ଅଜଣା ରୋଗ: ଆଉ ଜଣଙ୍କର ମୃତ୍ୟୁ

ମାଲକାନଗିରି/ମାଥିଲି,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗରେ ଶନିବାର ଜଣକର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୧୨ ରେ ପହଞ୍ଚତ୍ଛି। ମୃତକ ହେଲେ ହଳଦୀକୁଣ୍ତ ଗ୍ରାମର ଆଇତା ମାଡକାମୀ। କିଛି ଦିନ ତଳେ ଆଇତାଙ୍କ ଗୋଡ ହାତ ଫୁଲିବା ସହ ତାଙ୍କୁ ଜ୍ବର ହୋଇଥିଲା। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଆଇତା ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ନ ଥିଲେ। ସମ୍ପୃୃକ୍ତ ଗ୍ରାମରେ ପହଞ୍ଚତ୍ ଡାକ୍ତରୀ ଟିମ୍‌ ଆକ୍ରାନ୍ତଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଛି। ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ପରାମର୍ଶ ଦେଇଛନ୍ତି। ଆଇତାଙ୍କ ମୃତ୍ୟୁ ପରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚତ୍ଛି। କିନ୍ତୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। କେବଳ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଖବର ପ୍ରକାଶ ପରେ ମାଥିଲି ସବଡିଭିଜନ ମେଡିକାଲ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ଛନ୍ତି। ମେଡିକାଲ ଅଧିକାରୀ ଡାକ୍ତର ଅମୀୟ ସ୍ବାଇଁଙ୍କ ନେତୃତ୍ୱରେ ଆକ୍ରାନ୍ତ ଅଞ୍ଚଳକୁ ଯାଇ ଟିମ୍‌ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ମଦ ଏବଂ ଜଳନମୁନା ମଧ୍ୟ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ମେଡିକାଲ ଟିମ୍‌ର ଅନୁଧ୍ୟାନ ସତ୍ୱେ କେଉଁ କାରଣରୁ ଲୋକଙ୍କ ଜୀବନ ଯାଉଛି ତାହା ସ୍ପଷ୍ଟ ହୋଇପାରୁନି। ଗ୍ରାମବାସୀଙ୍କୁ ସଚେତନ କରି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ବ୍ୟବସ୍ଥା କରାଯାଇଥିବା ଡା. ସ୍ବାଇଁ କହିଛନ୍ତି। ସେହିପରି ଚିକିତ୍ସା ପାଇଁ ଅଞ୍ଚଳରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇନି। ସ୍ବାସ୍ଥ୍ୟବିଭାଗ ଟିମ୍‌କୁ ଦେଖିଲେ ଲୋକେ ଘରୁ ବାହାରୁନାହାନ୍ତି। ଏ ନେଇ ସିଡିଏମ୍‌ଓ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା କୌଣସି ଅଜଣା ରୋଗ ନୁହେଁ। ଅତ୍ୟଧିକ ଦେଶୀମଦ ପିଇବାରୁ ଏଭଳି ସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ନନ୍ଦ କହିଛନ୍ତି। ଏଥିସହ ଏହି ରୋଗରେ ୧୨ ଜଣଙ୍କର ନୁହେଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ତେବେ ଗ୍ରାମରେ ଦେଶୀ ମଦର ଅତ୍ୟଧିକ ବ୍ୟବହାରକୁ ରୋକିବା ଲାଗି ଜିଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ମଧ୍ୟ ଗ୍ରାମରେ ଚଢ଼ାଉ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର କାଉଣ୍ଟରରେ ଆଳୁ, ପିଆଜ ବିକ୍ରି କରିବ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ, ୨୭।୩-କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ...

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର...

ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌ ଖୋଲିଲା

ସମ୍ବଲପୁର,୧୪।୯(ବ୍ୟୁରୋ): ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବା କାରଣରୁ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ...

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୪।୧(ଡି.ଏନ୍‌.ଏ.) : ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୩୦ରେ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ...

ବିଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା, ୫ ଆହତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଗୁମାନସିଂ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ,ନଇମୀ ନାୟକ,...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ...

ପୁଣି ମାଓବାଦୀଙ୍କ ବର୍ବରତା: ଠିକାଦାରଙ୍କୁ ହତ୍ୟା କରି ଜାହିର କଲେ ସ୍ଥିତି

ମାଲକାନଗିରି,୧୭ା୧୨(ଡି.ଏନ୍‌.ଏ.): ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଭିଆଇ ନିଜର ସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌...

Advertisement
Archives

Model This Week