Posted inଜାତୀୟ

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୯।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତିହାଡ ଜେଲରୁ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ଛୋଟା ରାଜନ ଅସୁସ୍ଥ ହେବା ପରେ ଜେଲ୍‌ର ଏକ ଓ୍ବାର୍ଡରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଜେଲ୍‌ର ଜଣେ ଅଧିକାରୀ କୋର୍ଟକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଏହାପୂର୍ବରୁ ଗତ କିଛି ଦିନ ତଳେ ଛୋଟ ରାଜନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ୧୫ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ପୁଣି ଥରେ ସେ ଜେଲ୍‌କୁ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ମାନବ ସମ୍ବଳ ମନ୍ତ୍ରଣାଳୟ ନାମ

ନୂଆଦିଲ୍ଲୀ, ୨୯।୭: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ...

ଡିସେମ୍ବର ସୁଦ୍ଧା ଭାଙ୍ଗଯିବ ମମତା ବାନାର୍ଜୀଙ୍କ ସରକାର, ଶୁଭେନ୍ଦୁ କଲେ ଦାବି…

କୋଲକାତା, ୧୦।୮ : ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି ଯେ ରାଜ୍ୟର ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ସରକାର...

ହିଣ୍ଡେନବର୍ଗର ଚେତାବନୀ, ପୁଣି ଆସିବ ବଡ଼ ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୩ : ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ...

ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ...

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ...

ସାନିଟାରୀ ନାପକିନ୍‌ରେ ଲୁଚାଇରଖିଥିଲେ ୩ କୋଟି ଟଙ୍କାର ଡ୍ରଗ୍ସ: ମହିଳା ଗିରଫ

ବେଙ୍ଗାଲୁରୁ, ୧୮।୬: କର୍ନାଟକର କେମ୍ପେଗୌଡା ଜାତୀୟ ବିମାନବନ୍ଦରରେ ଶନିବାର ଡ୍ରଗ୍ସ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ମହିଳାଜଣଙ୍କ ସାନିଟାରୀ ନାପକିନ୍‌ ଭିତରେ...

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୧୪ା୫: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରୀ କମିଟି...

ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଅପମାନଜନକ: ବ୍ରିଟେନ୍‌ ସାଂସଦ

ନୂଆଦିଲ୍ଲୀ/ଲଣ୍ଡନ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିସିସିଆଇର ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ମାମଲାରେ ବ୍ରିଟେନର ଜଣେ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week