ଅସହ୍ୟ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ

ପଟ୍ଟାମୁଣ୍ଡାଇ,୨୬ା୫(ସ୍ବ.ପ୍ର.): ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହା ସାଙ୍ଗକୁ ରୌଦ୍ରତାପ ମଧ୍ୟ କିଛି କମ ନୁହେଁ। ଏଭଳି ସମୟରେ ଅଘୋଷିତ ଭାବେ ବିଦ୍ୟୁତ୍‌ କାଟ କରାଯାଉଛି। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ) କର୍ତ୍ତୃପକ୍ଷଙ୍କ ଅଘୋଷିତ ବିଜୁଳି କାଟରେ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନିକ ୮ରୁ ୧୦ ଥର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଏହାଦ୍ୱାରା କୋମଳମତି ଶିଶୁ, ବରିଷ୍ଠ ନାଗରିକଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ପାନୀୟ ଜଳ ଠିକ୍‌ ମାତ୍ରରେ ପାଇପରେ ଆସୁନାହିଁ। ବିଦ୍ୟୁତ୍‌ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ଏନ୍‌ଜେନ ହାତରୁ ଦାୟିତ୍ୱ କାଢ଼ି ରାଜ୍ୟ ସରକାର ଟାଟା କମ୍ପାନୀକୁ ଦେବା ପରେ ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଛି। ଗୋଟିଏ ଦିନରେ ବାରମ୍ବାର ବିଦ୍ୟୁତ୍‌ କାଟ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଘନ ଘନ ବିଦ୍ୟୁତ୍‌ କାଟ ବୃଦ୍ଧାବୃଦ୍ଧଙ୍କଠାରୁ ଆରମ୍ଭ କରି କୋମଳମତୀ ଶିଶୁମାନଙ୍କ ଛଟପଟ କରୁଛି। ଅଘୋଷିତ ଓ ଅନିୟମିତ ବିଜୁଳି କାଟ୍‌ ପରିସ୍ଥିତିକୁ ଜଟିଳ କରିଦେଇଛି। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ବାହାନାରେ (ଟିପିସିଓଡିଏଲ୍‌) ପକ୍ଷରୁ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ରହିଛି। କିଛି ଦିନ ହେଲା ଘଣ୍ଟାଘଣ୍ଟା ଧରି ବିଜୁଳି କାଟରେ ଉପଭୋକ୍ତା ନୟାନ୍ତ ହେଲେଣି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାମାନ୍ୟ ପବନ କି ଝିପିଝିପି ବର୍ଷା ହେଲେ, କେଉଁଠି ବିଦ୍ୟୁତ୍‌ ଖୁଣ୍ଟ କି ବିଦ୍ୟୁତ୍‌ ତାରରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଲେ ବିଜୁଳି ଚାଲିଯାଉଛି। ଏହାକୁ ନେଇ ଗ୍ରାହକ ବିଜୁଳି କାର୍ଯ୍ୟାଳୟକୁ ଫୋନ୍‌ କଲେ ମଧ୍ୟ କେହି ଉଠାଉନାହାନ୍ତି। ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଚିତ ହୋଇଛି। ହେଲେ ବିଦ୍ୟୁତ୍‌ ବିଭ୍ରାଟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ଦିନବେଳା ବିଦ୍ୟୁତ୍‌ ନ କାଟିବା ପାଇଁ ଶକ୍ତି ସଚିବଙ୍କ ନିର୍ଦ୍ଦେଶକୁ ଟାଟା (ଟିପିସିଓଡିଏଲ) କର୍ତ୍ତୃପକ୍ଷ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଉଚ୍ଚଶକ୍ତି ସମ୍ପନ୍ନ ୧୧ କେଭି ତାର ହାତ ପାହାନ୍ତାରେ ଝୁଲିବା ଭଳି ଦୃଶ୍ୟ ମଧ୍ୟ ସାମନାକୁ ଆସିଛି। ଖାଲି ସେତିକି ନୁହେଁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ତାର ବିପଦଜନକ ଭାବେ ଓହଳି ରହିଥିବା ପଟ୍ଟାମୁଣ୍ଡାଇ ମହିଳା କଲେଜ ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଥିବା ସ୍ଥାନ ମୁକୁଳା ପଡ଼ଛି। ହାତ ପାହାନ୍ତାରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଝୁଲି ରହିଛି। ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ନ କଲେ ଉପୋଭୋକ୍ତାମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି। ବିଦ୍ୟୁତ୍‌ କାଟ ସମ୍ପର୍କରେ ପାଟ୍ଟାମୁଣ୍ଡାଇ ଏସ୍‌ଡିଓ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ଆଗଭଳି ବିଜୁଳି କାଟ ହେଉନାହଁି। ବହୁତ ସୁଧାର ଆସି ଗଲାଣି ଆଗକୁ ସବୁ ସୁଧାର ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?