ଗଛ ତଳେ, ବାରଣ୍ଡାରେ ପଢ଼ିଲେ ପିଲା

ଖୋର୍ଦ୍ଧା ଅଫିସ/ନିରାକାରପୁର, ୩।୪(ଡି.ଏନ୍‌.ଏ.)କରୋନା ସଂକ୍ରମଣ ନିୟନ୍ତ୍ରଣ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଅବ୍ୟବସ୍ଥା ଦେଖାଦେଇଛି। ସ୍କୁଲ ମିଶ୍ରଣକୁ ବିରୋଧ କରି ଗୋଟିଏ ସ୍କୁଲର ଛାତ୍ରୀଛାତ୍ର ଏକ ମନ୍ଦିର ପରିସର ଗଛତଳେ ପାଠ ପଢୁଥିବା ବେଳେ ଅନ୍ୟ ଏକ ସ୍କୁଲର ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧୀନ ଲେଣ୍ଡୋ ପଞ୍ଚାୟତର ଆସେଲି ଓ ଆରେଡ଼ି ଗ୍ରାମରେ ଦେଖିବାକୁ ମିଳିଛି। ଏନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ଆସେଲି ଗ୍ରାମରେ ୧୯୬୫ ମସିହାରେ ସ୍ଥାପିତ ହୋଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୩୧ଜଣ ପିଲା ଅଧ୍ୟୟନ କରୁଥିଲେ। ଶିକ୍ଷା ବିଭାଗ ନିୟମ ପ୍ରକାରେ ଏହି ସ୍କୁଲକୁ ୨୦୨୦ ମସିହାରେ ଲଳିତାପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ୍‌ ୮୩ ପିଲା ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ମାତ୍ର ୩ଟି ରହିଛି। ୪, ୫, ୬ ଗୋଟିଏ ଶ୍ରେଣୀଗୃହରେ ପଢୁଥିବା ବେଳେ ୧, ୨, ୩, ୭ ଗୋଟିଏ ଶ୍ରେଣୀଗୃହ ଏବଂ ୮ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଗୋଟିଏ ଶ୍ରେଣୀଗୃହରେ ଚାଲୁ ରହିଛି। ତେବେ ପିଲାମାନେ ମିଶ୍ରଣ ହୋଇଥିବା ସ୍କୁଲକୁ ନ ଯାଇ ଏକ ମନ୍ଦିର ପରିସର ଗଛମୂଳେ ପାଠ ପଢୁୁଥିବା ଦେଖିବାକୁ ମିଳିଛି। ଏବେ ଆସେଲି ସ୍ଥିତ ବିଦ୍ୟାଳୟର ୪୧ଜଣ ପିଲା ରହିଛନ୍ତି। ତେବେ ମିଶ୍ରିତ ହୋଇଥିବା ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବା ବେଳେ ପିଲାମାନେ କେଉଁଠି ପାଠ ପଢିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଆରେଡ଼ି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୬ପିଲା ପାଠ ପଢୁଛନ୍ତି। ଏହାକୁ ମଧ୍ୟ ନିକଟ ସାନ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯିବାରୁ ସମାନ ସମସ୍ୟା ଉପୁଜିଛି। ଅଭିଭାବକ, ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏନେଇ ଜିଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ କୁହନ୍ତି, ଏହି ଦୁଇ ଗ୍ରାମରେ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଯାଇଛି। ଫଳରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆସେଲି ସ୍କୁଲ ପରିଚାଳନା କମିଟି ସଭାପତି ଅକ୍ଷୟ ସାମନ୍ତରାୟ କୁହନ୍ତି, ଶିକ୍ଷା ବିଭାଗ ନିୟମ ଅନୁସାରେ ଆମ ବିଦ୍ୟାଳୟରେ ଅଧିକ ସଂଖ୍ୟକ ପିଲା ଅଛନ୍ତି। ଏହା ପରେ ବି ଏହାକୁ ଅନ୍ୟତ୍ର କାହିଁକି ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଆସେଲି ଗଁାର ଭରତ ବଳିୟାରସିଂହ କୁହନ୍ତି, ୨୦୨୦ ମସିହାରୁ ସ୍କୁଲ ବନ୍ଦ ରହିଥିବା ଯୋଗୁ କେହି ଶିକ୍ଷକ ଆସୁନାହାନ୍ତି। ଗ୍ରାମର କେତେଜଣ ଯୁବକ ପାଳି କରି ଏହି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଅଭିଭାବକ ତାରେଣୀ ସୁବୁଦ୍ଧି କୁହନ୍ତି, ମିଶ୍ରଣ ହୋଇଥିବା ସ୍କୁଲର ଦୂରତା ଦେଢ କି.ମି. ହେବ। ଉକ୍ତ ରାସ୍ତାରେ ୩ଟି ପୋଖରୀ ରହିଥିବା ବେଳେ ଲେଣ୍ଡୋ ଠାରୁ କାଦୁଆଘାଟ ଯାଇଥିବା ରାସ୍ତାରେ ଭାରିଯାନ ଯାତାୟାତ କରୁଛି। ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି ଆରେଡି ଗ୍ରାମର ପ୍ରଫୁଲ୍ଲ କୁମାର ଜେନା କୁହନ୍ତି, ମିଶ୍ରଶ ହୋଇଥିବା ସ୍କୁଲର ଦୂରତା ଦେଢ଼ କି.ମି. ହେବ। ଯାତାୟାତ ବେଳେ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଉଭୟ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି କହିଛନ୍ତି, ସରକାରୀ ନିୟମ ଅନୁସାରେ ଆସେଲି ଓ ଆରେଡ଼ି ଗ୍ରାମରେ ଥିବା ବିଦ୍ୟାଳୟକୁ ଅନ୍ୟ ସ୍କୁଲରେ ମିଶାଯାଇଛି। ତେବେ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri