ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର,୬।୯(ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ଅସୁସ୍ଥତା ଯୋଗୁ ଓଡ଼ିଶା ଗସ୍ତରେ ଆସି ପାରି ନ ଥିଲେ। ଆରୋଗ୍ୟ ଲାଭ କରି ଟୁଡୁ ସୋମବାରଠାରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଲିଙ୍ଗରାଜଙ୍କୁ ଦର୍ଶନ କରି ପୁରୀ ଗସ୍ତ କରିବେ। ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ। ଏହାପରେ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। ଟୁଡୁ ୭ ତାରିଖ ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରିଯାପନ କରିବେ। ଆସନ୍ତା ୮, ୯, ୧୦ ଓ ୧୧ ତାରିଖ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ବାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ୱର, ପୁରୀ, କଟକ, ବାରିପଦା, ରାଇରଙ୍ଗପୁର ସାଙ୍ଗଠନିକ ଜିଲାର ବିଭିନ୍ନ ସ୍ଥାନରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri