ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ସଲମାନ: ୨୩୦୦କୋଟି ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ?

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ବିବାହକୁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରଛନ୍ତି। କିନ୍ତୁ ସେ ଅନେକ ଥର ବିବାହ ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ସଲମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା ହେବା ମାତ୍ରେ ଲୋକଙ୍କ ମନରେ ଏକ ପ୍ରଶ୍ନ ମଧ୍ୟ ଆସେ ଯେ ଯଦି ସେ ବିବାହ ନ କରନ୍ତି, ତେବେ ତାଙ୍କ ନାଁରେ ଥିବା କୋଟି କୋଟି ଟଙ୍କାର ମାଲିକ କିଏ ହେବ। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଥିଲେ।
ଗତ ୩୪ ବର୍ଷ ଧରି ବଲିଉଡରେ ରାଜ୍‌ କରୁଛନ୍ତି। ସଲମାନଙ୍କ ପ୍ରାୟ ପ୍ରତ୍ୟେକ ଚଳଚ୍ଚିତ୍ର ୧୦୦ କୋଟିରୁ ଅଧିକ ରୋଜଗାର କରେ। ସେଥିପାଇଁ ସେ ଦେଶର ସବୁଠାରୁ ଧନୀ କଳାକାରମାନଙ୍କ ମଧ୍ୟରେ ମଧ୍ୟରେ ସାମିଲ ଅଛନ୍ତି। ସେ ପାଖାପାଖି ୨୩୦୦ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି। ତେବେ ଏତେ ସବୁ ସମ୍ପତ୍ତିର ଉତ୍ତରାଧିକାରୀ କିଏ କିଏ ହେବ ତାହାକୁ ନେଇ ପ୍ରଶ୍ନ ଉଠେ। ଦୁଇ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ସଲମାନ ନିଜେ ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ, ମୁଁ ବିବାହ କରିବି କି ନାହିଁ, ତାହା ଜାଣି ନାହିଁ। ଯଦି ବିବାହ କରିବି ମୋର ଅଧା ସମ୍ପତ୍ତି ଛାଡିବା ଟ୍ରଷ୍ଟକୁ ଦାନ କରାଯିବ। ଯଦି ମୁଁ ବିବାହ କରିବି ନାହିଁ ତେବେ ମୋର ସମସ୍ତ ସମ୍ପତ୍ତି ଟ୍ରଷ୍ଟକୁ ଦିଆଯିବ।
ନିକଟରେ ସଲମାନ ଖାନଙ୍କୁ ଫିଲ୍ମ ‘ଅନ୍ତିମ୍‌’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ୩ଟି ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କୁ ‘କଭି ଇଦ କଭି ଦିୱାଲୀ’, ‘ଟାଇଗର-୨’ ‘କିକ-୨’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri