୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି

ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି କିଛି ଏଭଳି ଏକ ନିଆରା ଯୋଡିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଲୋକେ କହୁଛନ୍ତି, ‘ରବ ନେ ବନାଦି ଯୋଡି’। ଏହି ନିଆରା ବିବାହକୁ ଦେଖିବା ପାଇଁ ବିବହାଘରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ସେଥିମଧ୍ୟରୁ ଅନେକଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇ ନାହିଁ। ଲୋକଙ୍କର ବିବାହଠୁ ଅଧିକ ଉତ୍ସାହ ଏହି ବରକନ୍ୟାଙ୍କୁ ଦେଖିବା ପାଇଁ। ଏଥିପାଇଁ ଏହି ବିବାହ ସ୍ବତନ୍ତ୍ର କାରଣ ବର ୩୬ଇଞ୍ଚର ହୋଇଥିବା ବେଳେ କନ୍ୟା ହେଉଛନ୍ତି ୩୪ଇଞ୍ଚର। ଏହି ନିଆରା ଯୋଡିଙ୍କ ବିବାହକୁ ନେଇ ସହରରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଭାଗଲପୁରର ଆଭିଆ ବଜାରରେ ବାସ କରୁଥିବା କିଶୋରୀ ମଣ୍ଡଳଙ୍କ ୨୪ବର୍ଷୀୟ ଝିଅ ମମତା ନବଗଛିଆଙ୍କ ବିବାହ ମସାରୁର ବିନ୍ଦେଶ୍ୱରୀ ମଣ୍ଡଳଙ୍କ ୨୬ବର୍ଷୀୟ ପୁଅ ମୁନା ଭାରତୀଙ୍କ ସହ ଅନୁଷ୍ଠିତ ହୋଇଥିଲା। ମମତା ୩୪ଇଞ୍ଚର ହୋଇଥିବା ବେଳେ ମୁନା ୩୬ଇଞ୍ଚର। ଏହି ଯୋଡିଙ୍କ ବିବାହକୁ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକ ପହଞ୍ଚିଥିଲେ। ବିବାହକୁ ଆସିଥିବା ଅତିଥିମାନେ ନବଦମ୍ପତିଙ୍କ ସହ ସେଲ୍‌ଫି ଉଠାଇବା ସହ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri