ଅନ୍‌ଲକ୍‌ ୪.୦

ଆକାର ପଟେଲ

ସେପ୍ଟେମ୍ବର ପହିଲାରୁ ଆମେ ଅନଲକ୍‌ ୪.୦ ଦେଖିବା। ଏହା କ’ଣ ପାଇଁ ହେଉଛି ମୁଁ ଜାଣିପାରୁନି ଏବଂ ଭାବୁଛି କେହି ବି ବାସ୍ତବରେ ଏହାକୁ ବୁଝିପାରୁ ନ ଥିବେ। ଦେଖିବାକୁ ଗଲେ ଲକ୍‌ଡାଉନ ଓ ଶଟ୍‌ଡାଉନରେ ସବୁକିଛି ବନ୍ଦ କରି କୋଭିଡ୍‌ ସଂକ୍ରମଣ ସମ୍ଭାଳିବା ପାଇଁ ଭାରତ ସରକାର ଚେଷ୍ଟା କରିଆସିଛନ୍ତି। ଲୋକମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ମନା କରିବା ସହ ଯଦି ସେମାନଙ୍କୁ ପରସ୍ପରଠାରୁ ଦୂରେଇ ରହିିବାକୁ ସରକାର ବାଧ୍ୟ କରନ୍ତି ତେବେ ସଂକ୍ରମଣକୁ ବନ୍ଦ କିମ୍ବା ଧିମା କରାଯାଇପାରିବ। କିନ୍ତୁ କ’ଣ ସବୁ ନିୟମ ଅଣାଯାଉଛି ତାହା ପ୍ରକୃତରେ ମୁଁ ବୁଝିପାରୁନାହିଁ । ଉଦାହରଣ ସ୍ବରୂପ,ଏୟାରଲାଇନ୍‌ ମେ’ଠାରୁ ତା’ କାମ ଆରମ୍ଭ କରିଛି। ୩ ମାସରୁ ଊଦ୍ଧ୍ୱର୍ର୍ ହେବ ଏହା ସେବା ଯୋଗାଇ ଆସିଲାଣି। ଅଧାଯାତ୍ରୀଙ୍କୁ ନେଇ ସବୁ ଫ୍ଲାଇଟ୍‌ ଚାଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ଇଣ୍ଡିଆନ୍‌ ରେଲ୍‌ଓ୍ବେ ବନ୍ଦ ରହିଛି। ପ୍ରତିଦିନ ୧୭,୦୦୦ ଟ୍ରେନ୍‌ ଭାରତରେ ଚାଲେ, କିନ୍ତୁ ଏବେ ମାତ୍ର ୨୩୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲୁଛି। ସବୁ ଫ୍ଲାଇଟ୍‌ ଚାଲିବାକୁ ସରକାର ଅନୁମତି ଦେଇଥିବା ବେଳେ ସବୁ ଟ୍ରେନ୍‌ ଗଡିବାକୁ ଅନୁମତି ନ ଦେବା କେତେ ଯୁକ୍ତିଯୁକ୍ତ। ବିମାନ ଯାତ୍ରୀମାନେ ବସିବାରେ ୬ ଫୁଟ ଦୂରତା ରଖିପାରିବେ ନାହଁ ବୋଲି ସରକାର ସେମାନଙ୍କୁ ଟ୍ରେନ୍‌ରେ ନ ଯାଇ ବିମାନରେ ଯିବାକୁ ଦେବା ଅପ୍ରାସଙ୍ଗିକ ମନେହେଉଛି। କୋଭିଡ୍‌ ସଂକ୍ରମଣ ରୋକିବାରୁ ଲାଭ ମିଳିବା ଅନିଶ୍ଚିତ, କିନ୍ତୁ ଏହାଦ୍ୱାରା ଅର୍ଥବ୍ୟବସ୍ଥାରେ କ୍ଷତି ହେବା ଦେଖାଯାଉଛି। ଗତ ମାସରେ ସୁରଟ୍‌ରୁ ପ୍ରକାଶିତ ଏକ ରିପୋର୍ଟରେ ଟେକ୍ସଟାଇଲ ପ୍ରଡକ୍ସନ ସାମାନ୍ୟ ସ୍ତରରୁ ୨୫ ପ୍ରତିଶତ କମ୍‌ ରହିଥିବା ଓ ଏହାର ମୁଖ୍ୟ କାରଣ ଶ୍ରମିକଙ୍କ ଅଭାବ ବୋଲି କୁହାଯାଇଥିଲା। ଜୁଲାଇ ୩୧ରେ ହିନ୍ଦୁ ଫ୍ରଣ୍ଟଲାଇନ ମାଗାଜିନରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଏପ୍ରିଲ ଓ ମେ’ରେ ସୁରଟ୍‌ ଏବଂ ଏହାର ଆଖପାଖ ଶିଳ୍ପାଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଲୋକ ଛାଡି ଚାଲି ଯାଇଛନ୍ତି। ଏପରି କି ଏମାନେ ଏବେ କାମକୁ ଫେରିବାକୁ ଚାହଁୁଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରାୟତଃ କୌଣସି ବାଟ ନାହିଁ। ଆଉ ଏକ ଖବରରୁ ଜଣାପଡିଛି,ସୁରଟ ଛାଡି ଚାଲିଯାଇଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ମିଲ୍‌ ଚାଲିବା ଓ ବ୍ୟବସାୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏବେ କାହିଁକି ସରକାର ଟ୍ରେନ୍‌ ଚାଲୁ କରୁନାହାନ୍ତି ତାହା ବୁଝାପଡୁନି। ମୁମ୍ବାଇର ଲୋକାଲ ଟ୍ରେନ୍‌‌ଗୁଡିକୁ ବନ୍ଦ ରଖାଯାଇଥିବାବେଳେ ଏହି ସପ୍ତାହରେ ଦିଲ୍ଲୀ ମେଟ୍ରୋ ଅଧା ଯାତ୍ରୀଙ୍କୁ ନେଇ ଚାଲିବ ବୋଲି ଜଣାପଡିଛି। ସାମ୍ବାଦିକମାନେ ସେମାନଙ୍କ ଦୁଃଖ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଏକ ଲେଖା ମୁଁ ଦେଖିବାକୁ ପାଇଲି । ବିଭିନ୍ନ ସ୍ଥାନକୁ ଟ୍ୟାକ୍ସିରେ ଯିବା ବ୍ୟୟ ସାପେକ୍ଷ ହେଉଥିବାରୁ ସ୍ବୀକୃତି ପାଇ ନ ଥିବା ସାମ୍ବାଦିକମାନଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦେବା ପାଇଁ ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି।
ସ୍କୁଲ ଓ କଲେଜମାନ ବନ୍ଦ ରହିବ, କିନ୍ତୁ ପରୀକ୍ଷା ଚାଲିବ। ମୋ ଜାଣିବାରେ ଏହାର ବି କିଛି ମାନେନାହିଁ। ସବୁ ସ୍କୁଲ ଓ କଲେଜକୁ ଅନ୍‌ଲାଇନ କ୍ଲାସ କରିବାକୁ କହୁଛେ । ଅପରପକ୍ଷରେ ପରୀକ୍ଷା ଦେବାକୁ କାହିଁକି ଛାତ୍ରୀଛାତ୍ରମାନଙ୍କୁ ଅଧିକ ସଂଖ୍ୟାରେ ଏକାଠି ହେବାକୁ କୁହାଯାଉଛି। ଉଭୟ ସିନେମା ହଲ ଓ ଫ୍ଲାଇଟ ସିଟ୍‌ ମଧ୍ୟରେ ଦୂରତା ପ୍ରାୟ ସମାନ ଥିବାବେଳେ ସାମାଜିକ ଦୂରତା ନିୟମ ଅନୁସାରେ କେବଳ ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ଶୋ’ ଚାଲିବା ସମ୍ଭବ ହେବ ନାହିଁ ବୋଲି ସିନେମା ହଲ ବନ୍ଦ ରହିବାକୁ କୁହାଗଲା। ଅଧିକ ନିଯୁକ୍ତି ଯୋଗାଇ ଆସିଥିବା ମନୋରଞ୍ଜନ ଶିଳ୍ପର ସବୁଠୁ ବଡ କ୍ଷେତ୍ର ସିନେମା ହଲ୍‌ ଖୋଲିବାକୁ ଅନୁମତି ନ ଦେବା ପଛର କାରଣ କ’ଣ? ରେସ୍ତୋରାଁ ଖୋଲିବାକୁ ଅନୁମତି ଦିଆଗଲା, କିନ୍ତୁ ବାର୍‌କୁ ନୁହେଁ। କାହିଁକି ଏପରି କରାଗଲା? ରେସ୍ତୋରାଁରେ ବସିବାର କୌଣସି ଷ୍ଟାଣ୍ଡାର୍ଡ ଫର୍ମାଟ ନ ଥିବା ଆମେ ଜାଣୁ। ବାର୍‌ରେ ମଧ୍ୟ ଏକା ଅବସ୍ଥା। କିନ୍ତୁ ଅନ୍‌ଲକ ୪.୦ରେ ମଦ୍ୟପଙ୍କୁ କାଉଣ୍ଟରରେ ମଦ ସର୍ଭେ କରିବା ପାଇଁ ବାର୍‌କୁ ଅନୁମତି ଦିଆଯିବ, କିନ୍ତୁ ତା ଭିତରେ ନୁହେଁ। ଅର୍ଥାତ୍‌ ବାର୍‌ ମଦ ଷ୍ଟୋର ପାଲଟିଯିବ । ଜିମ୍‌ ଖୋଲିବା ଉପରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ପୁଣି କିଛି ଦ୍ୱନ୍ଦ୍ୱ ବି ଆସିଯାଇଛି। କେନ୍ଦ୍ର ଜିମ୍‌ ଖୋଲିବାକୁ ଅନୁମତି ଦେଇଥିତ୍ବାବେଳେ ରାଜ୍ୟଗୁଡିକ ତାହା କରିବାକୁ ଦେଉନାହାନ୍ତି।
ଅନ୍ୟ ଦେଶଗୁଡିକରେ ଲକ୍‌ଡାଉନ ପ୍ରାୟତଃ ଇଚ୍ଛାଧୀନ ରହିଆସିଛି। କିନ୍ତୁ ଭାରତରେ ଏହା ଏକ ପ୍ରକାର କଫୁର୍‌ୟ। ଏପରି କି ଆଜି ବି ବାହାରକୁ ଯିବାର ଉପଯୁକ୍ତ କାରଣ ନ ଦର୍ଶାଇଲେ ମୁମ୍ବାଇ ପୋଲିସ ଆପଣଙ୍କ ଗାଡ଼ିକୁ ଜବତ କରିପାରିବ। ‘ଉପଯୁକ୍ତ କାରଣ’ର ଅର୍ଥ କ’ଣ ତାହା ନିଶ୍ଚିତ ଭାବେ ପୋଲିସକୁ ଜଣା। ଆମ ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଟ୍ୟାକ୍ସ’ ରହିଛି, କିନ୍ତୁ ଆମ ଲୋକମାନଙ୍କର ଯିବାରେ ସ୍ବାଧୀନତା ନାହିଁ। ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବେ ସେମାନେ ଅନୁମତି ଲାଗି ଦରଖାସ୍ତ ଦେଉଥିବା ପ୍ରକ୍ରିୟାକୁ ନିଶ୍ଚିତ ଭାବେ ଅନୁଭବ କରିଥିବେ। ଅନୁମତି ପୁଣି କାହାକୁ ମିଳେ ତ କାହାକୁ ମିଳେନି। କାର୍ଯ୍ୟ କରିବାକୁ ମନା କରି ଭାରତ କୋଭିଡ ସଂକ୍ରମଣ ରୋକିବାକୁ କିମ୍ବା ବନ୍ଦ କରିବାକୁ ଚେଷ୍ଟା କରିଛି ବୋଲି ମୁଁ ଆରମ୍ଭରୁ ଦର୍ଶାଇଛି। କିନ୍ତୁ ମୋ ଜାଣିବାରେ ଏହା କରିପାରିନି। ଆର୍ଜେଣ୍ଟିନା ସହ ଭାରତ ଭଳି ବୃହତ୍‌ ରାଷ୍ଟ୍ରରେ ମାର୍ଚ୍ଚରୁ ଲଗାତର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସାମୂହିକ ସ୍ତରରେ ଜଣଙ୍କ ଉତ୍ତମ ଆଚରଣ ଅର୍ଥାତ ଠିକ୍‌ଭାବେ ନିୟମ ପାଳନ କରିବା ହିଁ ସଂକ୍ରମଣ ରୋକିବାର ଏକ ମାତ୍ର ଉପାୟ । କିନ୍ତୁ ଆମ କେନ୍ଦ୍ରମନ୍ତ୍ରୀମାନେ ମୁହଁ ଓ ନାକକୁ ମାସ୍କରେ ଘୋଡ଼ାଇ ରଖିବା ପରିବର୍ତ୍ତେ ଗଳାରେ ପିନ୍ଧିଥିବା ଲକ୍ଷ୍ୟ କରାଯାଉଛି। ଏମାନେ କିଭଳି ଲୋକମାନଙ୍କୁ ଉତ୍ତମ ଆଚରଣର ବାର୍ତ୍ତା ଦେବେ ? ସେମାନେ କେବେ ବି ଏହା କରିପାରିବେ ନାହିଁ। ଏଣୁ ଏଥିପାଇଁ ଆମେ ଅସଂଖ୍ୟ ନିୟମ ଲାଗୁ କରିଥିଲେ ବି ଅସଫଳ ହୋଇଛେ, ଯାହା ସଂକ୍ରମଣ ସଂଖ୍ୟାରୁ ହିଁ ପ୍ରମାଣିତ । ଅନ୍‌ଲକ ୧.୦, ୨.୦ ଏବଂ ୩.୦ରେ ଅମଲାତନ୍ତ୍ରକୁ ଅନେକ ଅଜବ ଓ ଅପ୍ରାସଙ୍ଗିକ ନିୟମ ଗଢିବାରେ ବ୍ୟସ୍ତ ରଖାଯାଇଥିଲେ ମଧ୍ୟ ସଂକ୍ରମଣ ରୋକିପାରିନାହୁଁ । ଏବେ ଅନ୍‌ଲକ୍‌ ୪.୦ରେ ତାହା ହିଁ ଘଟିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri