୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜିଡିଏସମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ପ୍ରତ୍ୟେକ ଗ୍ରାମୀଣ ଡାକ ସେବକଙ୍କୁ ୧୨, ୨୪ ଓ ୩୬ ବର୍ଷର ଚାକିରି ଶେଷ ହେବା ପରେ ଯଥାକ୍ରମେ ବାର୍ଷିକ ୪,୩୨୦/- ଟଙ୍କା, ୫,୫୨୦/- ଟଙ୍କା ଏବଂ ୭,୨୦୦/- ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ପ୍ରଦାନ କରାଯିବ।

ଏହା ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆରସିଏ)’ ଆକାରରେ ଜିଡିଏସ୍ କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ। ଜିଡିଏସର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ଯୋଜନା ଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ଏବଂ ସେମାନଙ୍କ ସେବାରେ ସ୍ଥାଣୁତା ଦୂର ହେବ ବୋଲି ଆଶା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ସୋସିଆଲ୍ ମିଡିଆରୁ ଦୂରରେ ରହି କଠିନ ପରିଶ୍ରମ’: ଜାଣନ୍ତୁ OJS ପରୀକ୍ଷାରେ କେମିତି ସଫଳତା ହାସଲ କଲେ ରାଜଶ୍ରୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୪।୩: ତୃତୀୟ ପ୍ରୟାସରେ OJS ପରୀକ୍ଷାରେ ସଫଳ ହୋଇଥିବା ରାଜଶ୍ରୀ ପ୍ରିୟଦର୍ଶିନୀ ୯ମ ରାଙ୍କ ହାସଲ କରିଛନ୍ତି। ଏଥିସହିତ ରାଜଶ୍ରୀ ଓଡ଼ିଶାର ଅନେକ ଯୁବକ ଯୁବତୀଙ୍କ...

IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌

କଟକ,୧୪ା୩(କାର୍ତ୍ତିକ ସାହୁ): ଇଣ୍ଡିଆନ ରିଜର୍ଭ ବାଟାଲିଅନ୍‌ (ଆଇଆର୍‌ବି) କନ୍‌ଷ୍ଟେବଲ୍‌ ସିପାହି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା...

PM Internship Schemeରେ ବଡ଼ ପରିବର୍ତ୍ତନ, ଏହିଦିନ ଆବେଦନର ଶେଷ ତାରିଖ,ଜାଣନ୍ତୁ ପୁରା ସୂଚନା

ନୂଆଦିଲ୍ଲୀ,୭।୩:ଗତ ବର୍ଷ ଜୁଲାଇ ୨୩ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ତାଙ୍କ ବଜେଟ ଭାଷଣ ସମୟରେ PM Internship Scheme ଯୋଜନା ଘୋଷଣା କରିଥିଲେ।...

CISFରେ ଆସିଲା ବମ୍ପର ନିଯୁକ୍ତି: ଦଶମ ପାସ୍‌ କରିଥିଲେ ସୁବର୍ଣ୍ଣ ସୁଯୋଗ, ଶେଷ ତାରିଖ…

ନୂଆଦିଲ୍ଲୀ,୬।୩: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) କନଷ୍ଟେବଳ ଏବଂ ଟ୍ରେଡସମ୍ୟାନ ପଦବୀରେ...

Big appointment announced for Puri temple: ପୁରୀ ଶ୍ରୀମନ୍ଦିର ପାଇଁ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, ୧୦୮୩ ପଦବୀ ଖାଲି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ପୁରୀ,୪।୩: ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ...

IFFCOରେ ଚାକିରି ସୁଯୋଗ, ଏମିତି କରନ୍ତୁ ଆବେଦନ, ଶେଷ ତାରିଖ…

ଭୁବନେଶ୍ୱର,୪।୩: ଚାକିରି ଖୋଜୁଥିବା ସ୍ନାତକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ ଲିମିଟେଡ (IFFCO) କୃଷି ସ୍ନାତକ ତାଲିମ (AGT)...

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ...

ବ୍ୟାଙ୍କ ଅଫ ଇଣ୍ଡିଆରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ: ଏମିତି କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…

ଭୁବନେଶ୍ୱର,୩।୩: ବ୍ୟାଙ୍କ ଅଫ ଇଣ୍ଡିଆ (BOI) ଦେଶର ଅନେକ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ଆଣିଛି। ଏହି ନିଯୁକ୍ତି ସାରା ଦେଶରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri