ସଞ୍ଜୟ ଦତ୍ତଙ୍କ ଯୋଗୁ ଅଡ଼ୁଆରେ ଫସିଥିଲେ ମାଧୁରୀ

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ଯେ ବଡ଼ ପରଦା ତାହା ନୁହେଁ ଅସଲ ଜୀବନରେ ମଧ୍ୟ ଉଭୟ ବେଶ ନିକଟତର ହୋଇଥିବା କୁହାଯାଉଥିଲା। ହେଲେ ଉଭୟଙ୍କୁ ପଚରାଯିବାରେ କେହି କିଛି ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲା। ଏକ ସାକ୍ଷାତକାରରେ କିନ୍ତୁ ସଞ୍ଜୁ ବାବା ମନକଥା କହିଥିଲେ। ଉଭୟଙ୍କ ମଧ୍ୟରେ ସେଭଳି କିଛି ଚାଲିନାହିଁ, ଏହା କେବଳ ଏକ ଗୁଜବ ବୋଲି ସେ କହିଥିଲେ।

ଏକ ଘଟଣାକୁ ନେଇ ମାଧୁରୀ ଅଡ଼ୁଆରେ ପଡ଼ିଥିଲେ। ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୁବାବାଙ୍କ ନାମ ଆସିବା ପରେ ମାଧୁରୀ ସନ୍ଦେହ ଘେରକୁ ଆସିଥିଲେ। ଘଟଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଧିରେ ଧିରେ ଫାଟ ସୃଷ୍ଟି ହୋଇଥିଲା। କାରଣ ସାର୍ବଜନିକ ଯାଞ୍ଚରେ ମାଧୁରୀଙ୍କ ନାମ ରହିଥିଲା। ଏଣୁ ‘ସାଜନ’ ଫିଲ୍ମ ଶୁଟିଂ ବେଳେ ସଞ୍ଜୟ ମାଧୁରୀଙ୍କୁ କ୍ଷମା ମାଗିଥିଲେ। ଏହାକୁ ଗ୍ରହଣ କରିଥିଲେ ମାଧୁରୀ। ଏହାପରେ ଉଭୟ ଅଭିଷେକ ବର୍ମନଙ୍କ ମଲ୍ଟିଷ୍ଟାର ଫିଲ୍‌ ‘କଲଙ୍କ’ରେ ନଜର ଆସିଥିଲେ। ୨୦୧୯ରେ ଫିଲ୍ମ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri