ବୃତ୍ତିହରା ହୋଇ ଦାଦନ ଖଟିବାକୁ ଯୁବକ ଯାଉଛନ୍ତି

ପଟ୍ଟାମୁଣ୍ଡାଇ,୬ା୪(ସ୍ବ.ପ୍ର.): ଯୁଗ ସହ ତାଳ ଦେଇ ନ ପାରିବାରୁ ଆଜି ଅନେକ କୌଳିକ ବୃତ୍ତି ହଜିଯିବାକୁ ବସିଲାଣି। ଅନ୍ୟସବୁ କୌଳିକ ବୃତ୍ତି ପରି ଚାଷୀମାନଙ୍କ ହାତ ବାରିଶି ସାଜୁଥିବା କମାରଶାଳରେ ଆଗଭଳି ଠକ୍‌ଠକ୍‌ ଶବ୍ଦ କମିବାରେ ଲାଗିଲାଣି। ଏହାକୁ ନେଇ ଲୁହାରେ ନିଜର ଲହୁ ଢ଼ାଳୁ ଥିବା କମାର ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ତେଣୁ କମାର ଶାଳ ଚଳାଇଲେ ସମ୍ପ୍ରଦାୟର ଲୋକଙ୍କ ପେଟ ଅପୋଷା ରହିଛି। ଫଳରେ ବୃତ୍ତିହରା କମାର ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି।
ପଟ୍ଟାମୁଣ୍ଡାଇର କମାର ଦୀନବନ୍ଧୁ ଓଝା କୁହନ୍ତି, ଚାଷ କାର୍ଯ୍ୟ ଅବ୍ୟବହିତ ପୂର୍ବରୁ ଲଙ୍ଗଳ, କୋଦାଳ ସହ ଅନ୍ୟ ଚାଷ ଉପକରଣ ପାଇଁ ବରାଦ ଆସେ। ହେଲେ ଆଧୁନିକ ଜ୍ଞାନକୌଶଳ ଯୋଗୁ ଚାଷୀମାନେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଚାଷ କାର୍ଯ୍ୟ କରି କମ୍‌ ସମୟ ଓ ପରିଶ୍ରମରେ ଅଧିକ କାମ ହାସଲ କରି ପାରୁଛନ୍ତି। ଏବେ ଆଧୁନିକ ସଭ୍ୟତାରେ ଏସବୁ ସାମଗ୍ରୀ ହାଟ ବଜାରରେ ସୁବିଧାରେ ମିଳୁଥିବାରୁ ଗଁା ଗଣ୍ଡାରେ କମାର ଶାଳ ଅଲୋଡ଼ା ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଆଗରୁ କମାରଶାଳ ଚଳାଇ ଜୀବନ ନିର୍ବାହ କରୁଥିବା ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ନୀଳକଣ୍ଠପୁର ଗ୍ରାମର କାରିଗର ସୁଶାନ୍ତ କୁମାର ଓଝା କୁହନ୍ତି, ପୂର୍ବପୁରୁଷରୁ ଚାଲି ଆସୁଥିବା କମାର କାମ ଆଜି ବୁଡ଼ି ଯିବାକୁ ବସିଲାଣି। କମାରଶାଳ ଚଳାଇବା ପାଇଁ ଆବଶ୍ୟକ ହେଉଥିବା କାଠ କୋଇଲା କିଣିବାକୁ ପଡୁଛି। ଏହା ବର୍ତ୍ତମାନ ମହଙ୍ଗା ହେବା ସହ ସହଜରେ ଉପଲବ୍ଧ ମଧ୍ୟ ହେଉନାହିଁ। ଫଳରେ କମାରଶାଳ ଚଳାଇବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷେ ପୂର୍ବଭଳି ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉ ନ ଥିବାରୁ ଆଶା ଜନକ ବେପାର ମଧ୍ୟ ହୋଇପାରୁନାହିଁ। ଦିନକୁ ଦିନ ଅତ୍ୟାଧୁନିକ କୃଷି ଉପକରଣର ଚାହିଦା ବୃଦ୍ଧି ପାଉଥିବାରୁ କମାରଶାଳର କାରିଗର ହାତବାନ୍ଧି ବସିଛନ୍ତି। ବିଲୁପ୍ତ ହେବାକୁ ବସିଥିବା କମାରଶାଳର କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇ ସରକାର ଏହି କଳାକୁ ବଞ୍ଚାଇ ନ ରଖିଲେ ଏହା ସମୟ ସହିତ ତାଳ ନ ଦେଇ ବୁଡ଼ିଯିବ। ବୃଦ୍ଧିଜୀବୀ ବିଦ୍ୟାଧର ଦାଶ କୁହନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅତ୍ୟାଧୁନିକ ଯନ୍ତ୍ରପାତି ଟ୍ରାକ୍ଟର, ପାୱ୍ବାରଟିଲର ଓ ଧାନକଟା ମେଶିନରେ ଚାଷ କାର୍ଯ୍ୟ ହେବା ଫଳରେ କିଛିବର୍ଷ ଧରି ସ୍ଥାନୀୟ ଅଞ୍ଚଳର ବହୁ କମାରଶାଳ ବନ୍ଦ ହୋଇଗଲାଣି। ଦିନ ଥିଲା, ଗଁା ଗହଳିରେ କମାରଶାଳ ଦେଖିବାକୁ ମିଳୁଥିଲା। ଏବେ କ୍ୱେଚିତ କମାରଶାଳ ଦେଖିବାକୁ ମିଳୁଛି। ଚାଷୀମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କୋଦାଳ, ଲଙ୍ଗଳ, ଶଗଡ଼ ବଳା, କୁରାଢ଼ି, ଧାନକଟା ଦା’, ଶାବଳ, କଟୁରି, ଖଣତି ପାଇଁ କମାରଶାଳାର କାରିଗର ଉପରେ ନିର୍ଭର କରିବାକୁ ପଡୁଥିଲା। ଫଳରେ କମାରମାନେ ଲୁହା ଜିନିଷ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। କେଉଁ ଆବହମାନ କାଳରୁ ଏହି କୌଳିକ ବୃତ୍ତି ଚାଲି ଆସୁଥିଲା ବେଳେ ବର୍ତ୍ତମାନ ତାହା ବୁଡ଼ି ଯିବାକୁ ବସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri