ପିଲାଙ୍କ ରୁଚିକୁ ବୁଝନ୍ତୁ

ଛାତ୍ରୀଛାତ୍ରଙ୍କ ନିଜସ୍ବ ରୁଚି ଓ ଆଗ୍ରହ ରହିଥାଏ। ଅଭିଭାବକମାନେ ତାହାକୁ ହୃଦୟଙ୍ଗମ କରି ସେମାନଙ୍କୁ ସେହି ଦିଗରେ ଆଗେଇ ନେବା ଉଚିତ। କାରଣ ପ୍ରତ୍ୟେକ ଶିଶୁ ନିଜ ଭାଗ୍ୟ ଓ ଭବିଷ୍ୟତର ଜଣେ ଜଣେ ସୃଜନଶୀଳ ସ୍ଥପତି। ଗୁଣକୁ ଚିହ୍ନି ଗୁଣାମତ୍କ ଶିକ୍ଷା ଦେବାକୁ ପଡ଼ିବ। ଏହି ଦର୍ଶନରେ ବିଶ୍ୱାସ ରଖୁଥିବା ଭୁବନେଶ୍ୱର ମଡେଲ ପବ୍ଲିକ୍‌ ସ୍କୁଲ (ବିଏମ୍‌ପିଏସ୍‌) ତକ୍ଷଶିଳା ମୁଖ୍ୟ ସିକତା ଦାସଙ୍କୁ ଆମେ ଭେଟିଥିଲୁ ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ରେ।

 

ଶିକ୍ଷା ଯୋଗାଣକୁ କିଭଳି ଦେଖୁଛନ୍ତି। ଏହା ଅଫ୍‌ଲାଇନ ଶିକ୍ଷାର ଗୁରୁତ୍ୱକୁ କମ୍‌ କରିଦେବକି?
କୋଭିଡ୍‌ ବେଳେ କ୍ଲାସ୍‌ରୁମରେ ପାଠପଢ଼ା ସମ୍ଭବ ନ ହେବାରୁ ଅନ୍‌ଲାଇନରେ ଶିକ୍ଷା ଦେବାକୁ ପଡ଼ିଲା। ଛୋଟ ଛୋଟ ପିଲା ଅନ୍‌ଲାଇନ ସହ ଅଭ୍ୟସ୍ତ ନୁହନ୍ତି। ଯେଉଁ ଘରେ ୨ ପିଲା ଅଛନ୍ତି, ସେମାନଙ୍କ ଲାଗି ଡିଭାଇସ୍‌ ବ୍ୟବସ୍ଥା କରିବା ସହଜ ନୁହେଁ। ଅନ୍‌ଲାଇନ ସତ୍ତ୍ୱେ ଅଫ୍‌ଲାଇନ୍‌ରେ ଫିଜିକାଲ୍‌ କ୍ଲାସର ଗୁରୁତ୍ୱ ସବୁବେଳେ ରହିବ। ଅନ୍ୟ ବିକଳ୍ପ ନ ଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ କ୍ଲାସ କରୁଛନ୍ତି।

ସମ୍ପୂର୍ଣ୍ଣ ଯାଇନାହିଁ। ସ୍କୁଲରେ କିଭଳି ସତର୍କତା ଆବଶ୍ୟକ?
କୋଭିଡ୍‌ ଟିକା ଶୀଘ୍ର ଆସିଛି। ହେଲେ ସମସ୍ତଙ୍କୁ ଭାକ୍ସିନ ଦେବା ପାଇଁ ସମୟ ଲାଗିବ। ପିଲାଙ୍କୁ ସଚେତନ କରାଇବାକୁ ପଡିବ। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ହେବ। ଏହା ହୁଏତ ଚ୍ୟାଲେଞ୍ଜ ହେବ, କିନ୍ତୁ ଏହା ଏକ ଜରୁରୀ ପଦକ୍ଷେପ। ଆସନ୍ତା ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ସତର୍କତାର ସହ କାମ କରିବାକୁ ପଡିବ। ବର୍ତ୍ତମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମାସ୍କ ପିନ୍ଧିବାକୁ ନେଇ ସଚେତନତା ବଢ଼ିଛି।

ବେଳେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ଉପରେ ଅନେକ ଚାପ ରହିଛି। ଏଥିପାଇଁ ଆପଣଙ୍କ ପରାମର୍ଶ ?
କରୋନା ଯୋଗୁ ଉଭୟ ପିଲା ଏବଂ ଅଭିଭାବକ ଚାପରେ ରହିଛନ୍ତି। ଘରେ ପିଲା ପାଠ ପଢ଼ିଲେ କି ନାହିଁ, ହୋମ୍‌ ଓ୍ବାର୍କ କରୁଛନ୍ତି କି ନାହିଁ ସ୍କୁଲ ଭଳି ଦେଖାଶୁଣା କରିବା କଷ୍ଟକର। ଅଭିଭାବକ ସମସ୍ୟାରେ ରହିବା ଯୋଗୁ ଏହାର ପ୍ରଭାବ ସେମାନଙ୍କ ମନୋଭାବ ଉପରେ ପଡିଛି। ଏହାକୁ ଧ୍ୟାନରେ ରଖି ଆମ ସ୍କୁଲରେ ସେମିନାର, ମୋଟିଭେଶନାଲ ଟକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଶିକ୍ଷା ନୀତି ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ କିଭଳି ପରିବର୍ତ୍ତନ ଆସିବ ବୋଲି ବିଚାର କରୁଛନ୍ତି?
ଏହା ଏକ ସୁଚିନ୍ତିତ ନୀତି। ଏହାକୁ ସମ୍ପୂର୍ଣ୍ଣ ଲାଗୁ କରିବା ଲାଗି ୫ରୁ ୧୦ ବର୍ଷ ଲାଗିବ। ଏହାକୁ ଧୀରେ ଧୀରେ ଏବଂ ପର୍ଯ୍ୟାୟ ଭିତ୍ତିରେ ଲାଗୁ କରାଯାଇପାରିବ। ଦେଶରେ ଶିକ୍ଷା ନୀତି ନ ଥିଲା। ରାଜ୍ୟରେ ମଧ୍ୟ ନାହିଁ। ଏହା ଠିକ୍‌ ଭାବେ ଲାଗୁ ହେଲେ ଲାଭକାରୀ ହେବ।

ଅଧିକ ଆଶା ପିଲାଙ୍କ ଉପରେ ଚାପ ସୃଷ୍ଟି କରୁଛି କି?
ଅଭିଭାବକ ପିଲାଙ୍କ ଉପରେ ବେଶି ଆଶା ରଖିବା ଅନୁଚିତ। ପିଲାର ମନୋଭାବକୁ ବୁଝିବା ଆବଶ୍ୟକ। ପାଠପଢ଼ାରେ ସବୁ ପିଲା ଭଲ କରିପାରିବେ ନାହିଁ। ସମସ୍ତେ ଅତି ଭଲ ନମ୍ବର ଆଣିବେ ବୋଲି ଭାବିବା ଠିକ୍‌ ନୁହେଁ। ପିଲାକୁ ନିଜ ସାମର୍ଥ୍ୟ ଅନୁସାରେ ରୁଚି ଥିବା ବିଷୟରେ ଆଗକୁ ବଢିବା ପାଇଁ ଛାଡିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?