Posted inଜାତୀୟ

କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଅନିଶ୍ଚିତତା…

ମୁମ୍ବାଇ,୨୮।୭ : ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାର ପ୍ରାୟ ଏକ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ। ଏନେଇ ସମ୍ପ୍ରସାରଣ ନେଇ ଅନିଶ୍ଚିତତା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୩୦ଜୁନ ରେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ପ୍ରଶ୍ନ ଉଠିଛି ଯେ କ୍ୟାବିନେଟର ସମ୍ପ୍ରସାରଣ କେବେ ହେବ? ଏଥିପାଇଁ ଅପେକ୍ଷା ସହିତ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଅପରପକ୍ଷରେ ସିଏମ ଶିନ୍ଦେ ନିଜେ ଘୋଷଣା କରିଛନ୍ତି ଯେ ତିନି ଦିନ ମଧ୍ୟରେ କ୍ୟାବିନେଟ ବିସ୍ତାର କରିବାକୁ ଯାଉଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶିନ୍ଦେ କହିଛନ୍ତି ଯେ କ୍ୟାବିନେଟ ବିସ୍ତାରରେ ବିଳମ୍ବ ହୋଇଛି। କିନ୍ତୁ ଏ ସମ୍ପର୍କରେ କୌଣସି ବିବାଦ ସାମ୍ନାକୁ ଆସିନାହିଁ। ଆସନ୍ତା ତିନି ଦିନ ମଧ୍ୟରେ କ୍ୟାବିନେଟ ବିସ୍ତାର କରାଯିବାର ସମ୍ଭାବନା ରହିଛି।

ତେବେ କ୍ୟାବିନେଟର ସମ୍ପ୍ରସାରଣ ସମ୍ପର୍କରେ ଦାବି କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ କୌଣସି ଚୁକ୍ତିନାମା ହୋଇନାହିଁ। କ୍ୟାବିନେଟର ସମ୍ପ୍ରସାରଣ ଗୋଟିଏ ପର୍ଯ୍ୟାୟରେ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯିବା ଉଚିତ କି ନାହିଁ ତାହା ସ୍ଥିର ହୋଇନାହିଁ। କୁହାଯାଉଛି ଯେ ଯଦି ଦୁଇଟି ଭିନ୍ନ ପର୍ଯ୍ୟାୟରେ କ୍ୟାବିନେଟକୁ ବିସ୍ତାର କରାଯାଏ, ତେବେ ୧୯ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯିବ। ଏଥିରେ ୧୨ ଜଣ ଭାଜପାରୁ ଆସିଥିବାବେଳେ ଶିନ୍ଦେ କ୍ୟାମ୍ପର ୭ ଜଣ ନେତାଙ୍କୁ ମନ୍ତ୍ରୀ କରାଯାଇପାରେ। ଯଦି ଗୋଟିଏ ପର୍ଯ୍ୟାୟରେ ବିସ୍ତାର କରାଯାଏ, ତେବେ ୨୬ ଜଣ ଭାଜପା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି। ଏଥିରେ, ଶିନ୍ଦେଙ୍କ ଗୋଷ୍ଠୀର ୧୪-୧୫ ନେତା ଏକ ସୁଯୋଗ ପାଇବେ।

ଇତିମଧ୍ୟରେ ଏକନାଥ ଶିନ୍ଦେ ବୁଧବାର ରାତିରେ ଦିଲ୍ଲୀ ଯିବା ପାଇଁ ଥିବା ତାଙ୍କ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ କୌଣସି କାରଣ ଦିଆଯାଇ ନାହିଁ। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶିନ୍ଦେଙ୍କ ଦିଲ୍ଲୀ ଗସ୍ତ ଘୋଷଣା ପରେ ଚର୍ଚ୍ଚା ହେଉଥିଲା ଯେ ଭାଜପାର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ଶିନ୍ଦେ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri