Posted inଫୁରସତ

ଏମିତି ବିବାହ ନିମନ୍ତ୍ରଣ କାର୍ଡ: ଯାହା ଆଗରୁ କେବେ ଦେଖି ନ ଥିବେ, ଏଥିରେ ରହିଛି…

ଏବେ ଚାଲିଛି ବିବାହ ଋତୁ। ଏଭଳି ପରିସ୍ଥିତିରେ ଘରକୁ ଅନେକ ବିବାହ କାର୍ଡ ଆସୁଥିବାର ଦେଖିଥିବେ। ଏହି କାର୍ଡଗୁଡ଼ିକ ମଧ୍ୟରୁ ଲୋକେ କିଛି କାର୍ଡକୁ ସାଇତି ରଖୁଥିବା ବେଳେ ଆଉ କିଛି କାର୍ଡକୁ ଅଳିଆଗଦାରେ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ବହୁତ ମହଙ୍ଗା ଏବଂ ବିସ୍ମୟ କାର୍ଡ ଛାପିଥାନ୍ତି। ଏହି କାର୍ଡକୁ ଦେଖିଲେ ଚିରଦିନ ପାଇଁ ସାଇତି ରଖିବାକୁ ଇଚ୍ଛା ହୁଏ।

ଗୁଜରାଟର ଜଣେ ବ୍ୟକ୍ତି ଏପରି ବିବାହ କାର୍ଡ ଛାପିଛନ୍ତି। ଏହା ଏତେ ଦାମୀ ହୋଇ ନ ଥିଲେ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି କାର୍ଡ ଖୁବ୍‌ ଚମତ୍କାର ହୋଇଛି। ଯେଉଁଥିରେ ଏକ ପକ୍ଷୀ ଆରାମରେ ନିଜର ବସା ତିଆରି କରିପାରିବ।

ଗୁଜରାଟର ଭବନଗର ଜିଲାର ବାସିନ୍ଦା ଶିବଭାଇ ରାଜୋଜି ଗୋହିଲ ଏପରି କାର୍ଡ ଛପାଇଛନ୍ତି। ଶିବଭାଇ ତାଙ୍କ ପୁଅଙ୍କ ବିବାହ କାର୍ଡ ଅନନ୍ୟ ଏବଂ ସ୍ମରଣୀୟ ହେବା ଉଚିତ୍‌। ସେଥିପାଇଁ ସେ ଏପରି କାର୍ଡ ଛପାଇଥିଲେ। ଯାହାକୁ ଲୋକମାନେ ପକାଇବାକୁ ପସନ୍ଦ କରିବେ ନାହିଁ। ଅର୍ଥାତ୍‌ ଲୋକମାନେ ଏହାକୁ ଅଳିଆଗଦାରେ ପକାଇବା ପରିବର୍ତ୍ତେ ଏହାକୁ ଏକ ପକ୍ଷୀ ଘର ମଧ୍ୟ କରିପାରିବେ। ହଁ, ଏହି କାର୍ଡରେ ଏକ ବସା ରହିଛି। ଯେଉଁଥିରେ ଏକ ଚାରା କିମ୍ବା ଅନ୍ୟ କୌଣସି ଛୋଟ ପକ୍ଷୀ ଆରାମରେ ବଞ୍ଚିପାରିବେ।

ଶିବଭାଇଙ୍କ ଅନୁଯାୟୀ, ଏହି ଆଇଡିଆ ତାଙ୍କ ପୁଅ ଜୟଶଙ୍କର ତାଙ୍କୁ ଦେଇଥିଲେ। ବାସ୍ତବରେ ଜୟ ଚାହୁଁଥିଲେ ତାଙ୍କ ବିବାହ କାର୍ଡ ଏପରି ହେଉ ଯେ, ଏହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ। ସେ ଚାହୁଁ ନ ଥିଲେ ଲୋକମାନେ କାର୍ଡକୁ ଅଳିଆଗଦାରେ ଫିଙ୍ଗନ୍ତୁ।

କିଛିଦିନ ପୂର୍ବରୁ ଜଣେ ଓକିଲଙ୍କ ବିବାହ କାର୍ଡ ମଧ୍ୟ ଚର୍ଚ୍ଚାରେ ଥିଲା। ଯାହାକୁ ଲୋକେ କହୁଥିଲେ ଏହା ଏକ ନିମନ୍ତ୍ରଣ ପତ୍ର ନା ଆଇନଗତ ବିଜ୍ଞପ୍ତି। ବାସ୍ତବରେ ଏହି କାର୍ଡର ଭାଷା ଏବଂ ଡିଜାଇନ ଉଭୟ ‘ଆଇନଗତ’ ଥିଲା। ଯେଉଁଥିରେ ଲେଖାଥିଲା, ‘ବିବାହ ରିସେପ୍ସନର ନୋଟିସ’। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଏହି ଦମ୍ପତି ବିବାହ କରୁଥିବା କାର୍ଡରେ ବି ଉଲ୍ଲେଖ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର…

ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ…

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼…

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?