ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ୧ ନମ୍ବର ପରିବା ହାଟ ସ୍ଥାନାନ୍ତର ହେବ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲସେଲ ମାର୍କେଟ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସୁବିଧା ଥିବାରୁ ତଥା ସହର ଭିତରୁ ଗହଳି କମାଇ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍‌ସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା।

ମାର୍କେଟ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ବାଗତ କରିଛି ରାଜଧାନୀ ପରିବା ବ୍ୟବସାୟୀ ମହାସଂଘ। ୧୯୫୭ ମସିହାରୁ ୟୁନିଟ୍‌-୧ରେ ୪ ଏକର ଜାଗା ଉପରେ ଏହି ମାର୍କେଟଟି ଥିଲା। ଏବେ ଏଠାରେ ୪୯ ଜଣ ପରିବା ହୋଲ୍‌ସେଲ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯିବା ଆସିବା କରୁଛି। ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ୍‌ ମାର୍କେଟକୁ ସ୍ଥାନାନ୍ତର କରିବା ଲାଗି ସଂଘ ପକ୍ଷରୁ ୨୦୦୭ରୁ ଦାବି ହୋଇ ଆସୁଥିଲା।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ନୂଆ ମାର୍କେଟରେ ୪୯ ଜଣ ବ୍ୟବସାୟୀଙ୍କ ପାଇଁ ଗୋଦାମ ଘର ବ୍ୟବସ୍ଥା କରାଯିବା ଦରକାର। ଏହାସହ ପାଣି, ବିଜୁଳି ଓ ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ କ୍ଷତି ସହିଲେଣି ପରିବା ଚାଷୀ, ବ୍ୟବସାୟୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୃଷି କାର୍ଯ୍ୟ ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟାକୁ ଅନୁମତି ଦିଆଯାଇଛି। ଏଭଳି ସଙ୍କଟ ସମୟରେ ଚାଷୀମାନେ ପରିବା...

କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା

ଦାରିଙ୍ଗବାଡି,୧୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ....

ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

  ବିନିକା,୧୦।୯(ଡି.ଏନ୍‌.ଏ.): ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର...

ବିଧାନସଭା ଅଧାରୁ ବନ୍ଦ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି। ଲଗାତର ଗୃହ ଅଚଳ ହେବା ପରେ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ କରାଯାଇଛି।...

୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

କଟକରେ ସାହିଠୁ ସହର ଉତ୍ସବମୁଖର

କଟକ ଅଫିସ,୧୪।୬: ପାନ ଓ ପାଗର ଏକ ଚମତ୍କାର ସମନ୍ବୟ ହେଉଛି ରଜ। ଗାଁରେ ଶିଳପୂଜାରୁ ବସୁମତୀ ସ୍ନାନ ବା ଭୂମି ଦହନ ପର୍ଯ୍ୟନ୍ତ ଭିନ୍ନଭିନ୍ନ...

୨ କି.ମି. ଚାଲିଲେ ଗର୍ଭବତୀ

ବନ୍ତ,୨୩।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ତାଳବାଙ୍କ ଆଦିବାସୀ ସାହିକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଚାଲି...

କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍‌-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ...

Advertisement
Archives

Model This Week