ଜଳବାୟୁ ପରିବର୍ତ୍ତନ ଯୋଗୁ ୪୪ ଦେଶରୁ ୪.୩ କୋଟି ଅଧିକ ପିଲା ହୋଇଛନ୍ତି ବିସ୍ଥାପିତ: ୟୁନିସେଫ୍‌

ନୁୟର୍କ,୬।୧୦: ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବ ବିଶ୍ୱରେ ଦୃଶ୍ୟମାନ ହେଉଛି। ପାଶ୍ଚାତ୍ୟ ଦେଶଗୁଡିକରେ ତାପମାତ୍ରା ବୃଦ୍ଧି ଏବଂ ଛୋଟ ଦ୍ୱୀପପୁଞ୍ଜରେ ବନ୍ୟା ହେବାର ଆଶଙ୍କା ସୂଚାଇ ଦେଉଛି ଯେ ମାନବଜାତି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ ଦେଖାଯାଉଛି। ଏହି ସମୟରେ ୟୁନିସେଫ୍‌ ଗୁରୁବାର ସୂଚନା ଦେଇଛି, ଜଳବାୟୁ ପରିବର୍ତ୍ତନ ହେତୁ ବଢୁଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨୦୧୬ରୁ ୨୦୨୧ ମଧ୍ୟରେ ୪.୩ କୋଟି ପିଲା ବିସ୍ଥାପିତ ହୋଇଛନ୍ତି।

ବନ୍ୟା ପ୍ରଭାବିତ ସୁଦାନର ବାସିନ୍ଦା ଖାଲିଦ ଅବଦୁଲ ଅଜିମ କହିଛନ୍ତି ଯେ, ବନ୍ୟାରେ ଆମ ଗାଁ ଜଳମଗ୍ନ ହୋଇଥିବାରୁ ଆମେ ଆମର ସମସ୍ତ ଜିନିଷ ରାସ୍ତାରେ ଛାଡି ଦେଇଛୁ ଏବଂ ଗାଁରେ ପହଞ୍ଚିବା ପାଇଁ ଡଙ୍ଗାର ସାହାଯ୍ୟ ନେଇଥିଲୁ।

ଜଳବାୟୁ ବିପର୍ଯ୍ୟୟ କାରଣରୁ ଆଭ୍ୟନ୍ତରୀଣ ବିସ୍ଥାପନ ପରିସଂଖ୍ୟାନ ସାଧାରଣତଃ ପୀଡିତଙ୍କ ବୟସକୁ ବିଚାରକୁ ନିଆଯାଏ ନାହିଁ। ରିପୋର୍ଟରେ ଦର୍ଶାଯାଇଛି, ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ବନ୍ୟା, ମରୁଡ଼ି ଏବଂ ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ ୪୪ଟି ଦେଶରେ ୪୩ ମିଲିୟନରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ବନ୍ୟା ଓ ଝଡ଼ ଯୋଗୁ ୯୫ ପ୍ରତିଶତ ପିଲାଙ୍କୁ ବିସ୍ଥାପିତ ହେବାକୁ ପଡିଛି। ବିସ୍ଥାପନ ସମ୍ବନ୍ଧୀୟ ରିପୋର୍ଟରେ ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ, ଆସନ୍ତା ୩୦ ବର୍ଷ ମଧ୍ୟରେ ବନ୍ୟା ହେତୁ ୯.୬ କୋଟିରୁ ଅଧିକ ପିଲା ବିସ୍ଥାପିତ ହୋଇପାରନ୍ତି ଏବଂ ସାଇକ୍ଲୋନିକ ଝଡ ଯୋଗୁ ୧.୩ କୋଟି ପିଲା ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇପାରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?