ଉଦ୍‌ଘାଟନ ହୋଇନି, ଓହରହେଡ୍‌ ଟାଙ୍କିରୁ ପାଣି ଲିକ୍‌

ଭଞ୍ଜନଗର, ୪।୬(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ ଗୋବରା ଏବଂ ବାସୁଦେବପୁର ଗ୍ରାମବାସୀଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାପାଇଁ ବାସୁଦେବପୁରଠାରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଓଭରହେଡ୍‌ ପାଣି ଟାଙ୍କି (ଉତଳ ଜଳଭଣ୍ଡାର) ନିର୍ମାଣ କରାଯାଇଛି। ଆଉ କିଛିଦିନ ପରେ ଉକ୍ତ ପ୍ରକଳ୍ପ ଉଦ୍‌ଘାଟନ ହୋଇଥାନ୍ତି। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଏହିଭଳି ପରିସ୍ଥିତିରେ ଓଭରହେଡ୍‌ ପାଣି ଟାଙ୍କିରେ ଶନିବାର ୪ଟାରେ ପାଣି ଭର୍ତ୍ତି କରିବା ପରେ ପାଣି ଗଳୁଥିବା ଜଣାପଡ଼ିଛି। ଶୁକ୍ରବାର ମଧ୍ୟ ଏହି ସମସସ୍ୟା ହୋଇଥିଲା। ଏ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାମ ନିମ୍ନମାନର ହୋଇଥିବାରୁ ଏହିଭଳି ଅବସ୍ଥା ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଗ୍ରାମବାସୀ ଶନିବାର ଗଞ୍ଜାମ ଜିଲାପାଳଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଦୁଇ ଗ୍ରାମବାସୀଙ୍କୁ ବସୁଧା ଯୋଜନାରେ ପାଇପ୍‌ ଯୋଗେ ପାଣି ଯୋଗାଇ ଦେବାପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏବାବଦରେ ୧ କୋଟି ୧୪ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ଗତ ଅପ୍ରେଲ ମାସ ପହିଲାରେ ସମ୍ପୃକ୍ତ ପଞ୍ଚାୟତର ସମିତିସଭ୍ୟ ବିଭୁପାଦ ଜେନା ପ୍ରକଳ୍ପ କାମ ତୁରନ୍ତ ସାରି ଲୋକଙ୍କୁ ପାଣି ଯୋଗାଇ ଦେବାପାଇଁ ଦାବି କରିଥିଲେ। ଏଥିସହ ଗୋବରାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତି ସମ୍ମୁଖରେ ଆମରଣ ଅନଶନ କରିଥିଲେ। ଏହାପରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ପାଣି ଲୋକଙ୍କୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ବିଭୁ ଆନ୍ଦୋଳନରୁ ଓହରିଥିଲେ। ବର୍ତ୍ତମାନ ୧୪ଶହରୁ ଊର୍ଦ୍ଧ୍ୱ ଘରକୁ ପାଇପ୍‌ ଯୋଗେ ପରୀକ୍ଷା ମୁଳକ ଭାବେ ପାଣି ଯୋଗାଣ ବିଗତ କିଛିଦିନ ହେବ ଚାଲିଛି । ପାଇପ୍‌ ବିଛା କାମ ମଧ୍ୟ ଠିକ୍‌ ହୋଇନଥିବା ଯୋଗୁ ଅନେକ ସ୍ଥାନରେ ପାଇପ୍‌ ଫାଟିଲାଣି। ଓଭରହେଡ୍‌ ଟାଙ୍କି ମଧ୍ୟ ଠିକ୍‌ ଭାବେ ହୋଇନଥିବାରୁ ଟାଙ୍କିରୁ ପାଣି ଲିକ୍‌ ହେଲାଣି। ଆଗାମୀ ଦିନରେ ତାହା ଟାଙ୍କି ପ୍ରତି ବିପଦ ଆଶଙ୍କା ରହିଛି। ପାଣି ଲିକ୍‌ ହେଉଥିବା ନେଇ ଶନିବାର ପ୍ରଚାର ହେବାପରେ ଲୋକେ ପାଣି ଟାଙ୍କି ନିକଟରେ ରୁଣ୍ଡ ହୋଇ ପାଣି କେଉଁ ପଟେ ଲିକ୍‌ ହେଉଛି ଦେଖିଥିଲେ। ସେଠାରେ କାମ କରୁଥିବା ଜଣେ ଶ୍ରମିକ ଗ୍ରାମବାସୀଙ୍କୁ କହିଛନ୍ତି ଯେ ଏହା ସାମାନ୍ୟ ସମସ୍ୟା। ସିମେଣ୍ଟ ଟିକେ ଦେଇଦେଲେ ସମସ୍ୟା ଦୁର ହୋଇଯିବ। ଏ ନେଇ ବେଲଗୁଣ୍ଠା ବ୍ଲକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସୁଜିତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଟାଙ୍କିରୁ କେଉଁଠି ପାଣି ଲିକ୍‌ ହେଉନାହିଁ। ଯେଉଁ ଠିକାଦାର କାମ ନେଇଥିଲେ ସେ ଗତ ମାର୍ଚ୍ଚ ମାସ ଶେଷ ସୁଧା କାମ ସାରିବା କଥା। କିନ୍ତୁ ସେ କାମ ସାରିଲେ ନାହିଁ। ତେଣୁ ଅନ୍ୟ ଏକ ଠିକାଦାରଙ୍କ ମାଧ୍ୟମରେ ବଳକା କାମ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଧା ୧୪ଶହ ପରିବାରକୁ ପାଇପ୍‌ ଲାଇନ୍‌ ଦିଆହୋଇଛି। ବଳକା ଥିବା କାମ ଶୀଘ୍ର ସରିବ। ବର୍ତ୍ତମାନ ପରୀକ୍ଷା ମୁଳକ ଭାବେ ପାଣି ଦିଆଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?