୍କ, କାଳୀଜାଇ ଓ ମାଉସୀମା ମନ୍ଦିର ପ୍ରଭୃତିର ଦୃଶ୍ୟ ରହିଥିଲା। ଚିଲିକାର ନୀଳ ଜଳରାଶିରେ ଡଲ୍‌ଫିନ ଡେଇଁବା, ଗ୍ରାମୀଣ ବଧୂର ଚଉଁରା ପୂଜା, ମା-ପୁଅର ବାତ୍ସଲ୍ୟ ମମତା, ଚଷାପୁଅ କାନ୍ଧରେ ହଳଲଙ୍ଗଳ, ସବୁଜ ଧାନକ୍ଷେତର ଦୃଶ୍ୟ ବି ଶୋଭା ପାଉଥିଲା। ଚଇତି ଘୋଡ଼ା, ଆଦିବାସୀ ନୃତ୍ୟ ସାଙ୍ଗକୁ ଓଡ଼ିଶୀର ଭଙ୍ଗୀ ପ୍ରଦର୍ଶିତ ହୋଇଥିଲା। ପୁରୀକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି କାନ୍ଥରୁ ବିଭିନ୍ନ ପ୍ରସଙ୍ଗର କାହାଣୀ ପଢି ଆମୋଦିତ ହେଉଥିଲେ। କିନ୍ତୁ ଏବେ ସେ କାନ୍ଥ କାହାଣୀ ଆଉ ପ୍ରାୟ ସ୍ପଷ୍ଟ ହେଉନାହିଁ। କେତେକ ସ୍ଥାନରୁ ରଙ୍ଗ ଉଡ଼ିଗଲାଣି ତ ଆଉ କେତେକରୁ ରଙ୍ଗ ଛାଡ଼ି ବିକୃତ ଦେଖାଗଲାଣି। ଉପକୂଳବର୍ତ୍ତୀ ଲୁଣା ପବନ, ବାତ୍ୟା ଫନୀ ଏବଂ ଅମ୍ଫନ ମାଡ଼ରେ ଏସବୁ ଧୀରେ ଧୀରେ ନଷ୍ଟ ହୋଇଥିବା କୁହାଯାଉଛି। ଏ ସମ୍ପର୍କରେ ପଟ୍ଟଚିତ୍ର ସେଣ୍ଟରର ପ୍ରତିଷ୍ଠାତା ସରୋଜ କୁମାର ବେହେରା କହିଛନ୍ତି, ଏହା ଏକ ଭଲ ଚିନ୍ତାଧାରା। ଏହି ପେଣ୍ଟିଂରେ ଉନ୍ନତ ମାନର ରଙ୍ଗ ବ୍ୟବହାର କରାଗଲେ ଏହା ଦୀର୍ଘସ୍ଥାୟୀ ହୋଇପାରିବ। ସହରର ବିଭିନ୍ନ ରାସ୍ତା ପାର୍ଶ୍ୱ ପାଚେରିରେ ଏଭଳି ପାରମ୍ପରିକ ଚିତ୍ରକଳା କରାଯିବା ଆବଶ୍ୟକ। ସେହିପରି ଶିଳ୍ପୀ ଦେବୀପ୍ରସନ୍ନ ନନ୍ଦ କହିଛନ୍ତି, ପେଣ୍ଟିଂଗୁଡ଼ିକୁ ଦୀର୍ଘ ଦିନ ରଖିବାକୁ ହେଲେ ଏନାମେଲ ରଙ୍ଗରେ ଏହା ତିଆରି ହେବା ଦରକାର। ଏ ଦିଗରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri