ଚାପରେ ଅଛନ୍ତି ସ୍ଥାନୀୟ ବିଧାୟକ: ଜୁଏଲ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଭାଜପା ନେତାମାନଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବିଭିନ୍ନ ସମୟରେ ବଦଳୁଥିବା ମତ ନେଇ ମୁଖ୍ୟତଃ ଭାଜପା ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢିଯାଇଛି। ତେବେ ଜୟନ୍ତଙ୍କ ହିସାବ ଭୁଲ୍‌ ବୋଲି ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏମ୍‌ପି ଜୁଏଲ୍‌ ଓରାମ କହିଛନ୍ତି।
ଜୁଏଲ କହିଛନ୍ତି ଯେ, ସ୍ଥାନୀୟ ବିଧାୟକ(ଜୟନ୍ତ)ଙ୍କ ହିସାବ ଭୁଲ୍‌ ରହିଛି। ତାଙ୍କ ଉପରେ କିଛି ଚାପ ଥାଇପାରେ। କିଛି ଗୋଷ୍ଠୀ ତାଙ୍କ ଉପରେ ଚାପ ପକାଉଛନ୍ତି। ରାଜ୍ୟ ସଭାପତି ତାଙ୍କୁ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରିବା କଥା। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଭାଜପା ଜୋରଦାର ଲଢେଇ କରିବ। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ନିର୍ମାଣ ବେଆଇନ ବୋଲି ସେ କହିଛନ୍ତି। ତେବେ ଜୟନ୍ତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜୟନ୍ତ କହିଥିଲେ ଯେ, ବିକାଶ କାମକୁ ସମର୍ଥନ କରୁଛନ୍ତି। ହେଲେ ଯାହା କିଛି ହେଉଛି ଆଇନ ଭିତରେ ହେଉ। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା କାମକୁ କେବେ ହେଲେ ବିରୋଧ କରିନାହାନ୍ତି ବୋଲି ସେ କହିଥିଲେ। ଅନ୍ୟପଟେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିବା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ଆଭିମୁଖ୍ୟକୁ ଜୁଏଲ ସମର୍ଥନ କରିଛନ୍ତି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଭାଜପାରୁ ଆସୁଥିବା ଭିନ୍ନ ପ୍ରତିକ୍ରିୟା ନେଇ ବିଜେଡି ରାଜ୍ୟ ସଭା ଏମ୍‌ପି ମୁନା ଖାଁ କହିଛନ୍ତି, ଶ୍ରୀମନ୍ଦିର ନିର୍ମାଣ କାମ ବାବଦ ପ୍ରସଙ୍ଗ ନେଇ ମାମଲା ହାଇକୋର୍ଟରେ ଅଛି। ଭାଜପା ପ୍ରଥମେ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରୁ। ତାଙ୍କ ବିଧାୟକ ଗୋଟେ କଥା କହିଲା ବେଳେ ଏମ୍‌ପି ଆଉ ଏକ ପ୍ରକାର କଥା କହୁଛନ୍ତି। ତାଙ୍କ ଭିତରେ ବହୁତ ଦ୍ୱନ୍ଦ୍ୱ ରହିଯାଇଛି। ପ୍ରଥମେ ସେମାନେ ନିଜ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ପରେ ଯାହା କହିବେ। ଲାଗୁଛି ସେମାନଙ୍କ ଦଳ ଭିତରେ ମତପାର୍ଥକ୍ୟ ଅଛି। ସେଥିଲାଗି ସମସ୍ତେ ଭିନ୍ନ ଭିନ୍ନ କଥା କହୁଛନ୍ତି ବୋଲି ମୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧକଲେ ନବୀନ ‘ରାଜାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ’

ଭୁବନେଶ୍ୱର,୨୪।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri