ରୁଷିଆରେ ସାମରିକ କ୍ଷମତା ଦଖଲ ଆଶଙ୍କା, ପଦବୀ ହରାଇଲେ ପୁଟିନ୍‌ଙ୍କୁ କରାଯାଇପାରେ ହତ୍ୟା…

ଓ୍ବାଶିଂଟନ, ୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୭୦ଦିନ ବିତିଗଲାଣି। କିନ୍ତୁ ଯୁଦ୍ଧର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି। ତେବେ ପୁଟିନଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶପାଇଛି। ଆମେରିକାର ପୂର୍ବତନ ଜେନେରାଲ ଜ୍ୟାକ କେନ କହିଛନ୍ତି ଯେ ପୁଟିନଙ୍କ ଦୁର୍ବଳ ଯୁଦ୍ଧ ପରିଚାଳନା ଯୋଗୁ ରୁଷିଆର ବରିଷ୍ଠ ଅଧିକାରୀ ତଥା ସାମରିକ କର୍ମଚାରୀ ନିରାଶ ହୋଇଛନ୍ତି।

ହୁଏତ ଏହା ସାମରିକ ବିଦ୍ରୋହର ରୂପ ନେଇପାରେ। ରୁଷିଆର ବୈଦେଶିକ ଗୁପ୍ତଚର ସେବାର ମୁଖ୍ୟ ସରୋଜ ନରିଶକିନ ମଧ୍ୟ ପୁଟିନଙ୍କ ଯୁଦ୍ଧକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବୋଲି ଜ୍ୟାକ୍‌ କେନ୍‌ କହିଛନ୍ତି। ଯଦି ରୁଷିଆରେ ସାମରିକ ବିଦ୍ରୋହ ଯୋଗୁ ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରାଯାଏ ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯିବାର ଆଶଙ୍କା ରହିଛି।

 

ତେବେ ଜେନେରାଲ ଜ୍ୟାକ କେନ କହିଛନ୍ତି ଯେ କ୍ଷମତାରେ ରହିବାକୁ ପୁଟିନ କିଛି ମଧ୍ୟ କରିପାରିବେ। ପୁଟିନ ଜାଣନ୍ତି ଏହା ମଧ୍ୟ ଜାଣନ୍ତି ଯେ ଯଦି ଅନ୍ୟ କେହି କ୍ଷମତାକୁ ଆସନ୍ତି ତେବେ ସେ ଜୀବିତ ରହିବେ ନାହିଁ। ଫକ୍ସ ନ୍ୟୁଜ ସହ ଏକ ସାକ୍ଷାତ୍‌କାର ସମୟରେ କହିଛନ୍ତି ପୁଟିନଙ୍କ ଲକ୍ଷ୍ୟ ହେଉଛି ଯେ କୌଣସି ମତେ କ୍ଷମତାରେ ରହିବା।

ସେ ଏହା ମଧ୍ୟ କହିଛନ୍ତି ଯେ ପୁଟିନ କ୍ଷମତାରେ ରହିବାକୁ ଲଢୁୁଛନ୍ତି। ସେଥିପାଇଁ ୟୁକ୍ରେନରେ ତାଙ୍କର ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ୟୁକ୍ରେନ ଦଖଲ କରିବାକୁ ସେ ଚାହୁଁଛନ୍ତି। ସେ ପୁଣି ଥରେ ପୁରୁଣା ରୁଷିଆ ସାମ୍ରାଜ୍ୟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ଏହା ମଧ୍ୟ ସତ୍ୟ ଯେ ଯଦି ପୁଟିନ ରାଷ୍ଟ୍ରପତି ପଦରେ ନ ରହିବେ ତେବେ ତାଙ୍କର ଭବିଷ୍ୟତ ମଧ୍ୟ କିଛି ରହିବ ନାହିଁ।

ସୂଚନାନୁସାରେ, ଯୁଦ୍ଧର ବିଫଳତା ପାଇଁ ଦେଶର ରାଜନୈତିକ ଏବଂ ସାମରିକ ପଦାଧିକାରୀ ପୁଟିନଙ୍କୁ ଦାୟୀ କରିଛନ୍ତି। କ୍ୱିଭ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବା ଏବଂ ଡୋନାବାସକୁ ନିୟନ୍ତ୍ରଣକୁ ଆଣିବା ଏକ ଗୁରୁତର ତ୍ରୁଟି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ପୁଟିନ୍‌ ଭାବିଥିଲେ ଏଭଳି କରିବା ଦ୍ୱାରା ସେ ସେ ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଅତି ସହଜରେ ପହଞ୍ଚିବେ।

କିନ୍ତୁ ସତ୍ୟ ଏହା ହେଉଛି ଯେ ତାଙ୍କୁ ୟୁକ୍ରେନ ସୈନ୍ୟଙ୍କ ପକ୍ଷରୁ ଏକ କଡ଼ା ପ୍ରତିରୋଧ ମିଳିଛି। ସୈନ୍ୟବାହିନୀର ଦୁର୍ବଳ ପ୍ରଦର୍ଶନ ମଧ୍ୟରେ ପୁଟିନଙ୍କ ଖରାପ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ମଧ୍ୟ ସାମ୍ନାକୁ ଆସିଛି। ବିଶ୍ୱାସ କରାଯାଉଛି ଯେ ତାଙ୍କୁ ସମର୍ଥନ କରୁଥିବା ଲୋକେ ଏବେ ତାଙ୍କ ବିରୋଧରେ ଠିଆ ହେବାରେ ଲାଗିଛନ୍ତି। ଫଳରେ ପୁଟିନ୍‌ ଏବଂ ସମର୍ଥକଙ୍କ ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?