Posted inଜାତୀୟ

‘ଏହା ଅନ୍ୟାୟ, ଏନ୍‌ସିବି ଫସାଇବାକୁ ଚେଷ୍ଟା କରୁଛି’

ମୁମ୍ବାଇ,୨୩।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏଥିରେ ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କ ହ୍ବାଟ୍ସଆପ୍‌ ଚାଟ୍‌କୁ ଏନ୍‌ସିବି ଭୁଲ ବାଖ୍ୟା କରୁଛି। କ୍ରୁଜ ଯାହାଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଫସାଇବାକୁ ଚେଷ୍ଟା କରୁଛି।

ଆର୍ଯ୍ୟନ ଏବେ ଜେଲରେ ଅଛନ୍ତି। ସ୍ବତନ୍ତ୍ର କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ। ଏହି ମାମଲାରେ ବମ୍ବେ ହାଇକୋର୍ଟ ଆସନ୍ତା ୨୬ ତାରିଖରେ ଶୁଣାଣି କରିବେ।

ସ୍ବତନ୍ତ୍ର କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ କରିଥିବା ଆବେଦନରେ ଆର୍ଯ୍ୟନ କହିଛନ୍ତି, ଫୋନରୁ ମିଳିଥିବା ହ୍ବାଟ୍ସଆପ୍‌ ଚାଟକୁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଭୁଲ ବାଖ୍ୟା କରୁଛି। ଏହା ଅନ୍ୟାୟ।

ଏଥିରେ ୨୩ ବର୍ଷୀୟ ଆର୍ଯ୍ୟନ ଦର୍ଶାଇଛନ୍ତି, କ୍ରୁଜ୍‌ ଯାହାଜରେ ଏନ୍‌ସିବି ଅଧିକାରୀଙ୍କ ଚଢ଼ାଉ ବେଳେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ ହୋଇ ନ ଥିଲା। ଆଉ ଏହି ମାମଲାରେ ଗିରଫ ହୋଇଥିବା ଅର୍ବାଜ ମର୍ଚାଣ୍ଟ ଓ ଅଚିତ୍‌ କୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ସେ ଜାଣି ନାହାନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ କ୍ରୁଜ ଯାହାଜରେ ଡ୍ରଗ୍ସ ଜବତ ମାମଲାରେ ଏନ୍‌ସିବି ୨୦ ଜଣଙ୍କୁ ଗିରଫ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍‌କା: କମିଲା ସବ୍‌ସିଡି, ଜାଣନ୍ତୁ ଏବେ କେତେ ମିଳିବ…

ନୂଆଦିଲ୍ଲୀ,୮।୬: ଉଜ୍ଜଳା ହିତାଧିକାରୀଙ୍କୁ ଝଟ୍‌କା। ସବ୍‌ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍‌କା: ୨୦ ଏମ୍‌ପି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା…

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା: ୮ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

ବିଶାଖାପଟନମ୍‌,୮।୬: ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ରେ ସୋମବାର ଏକ ଷ୍ଟିଲ ପ୍ଲାଣ୍ଟରେ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ଷ୍ଟିଲ ମେଲ୍‌ଟିଙ୍ଗ୍‌ ସେକ୍ସନରେ କାମ କରୁଥିବା ଶ୍ରମିକଙ୍କ ଉପରେ ହଠାତ୍‌ ପ୍ରବଳ…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ବାହାରିଲା OJEE ରେଜଲ୍ଟ: ଟପ୍ପର ହେଲେ…

ଭୁବନେଶ୍ୱର, ୮।୬: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri