ଭୂତଳ ଜଳ ସଂକ୍ରମିତ

ଶେଖ୍‌ ଫରିଦ୍‌ଉଦ୍ଦିନ

 

ଖରାଦିନ ଆସିଲାଣି। ଜଳ ସଙ୍କଟ ଅନେକ ଜାଗାରେ ଦେଖାଯାଏ। ଭୂତଳ ଜଳ ହେଉଛି ଆମ ସମସ୍ତଙ୍କ ପାଇଁ ମୁଖ୍ୟ ପାନୀୟର ବଡ଼ ଅବଲମ୍ବନ। ତେବେ ଏସବୁ ସମୟରେ ଏକ ବିଶ୍ୱସ୍ତରୀୟ ରିପୋର୍ଟ ବଡ଼ ସଙ୍କଟଜନକ ଖବର ଦେଇଛି। ଗାଙ୍ଗେୟ ଉପତ୍ୟକାରେ ଭୂତଳ ଜଳ ମାରାତ୍ମକ ସ୍ଥିତିରେ ପହଞ୍ଚତ୍ଛି। ଇଣ୍ଟରନ୍ୟାଶନାଲ ୱାଟର ପ୍ରୋଜେକ୍ଟ ନାମକ ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଗୋଷ୍ଠୀ କରିଥିବା ଅନୁଧ୍ୟାନ ଅନୁସାରେ ଏହି ଅଞ୍ଚଳର ୬୦ ପ୍ରତିଶତ ଭୂତଳ ଜଳ ପିଇବା ପାଇଁ ଅଥବା ଜଳସେଚନ ଲାଗି ଉପଯୋଗୀ ନୁହେଁ। କାରଣ ହେଲା ଏଥିରେ ଲବଣାଂଶ ସ୍ତର ଅତ୍ୟଧିକ ଓ ଏହି ପାଣିରେ ଆର୍ସେନିକ ମାତ୍ରା ମଧ୍ୟ ଖୁବ୍‌ ବେଶି। ଯେହେତୁ ଉତ୍ତର ଭାରତର ଗାଙ୍ଗେୟ ଉପତ୍ୟକାରେ ୭୫ କୋଟି ଲୋକ ରହନ୍ତି ଓ ସେମାନେ ବିଷାକ୍ତ ଜଳ ବ୍ୟବହାର କରୁଛନ୍ତି ବୋଲି ଏହି ରିପୋର୍ଟରୁ ବୁଝାପଡ଼ୁଛି, ଏଥିରୁ ସହଜରେ କୁହାଯାଇପାରେ ଯେ ସମସ୍ୟାଟି ଅତି ଉଦ୍‌ବେଗଜନକ। ଏହି ରିପୋର୍ଟ ଚଳିତ ମାସ ଅର୍ଥାତ୍‌ ୨୦୨୨ ମସିହାର ସର୍ବଶେଷ ତଥ୍ୟ।
ଦେଶର ଭୂତଳ ଜଳ ସମ୍ପର୍କରେ ବିଭିନ୍ନ ସମୟରେ ଚିନ୍ତାଜନକ ରିପୋର୍ଟ ସବୁ ପ୍ରକାଶ ପାଇ ଆସିଛି। ଏ ବର୍ଷ ଆରମ୍ଭରେ କେନ୍ଦ୍ର ଭୂତଳ ଜଳ ବୋର୍ଡ଼ ସମଗ୍ର ଦେଶ ସମ୍ପର୍କରେ ନିକଟରେ ଫେବୃୟାରୀ ୧୭, ୨୦୨୨ରେ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଥିଲା ଯେ ଭାରତର ଅଧା ଅଞ୍ଚଳର ଭୂତଳ ଜଳ ସଂକ୍ରମିତ। ଦେଶରେ ୨୭୬ଟି ଜିଲାରେ ଏହି ଜଳସ୍ତରରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବାବେଳେ ୩୮୭ଟି ଜିଲାରେ ନାଇଟ୍ରେଟ୍‌ ସ୍ତର ନିରାପଦ ମାତ୍ରାଠାରୁ ଅଧିକ। ୪୬ଟି ଜିଲାର ଭୂତଳ ଜଳ ଅତ୍ୟଧିକ ଆର୍ସେନିକରେ ଆକ୍ରାନ୍ତ। ଗାଙ୍ଗେୟ ଉପତ୍ୟକାରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଆଗରୁ ଉଦ୍‌ବେଗର ବିଷୟ ଥିଲା। ଯେହେତୁ ସେ ଅଞ୍ଚଳର ଲୋକସଂଖ୍ୟା ଅଧିକ ଓ କୃଷି ପାଇଁ ଜଳସେଚନ ତଥା ଅନ୍ୟାନ୍ୟ ଆବଶ୍ୟକତା ସକାଶେ ଭୂତଳ ଜଳ ଉପରେ ଚାପ ବଢ଼ି ଚାଲିଛି ସେହି କାରଣରୁ ଏହି ଜଳସ୍ତର ହ୍ରାସ ପାଉଛି। କିନ୍ତୁ ଜଳସ୍ତର ଖସି ଚାଲିଲେ ଭବିଷ୍ୟତରେ ସାଧାରଣ ଲୋକ ଓ ଗୃହପାଳିତ ପଶୁ ଜଳାଭାବର ସମ୍ମୁଖୀନ ହେବେ। ଏହା ଚିନ୍ତାର ବିଷୟ ଥିଲା। ଏବେ ଜଣାପଡ଼ିଛି ଯେ ଗାଙ୍ଗେୟ ଉପତ୍ୟକାରେ ୭୦ ପ୍ରତିଶତ ଇଲାକାରେ ଜଳସ୍ତରରେ ଉନ୍ନତି ଘଟିଛି। ଏଣୁ ଜଳସ୍ତର ହ୍ରାସ ସମସ୍ୟା ନେଇ କିଛିଟା ଆଶ୍ୱସ୍ତି ମିଳିଛି। କିନ୍ତୁ ଭୂତଳ ଜଳରେ ଲବଣାଂଶ ବୃଦ୍ଧି ଓ ଏହା ସଂକ୍ରମିତ ହେବା ଉଦ୍‌ବେଗର ବିଷୟ। ଗାଙ୍ଗେୟ ଉପତ୍ୟକା ସମ୍ପର୍କରେ ହୋଇଥିବା ଅନୁଧ୍ୟାନରେ ଅନେକ ପ୍ରତିଷ୍ଠିତ ଭାରତୀୟ ଅନୁଷ୍ଠାନର ବୈଜ୍ଞାନିକମାନେ ମଧ୍ୟ ସାମିଲ ଥିଲେ। ଭୂତଳ ଜଳରେ ଲବଣାଂଶ ଓ ଆର୍ସେନିକ ଥାଏ କିନ୍ତୁ ତାହାର ମାତ୍ରା ବଢ଼ିଗଲେ ଜଳ ବ୍ୟବହାର ଯୋଗ୍ୟ ହୁଏନାହିଁ। ଏହି ସମସ୍ୟା ପ୍ରାୟତଃ ମଣିଷକୃତ। ଜଳ ନିଷ୍କାସନ ଠିକ୍‌ ଭାବେ ନ ହେଲେ, ଜଳସେଚିତ ଇଲାକାରେ ଜଳବଣ୍ଟନ ବ୍ୟବସ୍ଥା, ଦୁର୍ବଳ ରହିଲେ ସାର ବ୍ୟବହାର ବଢ଼ିଲେ ଏପରିକି ଖଣି ଖନନ ବୃଦ୍ଧି ପାଇଲେ ଏହି ସମସ୍ୟା ଉପୁଜେ। ଭୂତଳ ଜଳ ସଂକ୍ରମିତ ହେଲେ ମଣିଷର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୁଏ। ସଂକ୍ରମିତ ଜଳ ବ୍ୟବହାର କରି ଲୋକେ ଅସୁସ୍ଥ ହୁଅନ୍ତି। ଫ୍ଲୋରାଇଡ଼ ବଢ଼ିଲେ ଫ୍ଲୋରସିସ୍‌ ହୁଏ। ଆର୍ସେନିକ ମାତ୍ରା ଅଧିକ ହେଲେ ଚର୍ମ ସମସ୍ୟା ଦେଖାଦିଏ, ଲୋକେ ଶୀଘ୍ର ବୁଢ଼ା ହୋଇଯାଆନ୍ତି, କର୍କଟରୋଗ ସୃଷ୍ଟି ହୁଏ ଓ ତାହା ମଧ୍ୟ ମୃତ୍ୟୁର କାରଣ ହୁଏ। ଭାରତର ୮୫ ପ୍ରତିଶତ ଗ୍ରାମାଞ୍ଚଳ ଲୋକେ ଭୂତଳ ଜଳ ବ୍ୟବହାର କରନ୍ତି। ପିଇବା ପାଇଁ, ଘରୋଇ ବ୍ୟବହାର ଲାଗି ତଥା କୃଷି ସକାଶେ ସେମାନେ ଏହି ଜଳ ଉପରେ ନିର୍ଭର କରନ୍ତି। ଅବଶ୍ୟ ଭୂତଳ ଜଳର ଏହି ସମସ୍ୟାକୁ ବଦଳାଇବାକୁ ହେବ। ଏଥିପାଇଁ ପଦକ୍ଷେପ ନେବାକୁ ପଡ଼ିବ, ଯଦ୍ଦ୍ବାରା ଜଳରେ ବିଶୁଦ୍ଧତା ବଢ଼ିବ। ଜଳକୁ ପରିଷ୍କାର କରିବା ପାଇଁ କୌଶଳ, ଭୂତଳ ଜଳସ୍ତରର ଶୁଦ୍ଧୀକରଣ ପାଇଁ ପ୍ରତିକାର ଦ୍ୱାରା ସମସ୍ୟାର ମୁକାବିଲା କରାଯାଇପାରିବ। ଏଥିପାଇଁ ବୈଷୟିକ ପରାମର୍ଶ ଅନୁସାରେ କାମ କରିବାକୁ ହେବ। ଏବେ ସଂକ୍ରମିତ ଜଳକୁ ଶୁଦ୍ଧ କରାଯାଇ ବ୍ୟବହାର କରାଯାଇପାରିବ। ଏଥିପାଇଁ ରୀତିମତ ଭୂତଳ ଜଳର ପରୀକ୍ଷା ଓ ତଦାରଖ ବ୍ୟବସ୍ଥା ଲୋଡ଼ା। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମସ୍ୟାକୁ ହାଲୁକା ଭାବେ ନ ନେଇ ଏହି ସମସ୍ୟାରୁ ପ୍ରତିକାର ପାଇଁ ପଦକ୍ଷେପ ନେବା ଉଚିତ। ଯେଉଁ ଶିଳ୍ପଗୁଡ଼ିକ ପ୍ରଦୂଷଣ କରୁଛନ୍ତି ସେଗୁଡ଼ିକ ଯେପରି ପ୍ରଦୂଷିତ ଜଳ ମାଟିକୁ ନ ଛାଡ଼ନ୍ତି ସେଥିଲାଗି ଆଇନ ରହିଛି। ତାହା କଡ଼ାକଡ଼ି କାର୍ଯ୍ୟକାରୀ ହେବା ଦରକାର। ବଡ଼ କଥା ହେଲା ଜନସାଧାରଣଙ୍କୁ ଉପରୋକ୍ତ ସମସ୍ୟା ସମ୍ପର୍କରେ ସଚେତନ କରାଯିବା ଦରକାର। ଭୂତଳ ଜଳର ସମସ୍ୟା କେବଳ ଭାରତରେ ନୁହେଁ ଦକ୍ଷିଣ ଏସିଆରେ ସଂକଟଜନକ ରୂପ ନେଉଛି। ଏ ଦୃଷ୍ଟିରୁ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ମଧ୍ୟରେ ସହଯୋଗ ଲୋଡ଼ା।
ମଧୁପୁର, ମାହାଙ୍ଗା, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri