Posted inଜାତୀୟ

‘ବେଳେବେଳେ ମନକୁ ଆସୁଛି ରାଜନୀତି ଛାଡିଦେବି’

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ସଚ୍ଚୋଟତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ବାତାବରଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ଗିରିଶ ଗାନ୍ଧୀଙ୍କ ସମ୍ମାନ ସମାରୋହରେ ପହଞ୍ଚି ଗଡକରୀ କହିଛନ୍ତି, ରାଜନୀତିର ଅର୍ଥ ସମାଜ, ଦେଶର କଲ୍ୟାଣ ପାଇଁ ନା ସରକାରରେ ରହିବା ତାହା ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ। ମହାତ୍ମା ଗାନ୍ଧୀଙ୍କ ସମୟରୁ ରାଜନୀତି ସାମାଜିକ ଆନ୍ଦୋଳନର ଏକ ଅଂଶ ହୋଇଆସୁଛି, କିନ୍ତୁ ପରେ ଏହାର ଧ୍ୟାନ ଦେଶ ତଥା ବିକାଶର ଲକ୍ଷ୍ୟ ଆଡକୁ ଚାଲିଯାଇଛି। ଆଜିର ରାଜନୀତି, ଆମେ ଯାହା ଦେଖୁଛୁ ତାହା କେବଳ ଶତପ୍ରତିଶତ କ୍ଷମତାରେ ରହିବା ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ହୋଇଛି। ରାଜନୀତି ହେଉଛି ସାମାଜିକ ଏବଂ ଅର୍ଥନୈତିକ ସଂସ୍କାରର ପ୍ରକୃତ ମାଧ୍ୟମ। ତେଣୁ ଆଜିର ରାଜନେତାମାନେ ସମାଜରେ ଶିକ୍ଷା, କଳା ଇତ୍ୟାଦି ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ୍‌।
ଗଡକରୀ ଆହୁରି ମଧ୍ୟ କହିଛନ୍ତି, ବେଳେବେଳେ ରାଜନୀତି ଛାଡିବାକୁ ଚିନ୍ତା କରେ। କାରଣ ରାଜନୀତି ବ୍ୟତୀତ ଜୀବନରେ ଅନେକ ଜିନିଷ କରିବାକୁ ପଡିବ। ଯେତେବେଳେ ଲୋକେ ମୋତେ ବଡ଼ ବଡ଼ ଫୁଲତୋଡା ଦିଅନ୍ତି କିମ୍ବା ମୋ ପୋଷ୍ଟର ଲଗାନ୍ତି ମୋତେ ଖରାପ ଲାଗେ। ମୁଁ ଏହାକୁ ପସନ୍ଦ କରେ ନାହିଁ।
ନିକଟରେ ଗଡକରୀ ରାଜନୀତିକୁ ନେଇ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ, ଆଜିକାଲି ରାଜନୀତିରେ ବିଭିନ୍ନ ଲୋକଙ୍କ ବିଭିନ୍ନ ସମସ୍ୟା ଅଛି। ଯିଏ ମୁଖ୍ୟମନ୍ତ୍ରୀ ହେଉଛନ୍ତି,ସେମାନେ ଚିନ୍ତାରେ ରହୁଛନ୍ତି କେତେବେଳେ ସେ ଗାଦିରୁ ହଟିଯିବେ। ବିଧାୟକ ଏଥିପାଇଁ ଦୁଃଖୀ ଥାଆନ୍ତି, କାରଣ ମନ୍ତ୍ରୀ ପଦ ତାଙ୍କୁ ମିଳୁନାହିଁ। ମନ୍ତ୍ରୀ ଏଥିପାଇଁ ଦୁଃଖୀ, ତାଙ୍କୁ ଭଲ ବିଭାଗ ମିଳୁନାହିଁ। ଭଲ ବିଭାଗ ମିଳିଥିବା ମନ୍ତ୍ରୀ ଏଥିପାଇଁ ଦୁଃଖୀ, ସେ ମୁଖ୍ୟମନ୍ତ୍ରୀ  ହୋଇପାରିଲେ ନାହିଁ। ଗଡକରୀଙ୍କ ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri