ଅଣାୟତ୍ତ ମୁହାଁ ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୯୫୯ ମୃତ…

ନୂଆଦିଲ୍ଲୀ, ୩୧।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯ ହଜାର ୯୧୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୯୫୯ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି।

ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୨ ହଜାର ୬୨୮ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୮ ଲକ୍ଷ ୩୧ ହଜାର ୨୬୮ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୪.୫ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୯୫ ହଜାର ୫୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୧୩ ଲକ୍ଷ ୨ ହଜାର ୪୪୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫୧,୫୭୦ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପଛକୁ କର୍ନାଟକ ରହିଛି। ଏଠାରେ ୨୮,୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୨୨,୪୪୪ , ତାମିଲନାଡୁରେ ୨୨,୨୩୮, ଆନ୍ଧ୍ରପ୍ରଦେଶରେ ୧୦,୩୧୦ , ରାଜସ୍ଥାନରେ ୧୦,୦୬୧ ଏବଂ ଗୁଜୁରାଟରେ ୯,୩୯୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୬୬ କୋଟି ଟପିଛି। ସେଥିମଧ୍ୟରେ ୮୯ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୦ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri