Posted inଜାତୀୟ

ସ୍ବାମୀଙ୍କୁ ଘରୁ ବେଦଖଲ କରିବା-ପ୍ରବେଶ କରିବାକୁ ବାରଣ କରିବା ଅନ୍ୟାୟ, ସ୍ତ୍ରୀଙ୍କ ଆବେଦନ କୋର୍ଟରେ ଖାରଜ …

ନୂଆଦିଲ୍ଲୀ, ୧୭।୧ : ଜଣେ ମହିଳା ସ୍ବାମୀଙ୍କୁ ଘରୁ ବାହାର କରିଦେବା ଏବଂ ତାଙ୍କର ଘରେ ପ୍ରବେଶକୁ ରୋକିବା ପାଇଁ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। କିନ୍ତୁ କୋର୍ଟ ମହିଳାଙ୍କ ଏଭଳି ଆବେଦନକୁ ଅନ୍ୟାୟ ଦର୍ଶାଇ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମହିଳାଙ୍କ ସ୍ବାମୀ ଘରର ଅଂଶୀଦାର। ଏହା ବ୍ୟତୀତ ତାଙ୍କର ରହିବାକୁ ଅନ୍ୟ କୌଣସି ସ୍ଥାନ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପାରିବାରିକ ହିଂସାରୁ ସୁରକ୍ଷିତ ପରିବେଶ ଯୋଗାଇବା ଆଇନର କର୍ତ୍ତବ୍ୟ।

ନୂଆଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଅତିରିକ୍ତ ସେସନ୍ସ ଜଜ ହିମାନୀ ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ମହିଳା ଜଣକ ଘରର ଦ୍ୱିତୀୟ ମହଲାରେ ଦୁଇ ପିଲାଙ୍କ ସହ ରହୁଥିବାବେଳେ ସ୍ବାମୀ ତଳ ମହଲାରେ ଏକୁଟିଆ ରହୁଛନ୍ତି। ପରସ୍ପର ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ସ୍ବାମୀଙ୍କୁ ତଳ ମହଲାରୁ ବାହାର କରିଦେବାକୁ ଏବଂ ତାଙ୍କୁ ସେଠାକୁ ଆସିବାକୁ ବାରଣ କରିବାକୁ ଚାହୁଁଥିବା ମହିଳା ଆବେଦନରେ ଉପଯୁକ୍ତ କାରଣ ଦର୍ଶାଇ ନାହାନ୍ତି।

ଖଣ୍ଡପୀଠ ଏହା ମଧ୍ୟ କହିିଛନ୍ତି ଯେ, ମହିଳା ଜଣକ ପିଟିଶନରେ ଅଜବ କଥା କହିଛନ୍ତି। ସ୍ବାମୀ ତଳ ମହଲା ଅପରିଷ୍କାର ଏବଂ ମଇଳା କରୁଛନ୍ତି। ସେଥିପାଇଁ ଦୁର୍ଗନ୍ଧ ହେଉଛି। ଖଣ୍ଡପୀଠ କହିଛନ୍ତି ସ୍ବାମୀ ତାଙ୍କ ବାସସ୍ଥାନକୁ ମଇଳା କରି ରଖୁଛନ୍ତି। ଏପରିସ୍ଥଳେ ତାଙ୍କୁ ଘରୁ ବାହାର କରିବାର କୌଣସି ଯଥାର୍ଥତା ନାହିଁ।

ପାରିବାରିକ ହିଂସା ଅଭିଯୋଗରେ ମହିଳାଙ୍କ ଅଭିଯୋଗ ଆଧାରରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଏକ ବର୍ଷ ପୂର୍ବେ ସ୍ବାମୀଙ୍କୁ ଦ୍ୱିତୀୟ ମହଲାକୁ ଯିବାକୁ ବାରଣ କରି ସାରିଛନ୍ତି। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ସ୍ବାମୀ ଦୀର୍ଘ ଦିନ ଧରି ତାଙ୍କୁ ଶାରୀରିକ ତଥା ମାନସିକସ୍ତରରେ ନିର୍ଯାତନା ଦେଉଥିଲେ।

ଡିସେମ୍ବର ୨୦୨୦ ରେ, ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ମହଲାରେ ରହୁଥିବା ସ୍ତ୍ରୀ ଏବଂ ପିଲାମାନଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ଏବଂ ଦ୍ୱିତୀୟ ମହଲାରେ ପାଦ ନ ଦେବାକୁ କୋର୍ଟ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?