Posted inଜାତୀୟ

ଚାଚା-ପୁତୁରାଙ୍କ ଗୁପ୍ତ ବୈଠକ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢ଼ିଲା…

ମୁମ୍ବାଇ,୧୩।୮ : ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଶନିବାର ପୁଣେରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଜଣେ ବ୍ୟବସାୟୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି।

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେନା ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଖବରକୁ ଖଣ୍ଡନ କରିଛନ୍ତି। ପୁଣେରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ପାଟୋଲ କହିଛନ୍ତି କଂଗ୍ରେସ ବାରମ୍ବାର ସ୍ପଷ୍ଟ କରିଛି ସହଯୋଗୀ ଦଳର ଭିତ୍ତିରେ ଯାହା ଘଟୁଛି ତାହା ଆମର ଚିନ୍ତାର ବିଷୟ ନୁହେଁ।

କଂଗ୍ରେସ ନେତା କହିଛନ୍ତି, ଆମେ ସେହି ସମସ୍ତ ଲୋକଙ୍କୁ ସାଙ୍ଗରେ ନେଇଯିବୁ ଯେଉଁମାନେ ଭାଜପା ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଆମେ ବିଶ୍ୱାସ କରୁ ଶରଦ ପାୱାର ଇଣ୍ଡିଆ ମିଳିତ ମେଣ୍ଟରେ ରହିବେ। ଏନସିପି ନେତା ଆମୋଲ ମିତକରୀ କହିଛନ୍ତି ଏହା ଦୁଇ ନେତାଙ୍କ ମଧ୍ୟରେ ପାରିବାରିକ ବୈଠକ ହୋଇପାରେ।
ଚ୍ୟାନେଲ ଦ୍ୱାରା ପ୍ରସାରିତ ଭିଜୁଆଲରେ ଶରଦ ପାୱାର ରାତି ପ୍ରାୟ ୧ ଟା ସମୟରେ କୋରେଗାଓଁ ପାର୍କ ଅଞ୍ଚଳରେ ବ୍ୟବସାୟୀଙ୍କ ବାସଭବନରେ ପହଞ୍ଚିଥିବାର ନଜର ଆସିଥିଲେ।

ଏନସିପିର ମହାରାଷ୍ଟ୍ର ୟୁନିଟ ସଭାପତି ଶରଦ ପାୱାର ଗୋଷ୍ଠୀ ଜୟନ୍ତ ପାଟିଲ ମଧ୍ୟ ଏହି ସଭାରେ ଯୋଗ ଦେଇଥିବା ଜଣାପଡିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶରଦ ପାୱାର ଏବଂ ଅଜିତ ପାୱାର ଶନିବାର ପୁଣେରେ ଥିଲେ। ଭାରତୀୟ ଜନତା ପାର୍ଟି ବିଧାୟକ ଅତୁଲ ଭଟଖାଲକର କହିଛନ୍ତି ଏହି ବୈଠକରେ କ’ଣ ଆଲୋଚନା ହୋଇଛି ଶରଦ, ଅଜିତ ଏବଂ ଜୟନ୍ତ ପାଟିଲଙ୍କୁ ପଚାରିବା ଭଲ ହେବ। ସେ କହିଛନ୍ତି ଶରଦ ପାୱାର ଏବଂ ଅଜିତ ପାୱାର ପରିବାର ସଦସ୍ୟ।
ଏହି ବୈଠକ ପଛର ପ୍ରକୃତ କାରଣ ଏବଂ ବିବରଣୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହିଁ। ତେବେ ସୂଚନାନୁସାରେ, ନବାବ ମଲିକଙ୍କ ଜାମିନ, ଅଜିତ ପାୱାରଙ୍କ ଏନଡିଏ ବୈଠକରେ ଅଂଶଗ୍ରହଣ ଏବଂ ଦଳ ସହ ଜଡିତ କିଛି ପ୍ରସଙ୍ଗ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri