ଆଖଣ୍ଡଳମଣିରେ ଅସମ୍ଭାଳ ଭିଡ଼: ମହିଳାଙ୍କ ପାଇଁ ନ ଥିଲା ବ୍ୟବସ୍ଥା

ଆରଡ଼ି,୨୫।୭(ଡି.ଏନ.ଏ.): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ କାଉଡ଼ିଆମାନେ ପୀଠର ବିଭିନ୍ନ ସ୍ଥାନରେ ଏପରିକି ଜୀବନ୍ତ ଷଣ୍ଢ ଉପରେ ପାଣି ଢାଳୁଥିବା ଦେଖିବାକୁ ମିଳିଥିଲା। ତେବେ ପୀଠରେ ହାଇମାଷ୍ଟ ଲାଇଟ ଥିଲେ ବି ତାହା କାହିଁକି ସଜଡ଼ା ଯାଉନାହିଁ। ଫଳରେ ପୀଠର କେତେକ ସ୍ଥାନରେ ଅନ୍ଧକାର ଥିବାରୁ କାଉଡ଼ିଆମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ପୀଠରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।
ପୋଲିସ ରବିବାର ସକାଳଠାରୁ ଶତାଧିକ ଛୋଟବଡ଼ ଯାନକୁ ପୀଠକୁ ଛାଡ଼ି ନ ଥିଲା। ମଠଡିହ ଛକରେ ଏହି ଯାନକୁ ଅଟକାଇ ସାଠିବାଙ୍କୁଡ଼ା ଓ ଦୋହରାପାଟଣା ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ସୋମବାର ସକାଳେ ଯାନଗୁଡ଼ିକୁ ସୁରୁଖୁରୁରେ ଚଳାଚଳ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମଠଡିହଠାରେ ଟ୍ରାଫିକ୍‌ ଜାମ୍‌ ହେବାରୁ ଆଖଣ୍ଡଳମଣି-ଭଦ୍ରକ ଓ ଆଖଣ୍ଡଳମଣି-ଯାଜପୁର ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଚାରି ଚକିଆ ଓ ଦୁଇଚକିଆ ଯାନ ଅଟକି ରହିଥିଲା। ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟାଏ କାଳ ଅଟକି ରହିବାକୁ ପଡ଼ିଥିଲା। ପୀଠ ନିକଟସ୍ଥ ପହଣା, ଆରଡି, ମୁଅଁା, ଭୂଇଁପୁର, ବାତୋଳ ଆଦି ସ୍ଥାନରେ ସ୍କୁଲ ଛୁଟି ରହିବା ପାଇଁ ଜିଲା ଶିକ୍ଷାଧିକାରୀ ଚିଠି କରିଥିଲେ। କିନ୍ତୁ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ଛୁଟି ନେଇ କୌଣସି ନିର୍ଦ୍ଦେଶନାମା ନ ଥିଲା। ସ୍କୁଲ ଖୋଲା ଥିବା ଜାଣି ବହୁ ପିଲା ଆସୁଥିବା ବେଳେ ଭିଡ଼ ଦେଖି ଘରକୁ ଫେରିଯାଇଥିଲେ। ଅନ୍ୟପକ୍ଷେ କେତେଜଣ ପିଲା ସ୍କୁଲକୁ ପଶୁଥିବା ବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ୪ ଜଣ ପିଲା ତଳେ ପଡିଯାଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ପୀଠ ପାଖରେ ଥିବା ସମସ୍ତ ବିଦ୍ୟାଳୟ ଛୁଟି ଥିବାବେଳେ ମଠଡିହ ସ୍କୁଲକୁ କାହିଁକି ବନ୍ଦ ପାଇଁ ଚିଠି ହୋଇ ନି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥର ପାଳିରେ ଅସଂଖ୍ୟ ମହିଳା କାଉଡ଼ିଆ ଜଳଲାଗି ପାଇଁ ଆସି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣି ଢାଳିବା କିମ୍ବା ମନ୍ଦିରକୁ ପ୍ରବେଶ କରିବାକୁ ସେମାନଙ୍କ ପାଇଁ ପୃଥକ୍‌ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସୋମବାରରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବାକୁ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କାଉଡ଼ିଆ ଭକ୍ତମାନେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ ପୀଠକୁ ଆସିଥିବା ଜଣେ ବି କାଉଡ଼ିଆ ମାସ୍କ ପିନ୍ଧି ନ ଥିଲେ। ଏପରିକି ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଅନେକେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri