ବିବାଦରୁ ଦୂରେଇ ରହି ସଙ୍ଗଠନ କଥା ବୁଝ

ଭୁବନେଶ୍ୱର,୭ା୬(ବ୍ୟୁରୋ):ରାଜ୍ୟ ମନ୍ତ୍ରିମଣ୍ଡଳର ବିଦା ହୋଇଥିବା ମନ୍ତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଶାନ୍ତ ସିଂ, ସୁଦାମ ମାର୍ଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା। ରୋଟେଶନ ବେସିସ୍‌ରେ ଏହା କରାଯାଇଛି। କୌଣସି ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇନାହିଁ। ୨୦୨୪ରେ ସାଧାରଣ ନିର୍ବାଚନ ରହିଛି। ବିବାଦଠାରୁ ଦୂରରେ ରହି ଦଳୀୟ ସଂଗଠନ କଥା ବୁଝିବା ପାଇଁ ବିଦାୟୀ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଲୋଚନା ବେଳେ ବିଦାୟୀ ମନ୍ତ୍ରୀମାନେ ଗତ ୩ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଞ୍ଚତ୍ଛି ସେ ନେଇ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଭାଗର ଗୁରୁଦାୟିତ୍ୱ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଆମକୁ ଡାକି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ନିର୍ବାଚନକୁ ପ୍ରାୟ ୨ ବର୍ଷ ରହିଛି। ତେଣୁ ବିଜେଡି ସଙ୍ଗଠନକୁ କିପରି ଅଧିକ ମଜଭୁତ କରାଯିବ, ସରକାରଙ୍କ କାର୍ଯ୍ୟକ୍ରମକୁ କିପରି ସଙ୍ଗଠନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ ସେନେଇ ଆଲୋଚନା ହୋଇଛି। ମନ୍ତ୍ରୀ ପଦବୀ ସ୍ଥାୟୀ ନୁହେଁ। ଆମେମାନେ ଯେଉଁମାନେ ମନ୍ତ୍ରୀ ହୋଇଥିଲୁ ବିଧାୟକ ହେଲୁ।
ଯେଉଁମାନେ ବିଧାୟକ ଥିଲେ ସେମାନେ ମନ୍ତ୍ରୀ ହେଲେ। ସେମାନଙ୍କ ପରେ ଅନ୍ୟ ବିଧାୟକମାନେ ମନ୍ତ୍ରୀ ହେବେ। ଏହା ଏକ ପ୍ରକ୍ରିୟା। ରାଜନୈତିକ କ୍ଷେତ୍ରରେ ରହି ନିର୍ବାଚନମଣ୍ଡଳୀ ସହିତ ରାଜ୍ୟ ପାଇଁ କାର୍ଯ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଜେନା କହିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ଯଦିଓ ଗଣମାଧ୍ୟମ ଆଗରେ ପୂର୍ବତନ ମନ୍ତ୍ରୀମାନେ ତାହା ଏକ ନିରନ୍ତର ପ୍ରକ୍ରିୟା ବୋଲି କହୁଛନ୍ତି, ତେବେ ସେମାନଙ୍କ ମନରେ କେତେକାଂଶ କ୍ଷୋଭ ରହିଥିବା ବାରି ହୋଇପଡୁଥିଲା। ଜଗତ୍‌ସିଂହପୁର ଜିଲାରୁ ଏକମାତ୍ର ମନ୍ତ୍ରୀ ହୋଇଥିବା ରଘୁନନ୍ଦନ ଦାସ ନିଜ ଜିଲାରୁ କାହାରିକୁ ମନ୍ତ୍ରୀ ପଦବୀ ମିଳି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରୁ କାହାକୁ ମନ୍ତ୍ରୀ କରିଥିଲେ ଭଲ ହୋଇଥାଆନ୍ତା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି। ବିବାଦୀୟ ମନ୍ତ୍ରୀଙ୍କୁ ବାଦ୍‌ ଦେଇ ମୁଖ୍ୟମନ୍ତ୍ରୀ ଏଥର ସ୍ବଚ୍ଛ ଚେହେରା ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା ନେଇ ଚର୍ଚ୍ଚା ହେଉଛି। ବାଦ୍‌ ପଡ଼ିଥିବା ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି। ସେମାନଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ୩ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଇତିମଧ୍ୟରେ ପଞ୍ଚାୟତ, ମ୍ୟୁନିସିପାଲିଟି ନିର୍ବାଚନ, ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ମଧ୍ୟ ସରକାରଙ୍କ ସପକ୍ଷରେ ଯାଇଛି। ଏବେ ମୁଖ୍ୟମନ୍ତ୍ରୀ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଫୋକସ କରୁଥିବା ବେଳେ ବାଦ୍‌ ପଡ଼ିଥିବା ମନ୍ତ୍ରୀମାନଙ୍କୁ ସାମୁହିକ ଭାବେ ପ୍ରଥମଥର ପାଇଁ ନବୀନ ନିବାସ ଡକାଇ ଆଲୋଚନା କରିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri