ଡବ୍ଲ୍ୟୁଏଚ୍‌ଓରେ ଯୋଗଦେବ ଆମେରିକା

ଓ୍ବାଶିଂଟନ, ୨୧।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକା ପୁନର୍ବାର ଯୋଗଦେବ ବୋଲି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଚାଇନା ଯେପରି ନିୟମ ଅନୁଯାୟୀ କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ସେ ଚାହାନ୍ତି ବୋଲି କହିଛନ୍ତି। ଚାଇନାରେ କରୋନା ମହାମାରୀ ବ୍ୟାପିଥିଲେ ମଧ୍ୟ ଏ ସମ୍ପର୍କିତ ସୂଚନା ବିଶ୍ୱକୁ ଦେବାରେ ବିଫଳ ହୋଇଥିବା ଡବ୍ଲ୍ୟୁଏଚ୍‌ଓରୁ ଆମେରିକା ଓହରିଯିବ ବୋଲି ଗତ ଏପ୍ରିଲ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଥିଲେ।
ଚାଇନାକୁ ଦଣ୍ଡ ଦେବା ବଡ଼ କଥା ନୁହେଁ, ନିୟମ ଅନୁଯାୟୀ କାର୍ଯ୍ୟ କରିବା ସମ୍ପର୍କରେ ବେଜିଂ ଯେପରି ବୁଝିବ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି ବାଇଡେନ୍‌ କହିଛନ୍ତି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ଆମେରିକା ଡବ୍ଲ୍ୟୁଏଚ୍‌ଓରେ ସାମିଲ ହେବ। ତେବେ ଉକ୍ତ ସଂଗଠନରେ ସଂସ୍କାର ଆବଶ୍ୟକ ବୋଲି ବାଇଡେନ୍‌ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫୨ ସ୍ଥାନରେ ଆକ୍ରମଣ ପାଇଁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନକୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଇରାନ ଯଦି କୌଣସି ଆମେରିକୀୟ ଅବା କୌଣସି ଅନୁଷ୍ଠାନ...

ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା...

କରୋନା ଭୟ: ଚାଇନାରୁ ସ୍ବତନ୍ତ୍ର ବିମାନରେ ଆସିବେ ଭାରତୀୟ

ବେଜିଂ,୩୧।୧: ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି...

କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ମିଳିବ

ଇସ୍‌ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ (ଦୂତାବାସ ମାଧ୍ୟମରେ...

ଆମେରିକାରେ କରୋନାର ଦୋହରା ମାଡ଼: ୨୪ ଘଣ୍ଟାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୧୪।୧୧: ଆମେରିକାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଲିନୋଇସ୍‌,...

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ...

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ...

କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୧ା୭( :ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ...


Coronavirus Update

Archives

Model This Week

Why Dharitri