କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କୁ ବି ମିଳୁନି ବେଡ୍‌: କଲେ ଗୁହାରି…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ବିଭିନ୍ନ ହସ୍ପିଟାଲରେ ଏବେ ବେଡ୍‌ର ଅଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଭାଇଙ୍କୁ ମଧ୍ୟ ବେଡ୍‌ ମିଳିବା କଷ୍ଟକର ହୋଇ ପଡ଼ିଛି। ଏହାର ସଦ୍ୟତମ ଉଦାହରଣ କେନ୍ଦ୍ରୀୟ ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂ ପାଲଟିଛନ୍ତି। ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ବାସ କରୁଥିବା ତାଙ୍କ ଭାଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କୁ ହସ୍ପିଟାଲରେ ବେଡ୍‌ ମିଳିବା କଷ୍ଟକର ହେଉଛି। ତେଣୁ ସେ ଟୁଇଟ୍‌ କରି ଭାଇଙ୍କ ପାଇଁ ବେଡ୍‌ ଖଣ୍ଡେ ଯୋଗାଡ କରିବାକୁ ଗୁହାରି କରିଛନ୍ତି। ଏହାକୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନା ପରାମର୍ଶଦାତା ଶଲଭମଣି ତ୍ରିପାଠୀ, ଡିଏମ୍‌ ଏବଂ ନୋଏଡାର ବିଧାୟକ ପଙ୍କଜ ସିଂଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। ମନ୍ତ୍ରୀଙ୍କ ଟୁଇଟ୍‌ର ଉତ୍ତରରେ ଶଲଭମଣି କହିଛନ୍ତି ଯେ, ସେ ଗାଜିଆବାଦ ଜିଲା ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ମନ୍ତ୍ରୀଙ୍କ ଏଭଳି ଟୁଇଟ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ କରୋନାର ସଙ୍କଟ ଜନକ ସ୍ଥିତି ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ...

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ...

୨୦୪୭ରେ ଯେଉଁ ବ୍ୟକ୍ତି ବହିର୍ବ୍ୟାପାରମନ୍ତ୍ରୀ ହେବ ମୁଁ ତାଙ୍କୁ ଇର୍ଷା କରିବି: ଜୟଶଙ୍କର…

ଅହମଦାବାଦ,୫।୯ : ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଭାରତ ବିଷୟରେ କଥାବାର୍ତ୍ତା ବେଳେ ବହିର୍ବ୍ୟାପାରମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ,୩।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ ଘଟିଛି। ଶୁକ୍ରବାର ୯୧ ବର୍ଷ ବୟସରେ ସେ କୋଲକାତାରେ ଶେଷ ନିଶ୍ୱାସ...

ବିହାରରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ନୀତୀଶ

ପାଟନା,୨୦।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବଡ ବୟାନ ଦେଇଛନ୍ତି। ଶୁକ୍ରବାର ସେ କହିଛନ୍ତି ବିହାରରେ ଏନ୍‌ଆର୍‌ସି ଲାଗୁ...

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ...

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ...

ଦିନେ କମିଲେ ଦିନେ ବଢୁଛି: ଆଜି ରାଜ୍ୟରୁ ୮୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୩୧୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week