ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ ଅନେକ ବିକାଶଶୀଳ ଅର୍ଥ ବ୍ୟବସ୍ଥା ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ସାରା ବିଶ୍ୱ ଯାହା ଅନୁଭବ କରୁଛି ତା’ଠାରୁ ଏହି ସମସ୍ୟା ଆହୁରି ବଡ଼ ହୋଇପାରେ। କାରଣ ଅନେକ ଦେଶ କରିଥିବା ଋଣ ଗୁପ୍ତ, ଅପ୍ରକାଶ୍ୟ କିମ୍ବା ଅସ୍ପଷ୍ଟ ରହିଛି। ଏହା ନୀତି ନିର୍ଦ୍ଧାରକ ଏବଂ ନିବେଶକମାନଙ୍କୁ ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାରେ ବି ବାଧା ସୃଷ୍ଟି କରୁଛି। ଦେଖାଯାଉଛି, କେତେକ ନିମ୍ନ ଆୟବର୍ଗର ଦେଶ ସେମାନଙ୍କ ଋଣ ତଥ୍ୟ ପ୍ରକାଶକରି ବିକାଶ କରିଛନ୍ତି। ସଦ୍ୟ ପ୍ରକାଶିତ ଡେବିଟ ରିପୋର୍ଟିଂ ହିଟ୍‌ ମ୍ୟାପ୍‌ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୨୧ରେ ୬୦% ତଥ୍ୟ ପ୍ରକାଶ କରାଯାଇଥିବାବେଳେ ଏବେ ଏହା ବୃଦ୍ଧି ଘଟି ୮୦%ରେ ପହଞ୍ଚିଛ। କିନ୍ତୁ କେତେକ ଦେଶ ପୂର୍ବର ଖରାପ ସ୍ଥିତିକୁ ଫେରିଛନ୍ତି, ଅସମାନତା ଅଧିକ ଦେଖାଯାଇଛି ଓ ପୂର୍ବଭଳି ଦୁର୍ବଳ ରହିଛନ୍ତି। ଉଦାହରଣ ସ୍ବରୂପ, ସୂଚନା ପର୍ଯ୍ୟାପ୍ତ ପରିମାଣରେ ସମ୍ପୂର୍ଣ୍ଣ ବିବରଣୀ ସହ ଶୀଘ୍ର ପ୍ରକାଶିତ ହୋଇ ନ ପାରେ ଏବଂ ଦେଶଗୁଡ଼ିକ ଅନ୍ୟ ସାର୍ବଜନୀନ ତଥା ସାର୍ବଜନୀନ ଗ୍ୟାରେଣ୍ଟିଯୁକ୍ତ ଋଣକୁ ବାଦ୍‌ ଦେଇ କେବଳ କେନ୍ଦ୍ରୀୟ ସରକାରୀ ଋଣ ସମ୍ପର୍କରେ ପ୍ରକାଶ କରିପାରନ୍ତି।
ଦେଶ ଭିତରେ ମୋଟ ଘରୋଇ ଋଣ ବିଷୟରେ ବିଚାରକୁ ନିଆଯାଉ। ଆର୍ଥିକ ବଜାରଗୁଡ଼ିକରୁ ବାହାରେ ରହିଥିବା ଅନେକ ସ୍ବଳ୍ପ ଆୟକାରୀ ଦେଶ ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ବହୁ ସମୟରେ କାହାକୁ କିଛି ନ ଜଣାଇ ଘରୋଇ ଋଣ ପ୍ରଦାନ ଉପାୟର ସାହାରା ନେଇଛନ୍ତି। ସେହିପରି ପୂର୍ବ ନିର୍ଦ୍ଧାରିତ ବିନିମୟ ହାରରେ ଦୁଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ହୋଇଥିବା ଅସ୍ପଷ୍ଟ ବୁଝାମଣାର ଧାରାକୁ ବହୁ ଋଣଗ୍ରସ୍ତ ଋଣଗ୍ରହୀତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହେଉଛି। ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକରେ ସରକାରୀ ଋଣ ସ୍ବଚ୍ଛତା ଉପରେ ୱାଲର୍‌ଡ ବ୍ୟାଙ୍କର ୨୦୨୧ କମ୍ପ୍ରେହେନ୍‌ସିଭ ରିପୋର୍ଟ ଏହି ଦୁଇଟି ଧାରାକୁ ଆକଳନ କରିଥିଲା।
ଋଣ ତଥ୍ୟର ସ୍ବଚ୍ଛତା ବଢ଼ାଇବା ପାଇଁ ତିନୋଟି ପ୍ରମୁଖ କ୍ଷେତ୍ରରେ ପଦକ୍ଷେପ ନେବାକୁ ପଡ଼ିବ। ପ୍ରଥମେ, ସରକାରୀ ଋଣକୁ ରେକର୍ଡ ଏବଂ ପରିଚାଳନା କରିିବାକୁ ଆମକୁ ସଫ୍ଟୱେର ବିକାଶ କରିବାକୁ ପଡ଼ିବ। ଯେପରି ବ୍ୟକ୍ତିମାନେ ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ପରିଚାଳନା ପାଇଁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବହାର କରନ୍ତି, ସରକାରଗୁଡ଼ିକ ସେମାନଙ୍କର ଋଣ ପୋର୍ଟଫୋଲିଓ ପରିଚାଳନା ପାଇଁ ବିଶେଷ ସଫ୍ଟୱେର୍‌ ଉପରେ ନିର୍ଭର କରନ୍ତି। କିନ୍ତୁ ସାଧାରଣତଃ ବଜେଟ, ଆକାଉଣ୍ଟିଂ ଏବଂ ଟ୍ରେଜେରି ପ୍ରକ୍ରିୟା ପରିଚାଳନା ପାଇଁ ଏକ ସମନ୍ବିତ ସୂଚନା ପ୍ରଯୁକ୍ତି ସମାଧାନ ପାଇଁ ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକ ସେମାନଙ୍କର ନିଜସ୍ବ ସିଷ୍ଟମ ଡିଜାଇନ କରୁଥିବାବେଳେ ଅଧିକାଂଶ ସ୍ବଳ୍ପ ଆୟକାରୀ ଦେଶ ଅନ୍ତର୍ଜାତୀୟ ସମ୍ପ୍ରଦାୟ ପ୍ରାୟୋଜିତ ‘ ଅଫ୍‌ ଦି ସେଲ୍‌’ ସଫ୍ଟୱେର୍‌ ଉପରେ ନିର୍ଭର କରନ୍ତି। ଏହି ବ୍ୟବସ୍ଥାଗୁଡ଼ିକ ପ୍ରାୟତଃ ଦେଶଗୁଡିକରେ ବୃଦ୍ଧି ପାଉଥିବା ଋଣଜନିତ ତଥ୍ୟରେ ଥିବା ଜଟିଳତାକୁ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଏହାବ୍ୟତୀତ ବ୍ୟାପକ ତଥା ସମୟ ଉପଯୋଗୀ ଋଣ ରିପୋର୍ଟ ପ୍ରକାଶରେ ବାଧା ସୃଷ୍ଟିକରେ। ଡେବିଟ୍‌ ସର୍ଭିସ୍‌ ସସ୍‌ପେନ୍‌ସନ ଇନିସିଏଟିଭ ପରେ ଜି୨୦ର କମନ୍‌ ଫ୍ରେମ୍‌ଓ୍ବାର୍କ ଫର୍‌ ଡେବିଟ୍‌ ଟ୍ରିଟ୍‌ମେଣ୍ଟ ଦ୍ୱାରା କରାଯାଇଥିବା ଋଣ ବୁଝାମଣା ସମୟରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଥିଲା। କମନ୍‌ ଫ୍ରେମ୍‌ୱାର୍କ ପାଇଁ ପ୍ରଯୁଜ୍ୟ ଚାଦ୍‌, ଇଥିଓପିଆ, ଘାନା ଏବଂ ଜାମ୍ବିଆର ଋଣ ରେକର୍ଡ ଅନେକ ସମୟରେ ଅସମ୍ପୂର୍ଣ୍ଣ ଏବଂ ଭୁଲ୍‌ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏକ୍ସେଲ ସ୍ପ୍ରେଡ୍‌ସିଟ୍‌ଗୁଡ଼ିକୁ ଗ୍ରହଣ କରାଯାଇଥିଲା ଏବଂ ଏହା ଥିଲା ଏକ ମାସର ପ୍ରକ୍ରିୟା, ଯାହା ପୁନଃ ନିର୍ମାଣ ବୁଝାମଣାକୁ ଯଥେଷ୍ଟ ବିଳମ୍ବ କରିଥିଲା।
ଉନ୍ନତ ଋଣ ପରିଚାଳନା ପଦ୍ଧତିର ଡିଜାଇନରେ ସହଯୋଗ କରିବାକୁ ଏକ ଟାସ୍କଫୋର୍ସ ଗଠନ କରିବାକୁ ଆମେ ସୁପାରିସ କରିଥିଲୁ। ସମସ୍ତ ମୁଖ୍ୟ ସେବା ପ୍ରଦାନକାରୀଙ୍କ ଯୋଗଦାନ ସହ ଟାସ୍କଫୋର୍ସ ସଦସ୍ୟମାନେ ଋଣ ପରିଭାଷା ଏବଂ ଗଣନା ପ୍ରଣାଳୀକୁ ମାନକୀକୃତ କରିବା, କମ୍ପ୍ୟୁଟରରେ ତଥ୍ୟ ଗଣନା କରିବାକୁ ଏହା ମାନକୀକୃତ କରିପାରିବେ ଏବଂ ଉପଭୋକ୍ତା-ଅନୁକୂଳ ଆଇଟି ସମାଧାନର ବିକାଶକୁ ଆଗେଇନେବେ। ସେହି ଉପାୟରେ ଡେଟାଏଣ୍ଟ୍ରି ଏବଂ ପୁନଃ ବୁଝାମଣାରୁ ବଞ୍ଚିତ ରହିବା ପରିବର୍ତ୍ତେ ଜାତୀୟ କର୍ତ୍ତୃପକ୍ଷ ଋଣ ବିଶ୍ଳେଷଣ ଏବଂ ପରିଚାଳନା ଉପରେ ଧ୍ୟାନ ଦେଇପାରନ୍ତି। ୨୦୨୩ ଜାତିସଂଘ ବାଣିଜ୍ୟ ଏବଂ ବିକାଶ ରିପୋର୍ଟର ପରାମର୍ଶ ଅନୁଯାୟୀ ନୂତନ ଭାବେ ଡିଜାଇନ ହୋଇଥିବା ସଫ୍ଟୱେର୍‌ ଋଣ ବିତରଣ ଏବଂ ଦେୟ ଉପରେ ଋଣଦାତାଙ୍କଠାରୁ ଇନ୍‌ପୁଟ ପାଇଁ ଅନୁମତି ଦେଇପାରେ। ଏହାଦ୍ୱାରା ସମ୍ପୂର୍ଣ୍ଣ ବୈଧ ତଥ୍ୟ ଉପରେ ଆଧାରିତ ୱାଲର୍‌ଡ ବ୍ୟାଙ୍କ ଅନ୍ତର୍ଜାତୀୟ ଋଣ ପରିସଂଖ୍ୟାନ ଏବଂ ଅନ୍ୟାନ୍ୟ ପରିସଂଖ୍ୟାନ ରିପୋର୍ଟ ପ୍ରସ୍ତୁତ କରାଯାଇପାରିବ।
ଋଣର ସ୍ବଚ୍ଛତାକୁ ମଜଭୁତ କରିବା ପାଇଁ ଆବଶ୍ୟକ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସରକାରୀ ଋଣଗ୍ରହୀତାମାନେ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ଋଣ ସମ୍ପର୍କିତ ତଥ୍ୟ ପ୍ରକାଶ କରିବାରେ ପ୍ରୋତ୍ସାହନ ସୃଷ୍ଟି କରିବା। ଏଥିପାଇଁ ଜାତୀୟ ଆଇନଗତ ଢାଞ୍ଚାର ସଂସ୍କାର ଆବଶ୍ୟକ ହେବା ସହ ଋଣ ସ୍ବଚ୍ଛତା ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ବହୁପକ୍ଷୀୟ ସଙ୍ଗଠନର ପ୍ରୟାସ ଲୋଡ଼ା। ପୂର୍ବରୁ ବିଶ୍ୱବ୍ୟାଙ୍କର ସ୍ଥାୟୀ ବିକାଶ ବିତ୍ତୀୟ ନୀତିରେ ଅନ୍ତର୍ଜାତୀୟ ବିକାଶ ସଙ୍ଗଠନର ସମର୍ଥନ ପାଉଥିବା ନିମ୍ନ ଏବଂ ମଧ୍ୟବିତ୍ତ ଆୟକାରୀ ଦେଶଗୁଡ଼ିକ ପାଇଁ ଋଣ ତଥ୍ୟ ପ୍ରକାଶ ପ୍ରୋତ୍ସାହନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ୪୦ରୁ ଅଧିକ ସ୍ବଳ୍ପ ଆୟକାରୀ ଦେଶରେ ଋଣସମ୍ପର୍କିତ ରିପୋର୍ଟ ଏବଂ କଭରେଜରେ ଉନ୍ନତି ଆଣିବାରେ ସହାୟକ ହୋଇଛି। ଋଣ ପୁନର୍ଗଠନ ଏଭଳିି ପ୍ରୋତ୍ସାହନଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସୁଯୋଗ ସୃଷ୍ଟିକରେ। ଜାମ୍ବିଆ କ୍ଷେତ୍ରରେ ବକେୟା ଋଣ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବା ଏବଂ ଅନେକ ସମୟରେ କଠିନ ଋଣ-ସମନ୍ବୟ ପ୍ରକ୍ରିୟା ବ୍ୟବହାର କରାଯାଇପାରିବ ଏବଂ ଏହା ମଧ୍ୟ ଆବଶ୍ୟକ। ଏହା ଦେଶଗୁଡ଼ିକର ଋଣ ରେକର୍ଡକୁ ସ୍ବଚ୍ଛ ଓ ସଙ୍ଗଠିତ କରିବାକୁ ସୁଯୋଗ ଦେଇଥାଏ।
ଋଣମୁକ୍ତି ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଡେଟା ପ୍ରାବଧାନକୁ ଉତ୍ସାହିତ କରିବ। ଋଣ ମୁକ୍ତି ପାଇଁ ଉପଯୁକ୍ତ ମାନଦଣ୍ଡ ସର୍ବନିମ୍ନ ସ୍ବଚ୍ଛତା ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିପାରିବ।
ତୃତୀୟରେ ଋଣଦାତାଙ୍କ ଦ୍ୱାରା ଉନ୍ନତ ରିପୋର୍ଟିଂର ପ୍ରଗତି ଆବଶ୍ୟକ। ଓପଚାରିକ ଦ୍ୱିପାକ୍ଷିକ ଋଣପ୍ରଦାନରେ ସ୍ବଚ୍ଛତାକୁ ବଜାୟ ରଖିବା ପାଇଁ ଋଣଦାତା ଦେଶଗୁଡ଼ିକ ସ୍ଥାୟୀ ଆର୍ଥିକ ସହାୟତା ଲାଗି ଜି୨୦ର କାର୍ଯ୍ୟକାରୀ ମାର୍ଗଦର୍ଶିକାର ସୁପାରିସକୁ ଅନୁସରଣ କରିପାରିବେ; ଯଥା ତଥ୍ୟ ସଂଗ୍ରହରେ ଉନ୍ନତି ଆଣିବା ଏବଂ ନୂତନ ତଥା ଏବକାର ଋଣ ଉପରେ ଅଧିକ ସୂଚନା ପ୍ରକାଶନ କରିବା। ଦ୍ୱିପାକ୍ଷିକ ଋଣଦାତାମାନେ ପ୍ରତ୍ୟକ୍ଷ ଋଣ, ଗ୍ୟାରେଣ୍ଟି ଏବଂ ରପ୍ତାନି-କ୍ରେଡିଟ୍‌ ଏଜେନ୍ସି ବୀମା ସହ ଉଭୟ ବକେୟା ଋଣ ଏବଂ ବୈଦେଶିକ ବିନିମୟର ମୂଳ ସର୍ତ୍ତାବଳୀକୁ ସାଧାରଣରେ ପ୍ରକାଶ କରିବା ଉଚିତ। ଆମେରିକାର ଟ୍ରେଜେରି ଋଣଦାତାମାନଙ୍କୁ ସେମାନଙ୍କ ବିତ୍ତୀୟ କାର୍ଯ୍ୟରେ ସ୍ବଚ୍ଛତା ବଢ଼ାଇବା ଲାଗି ଏକ ଭଲ ମଡେଲ ପ୍ରଦାନ କରିଥାଏ। ଏହିସବୁ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଋଣଦାତାମାନେ ନୂତନ ଋଣ ଚୁକ୍ତିରେ ଗୋପନୀୟତା କିମ୍ବା ଗୁପ୍ତ ଧାରା ଅନ୍ତର୍ଭୁକ୍ତ କରିବା ଉଚିତ ନୁହେଁ, ଯାହା ୨୦୨୨ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଦାବି କରିଛି। ଋଣ ଆହ୍ବାନଗୁଡ଼ିକ ସମ୍ମୁଖୀନ କରୁଥିବା ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ମଧ୍ୟରେ ଋଣ ସ୍ବଚ୍ଛତାକୁ ଦୃଢ଼ କରିବା ଦ୍ୱାରା ଠୋସ୍‌ ଏବଂ ଅର୍ଥପୂର୍ଣ୍ଣ ପ୍ରଗତି ମିଳିପାରିବ। ବ୍ୟବହାରିକ ବୈଷୟିକ ସମାଧାନ ଏବଂ ପ୍ରତ୍ୟେକ ହିତାଧିକାରୀଙ୍କଠାରୁ ପୂର୍ଣ୍ଣ ସହଯୋଗରେ ହିଁ ସଫଳତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri