ଅନ୍‌ଲକ୍‌ ଅଙ୍କକଷା

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ ସମସ୍ୟାର ସମ୍ମଖୀନ ହେଉଛନ୍ତି। ଏପରି ସ୍ଥିତିରେ ଆସନ୍ତା ୧୭ ତାରିଖ ସକାଳ ୫ଟାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଛି। ହେଲେ ଏହା ପୂର୍ବରୁ ଅନ୍‌ଲକ୍‌କୁ ନେଇ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଦିଲ୍ଲୀ, ମୁମ୍ବାଇରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇସାରିଲେଣି। ତେଣୁ ଅନ୍‌ଲକ୍‌କୁ ନେଇ ସରକାରୀ ଘୋଷଣାକୁ ଓଡ଼ିଶାବାସୀ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଏବେ ରାଜ୍ୟରେ ସଂକ୍ରମଣ ହାର ୭ ପ୍ରତିଶତ ତଳକୁ ଖସି ଆସିଥିବାବେଳେ କେତେକ ଜିଲାରେ ୫ ପ୍ରତିଶତରୁ କମ୍‌ ରହିଛି। କେଉଁ କେଉଁ ଜିଲାରେ ଅନ୍‌ଲକ୍‌ ପ୍ରକ୍ରିୟା ଲାଗୁ ହେବ ସେନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଯେଉଁ ଜିଲାରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଚିନ୍ତା କରୁଥିବା ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ। ତେବେ କ’ଣ ରହିବ ସରକାରଙ୍କ ଅନ୍‌ଲକ୍‌ ପ୍ରକ୍ରିୟାର ଆଭିମୁଖ୍ୟ, ତାହା ଉପରେ ଏବେ ସମସ୍ତଙ୍କ ନଜର। କେଉଁ ଜିଲାରେ କଟକଣା ବଳବତ୍ତର ରହିବ ଓ କେଉଁଠି କୋହଳ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।
ସରକାରଙ୍କ କୋଭିଡ୍‌ ତଥ୍ୟ ଅନୁସାରେ, ରବିବାର ରାଜ୍ୟରେ ସଂକ୍ରମଣ ହାର ୬.୩୩%କୁ ଖସି ଆସିଛି। ଯେଉଁ ଜିଲାରେ ସଂକ୍ରମଣ ହାର ୫% ତଳକୁ ରହିଛି ସେସବୁ ସ୍ଥାନରେ କଟକଣା କୋହଳ ହେବ ବୋଲି ଶୁଣିବାକୁ ମିଳୁଛି। ତେଣୁ ବର୍ତ୍ତମାନ ୧୪ଟି ଜିଲାରେ ସଂକ୍ରମଣ ହାର ୫% ତଳେ ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ସଂକ୍ରମଣ ହାର ୦.୫% ଥିବାବେଳେ ନୂଆପଡ଼ା ୧.୧୫, ଗଞ୍ଜାମ ୧.୨, ସମ୍ବଲପୁର ୧.୬୭, ବଲାଙ୍ଗୀର ୨.୨୩, ବରଗଡ଼ ୨.୮୩, ସୋନପୁର ୩.୧୧, କନ୍ଧମାଳ ୩.୬୮, ଗଜପତି ୩.୮୯, ସୁନ୍ଦରଗଡ଼ ୩.୯୩, କଳାହାଣ୍ଡି ୪.୧୩, ନବରଙ୍ଗପୁର ୪.୨୮, ମାଲକାନଗିରି ୪.୫, ଅନୁଗୋଳ ୪.୭୪% ରହିଛି। ତେଣୁ ଏସବୁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ସମ୍ଭାବନା ଅଧିକ ରହିଛି। ସେହିପରି ୧୧ ଜିଲାରେ ୧୦% ତଳେ ସଂକ୍ରମଣ ହାର ରହିଛି। ଏସବୁ ଜିଲା ମଧ୍ୟରେ ବାଲେଶ୍ୱରରେ ୯.୪୨, ଭଦ୍ରକ ୭.୩୫, ବୌଦ୍ଧ ୮.୬୩, ଦେବଗଡ଼ ୬.୩୭, ଢେଙ୍କାନାଳ ୭.୨୧, ଜଗତ୍‌ସିଂହପୁର ୭.୯୫, କେନ୍ଦ୍ରାପଡ଼ା ୫.୫, କେନ୍ଦୁଝର ୫.୫୫, କୋରାପୁଟ ୫.୦୫, ମୟୂରଭଞ୍ଜ ୬.୯୯ ଓ ରାୟଗଡ଼ା ୬.୫୬% ରହିଛି। ଏସବୁ ଜିଲାରେ ଯଦିଓ ସଂକ୍ରମଣ ହ୍ରାସ ପାଇଛି, କିନ୍ତୁ ୫ ପ୍ରତିଶତ ଉପରେ ରହିଥିବାରୁ ଏସବୁ ଜିଲାରେ କଟକଣା ସଂକ୍ରାନ୍ତରେ ବିଚାରବିମର୍ଶ ଚାଲିଛି। ଅନ୍ୟପକ୍ଷରେ ୫ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୩.୩୬% ସଂକ୍ରମଣ ହାର ଥିବାବେଳେ ଯାଜପୁର ୧୨.୮୫, ପୁରୀରେ ୧୧.୮୮, କଟକରେ ୧୦.୧୫, ନୟାଗଡ଼ରେ ୧୦.୦୩% ରହିଛି।
ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ରାଜ୍ୟରେ ସଂକ୍ରମଣ ରୋକିବାକୁ ଏବେ ଲକ୍‌ଡାଉନ ଓ ଅନଲକ୍‌ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି। ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍‌ଲକ୍‌ ପ୍ରକ୍ରିୟା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri