ଜୁଲାଇ ୧ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି ଏହି ସୂଚନା ଦେଇଛନ୍ତି।

୯ ଦଫା ଦାବି ପୂରଣ ପାଇଁ ଏପରି ଧମକ ଦେଇଛି ବସ୍‌ ମାଲିକ ସଂଘ। ପରମିଟ୍‌ଗୁଡ଼ିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବା, ବସ୍‌ଗୁଡିକୁ ସ୍ଥାୟୀ ପରମିଟ୍‌ ନ ଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ଗୁଡ଼ିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢ଼ାଇବା ପାଇଁ ସରକାର କୌଣସି ସ୍ଥାନ ନ ଦେବା, କୋଭିଡ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ଏବଂ ଯାତ୍ରୀବାହୀ ବସ୍‌ଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର ଆଦି ଦାବି କରିଛନ୍ତି।

ଜୁନ୍‌ ୩୦ ସୁଦ୍ଧା ରାଜ୍ୟ ସରକାର ଦାବିଗୁଡ଼ିକ ପୂରଣ ନ କଲେ ରାଜ୍ୟର ୧୪ ହଜାର ଘରୋଇ ବସ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୁଲାଇ ୧ରୁ ବନ୍ଦ ରହିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଓପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri