Posted inଜାତୀୟ

କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଅନିଶ୍ଚିତତା…

ମୁମ୍ବାଇ,୨୮।୭ : ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାର ପ୍ରାୟ ଏକ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ। ଏନେଇ ସମ୍ପ୍ରସାରଣ ନେଇ ଅନିଶ୍ଚିତତା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୩୦ଜୁନ ରେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ପ୍ରଶ୍ନ ଉଠିଛି ଯେ କ୍ୟାବିନେଟର ସମ୍ପ୍ରସାରଣ କେବେ ହେବ? ଏଥିପାଇଁ ଅପେକ୍ଷା ସହିତ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଅପରପକ୍ଷରେ ସିଏମ ଶିନ୍ଦେ ନିଜେ ଘୋଷଣା କରିଛନ୍ତି ଯେ ତିନି ଦିନ ମଧ୍ୟରେ କ୍ୟାବିନେଟ ବିସ୍ତାର କରିବାକୁ ଯାଉଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶିନ୍ଦେ କହିଛନ୍ତି ଯେ କ୍ୟାବିନେଟ ବିସ୍ତାରରେ ବିଳମ୍ବ ହୋଇଛି। କିନ୍ତୁ ଏ ସମ୍ପର୍କରେ କୌଣସି ବିବାଦ ସାମ୍ନାକୁ ଆସିନାହିଁ। ଆସନ୍ତା ତିନି ଦିନ ମଧ୍ୟରେ କ୍ୟାବିନେଟ ବିସ୍ତାର କରାଯିବାର ସମ୍ଭାବନା ରହିଛି।

ତେବେ କ୍ୟାବିନେଟର ସମ୍ପ୍ରସାରଣ ସମ୍ପର୍କରେ ଦାବି କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ କୌଣସି ଚୁକ୍ତିନାମା ହୋଇନାହିଁ। କ୍ୟାବିନେଟର ସମ୍ପ୍ରସାରଣ ଗୋଟିଏ ପର୍ଯ୍ୟାୟରେ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯିବା ଉଚିତ କି ନାହିଁ ତାହା ସ୍ଥିର ହୋଇନାହିଁ। କୁହାଯାଉଛି ଯେ ଯଦି ଦୁଇଟି ଭିନ୍ନ ପର୍ଯ୍ୟାୟରେ କ୍ୟାବିନେଟକୁ ବିସ୍ତାର କରାଯାଏ, ତେବେ ୧୯ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯିବ। ଏଥିରେ ୧୨ ଜଣ ଭାଜପାରୁ ଆସିଥିବାବେଳେ ଶିନ୍ଦେ କ୍ୟାମ୍ପର ୭ ଜଣ ନେତାଙ୍କୁ ମନ୍ତ୍ରୀ କରାଯାଇପାରେ। ଯଦି ଗୋଟିଏ ପର୍ଯ୍ୟାୟରେ ବିସ୍ତାର କରାଯାଏ, ତେବେ ୨୬ ଜଣ ଭାଜପା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି। ଏଥିରେ, ଶିନ୍ଦେଙ୍କ ଗୋଷ୍ଠୀର ୧୪-୧୫ ନେତା ଏକ ସୁଯୋଗ ପାଇବେ।

ଇତିମଧ୍ୟରେ ଏକନାଥ ଶିନ୍ଦେ ବୁଧବାର ରାତିରେ ଦିଲ୍ଲୀ ଯିବା ପାଇଁ ଥିବା ତାଙ୍କ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ କୌଣସି କାରଣ ଦିଆଯାଇ ନାହିଁ। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶିନ୍ଦେଙ୍କ ଦିଲ୍ଲୀ ଗସ୍ତ ଘୋଷଣା ପରେ ଚର୍ଚ୍ଚା ହେଉଥିଲା ଯେ ଭାଜପାର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ଶିନ୍ଦେ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-ଶାର୍ଟ ପିନ୍ଧି ହଟହଟା

ଅହମଦାବାଦ,୧୭ା୩: ଗୁଜରାଟ ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଯାଇଥିବାରୁ କଂଗ୍ରେସ ବିଧାୟକ ବିମଳ ଚୂଡ଼ାସ୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ତାଙ୍କୁ ଗୃହରୁ...

ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ

ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍‌ସିପି ମୁଖ୍ୟ ଶରଦ...

ଫେସ୍‌ବୁକ୍‌ ଲାଇଭ୍‌ ପରେ ଇସ୍ତଫା ଦେଇଥାନ୍ତେ ଉଦ୍ଧବ: ହେଲେ ଅଟକାଇଦେଲେ..

ମୁମ୍ବାଇ,୨୭ା୬: ଶିବସେନାରେ ହୋଇଥିବା ବଡ଼ ବିଦ୍ରୋହ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମହା ବିକାଶ ଅଘାଡ଼ିର ଚାଣକ୍ୟ...

ରାଷ୍ଟ୍ରପତି ନିର୍ବାଚନ ରଣନୀତି, ୨୨ ନେତାଙ୍କୁ ଚିଠି ଲେଖିଲେ ମମତା…

କୋଲକାତା, ୧୧।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି...

୨୨ ଦିନର ଶିଶୁକୁ କୋଳରେ ଧରି ଅଫିସ ଆସିଲେ ଆଇଏଏସ୍‌ ଅଫିସର

ବିଶାଖାପଟନମ,୧୨।୪: କରୋନା ସଙ୍କଟ ସମୟରେ ପୋଲିସ, ଡାକ୍ତର ଓ କେତେଜଣ ଅଧିକାରୀଙ୍କ ମାନବିକତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏମାନେ ନିଜ ଘର...

ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ଭାଜପାକୁ ବଡ ଝଟକା

ଲକ୍ଷ୍ନୌ,୧୧ ।୧: ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି । ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା...

ବନ୍ଦିପୋରା ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ବନ୍ଦିପୋରାର ଓ୍ପତନିରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ...

ଜାହାଙ୍ଗୀରପୁରୀ ହିଂସା ମାମଲା: କୋର୍ଟରେ ୨ ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୭: ଜାହାଙ୍ଗୀରପୁରୀ ହିଂସା ମାମଲାରେ ଗୁରୁବାର ଦିଲ୍ଲୀ ପୋଲିସ ରୋହିଣୀ କୋର୍ଟରେ ୨୦୬୩ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ମୋଟ ୩୭ ଅଭିଯୁକ୍ତଙ୍କ ବିରୋଧରେ ଏହି...

Advertisement
Archives

Model This Week