Posted inଫୁରସତ

ଭାଇରାଲ ହେଉଛି ବିବାହ ମେନୁ, ଲୋକେ ଭାବୁଛନ୍ତି ଆଧାରକାର୍ଡ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାକୁ ସ୍ବତନ୍ତ୍ର କରିବାକୁ ନେଇ ଲୋକେ ଭଳିକି ଭଳି ଉପାୟ ଆପଣାଇଥାନ୍ତି। ହେଲେ ପଶ୍ଚିମବଙ୍ଗର ଏକ ଯୋଡ଼ି ବିବାହ ସମୟରେ ଏଭଳି କିଛି କରିଥିଲେ, ଯାହା ତାଙ୍କର ଅତିଥିଙ୍କୁ ଚକିତ କରିଦେଇଥିଲା। ଗୋଗୋଲ ଶାହା ଏବଂ ସୁବର୍ଣ୍ଣା ଦାସଙ୍କ ବିବାହର ନିଆରା ମେନୁ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଠିକ୍‌ ଆଧାରକାର୍ଡ ଭଳି ଡିଜାଇନ୍‌ କରାଯାଇଛି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ଭାଇରାଲ ହେଉଛି।

ସୁବର୍ଣ୍ଣା ଜଣେ ସ୍ବାସ୍ଥ୍ୟକର୍ମୀ ହୋଇଥିବା ବେଳେ ଗୋଗୋଲ ଜଣେ ସେଲ୍ସ ଏବଂ ମାର୍କେଟିଂ କର୍ମଚାରୀ। ଉଭୟ ଆଧାରକାର୍ଡ ଭଳି ନିଜ ବିବାହର ମେନୁ ଡିଜାଇନ୍‌ କରି ପରସା ଯିବାକୁ ଥିବା ବ୍ୟଞ୍ଜନ ବିଷୟରେ ଉଲ୍ଲେଖ କରିଥିଲେ। କାର୍ଡର ଉପର ଭାଗରେ ସୁବର୍ଣ୍ଣା ସହ ଗୋଗୋଲ ଲେଖାଯାଇଛି। ସେହିଭଳି ଆଧାର ନଂ ସ୍ଥାନରେ ବିବାହ ତାରିଖ ୧/୦୨/୨୧ ଲେଖାଯାଇଥିବା ଦେଖିବାକୁ ମିଳୁଛି।

ଏକ ସାକ୍ଷାତକାରରେ ଗୋଗୋଲ କହିଛନ୍ତି, ଏଭଳି ବିଚାର ତାଙ୍କ ସ୍ତ୍ରୀଙ୍କ ମନରେ ଆସିଥିଲା। ଆମେ ଡିଜିଟାଲ ଇଣ୍ଡିଆକୁ ସମର୍ଥନ କରୁଛୁ। ଏହାକୁ ଦର୍ଶାଇବା ପାଇଁ ଏହାଠାରୁ ଭଲ ଉପାୟ ନ ଥିଲା। ବିବାହକୁ ଆସିଥିବା ଅତିଥି ଚେୟାରରେ ଏଭଳି ଷ୍ଟାଇଲ୍‌ର ମେନୁ ଦେଖି ବେଶ୍‌ ଆଶ୍ଚର୍ଯ୍ୟ ହେବା ସହ ଖୁସି ପ୍ରକଟ କରିଥିଲେ। କେବଳ ଏତିକି ନୁହେଁ କିଛି ନିଜର ଆଧାରକାର୍ଡ ଛାଡ଼ି ଆସିଥିବା ମଧ୍ୟ ଭାବିଥିଲେ। ମୋଟାମୋଟି ଭାବେ ଉଭୟଙ୍କ ବିବାହ ଆଶା ମୁତାବକ ଢ଼ଙ୍ଗରେ ସମ୍ପନ୍ନ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri