ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ

ଭଦ୍ରକ, ୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ଗାଡ଼ିରେ ଚିକିତ୍ସା ପାଇଁ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ ଯାଇଥିବା ବେଳେ ଘଟଣାସ୍ଥଳରେ ହଟହଟା ହେବାକୁ ପଡ଼ିଛି। ସୋମବାର ଭଦ୍ରକ ସହର ଜାନୁଗଞ୍ଜରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।
ଅନୁଯାୟୀ, ଜାନୁଗଞ୍ଜରେ ଏକ କୁକୁର ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ଚିକିତ୍ସା ପାଇଁ ସ୍ଥାନୀୟ ଯୁବକ ରୁଦ୍ରନାରାୟଣ ସାମଲ ହେଲ୍ପ ଲାଇନ ନମ୍ବର ୧୯୬୨କୁ ଫୋନ୍‌ କଲ୍‌ କରିଥିଲେ। ପରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ସେଠାରେ ପହଞ୍ଚତ୍ଥିଲା। ଉକ୍ତ ଗାଡ଼ିରେ ଡ୍ରାଇଭରଙ୍କ ସହ ଆସିଥିବା ଅନ୍ୟ ଜଣେ ଯୁବକ କୁକୁରର ପ୍ରାଥମିକ ଚିକିତ୍ସା କରିବା ପାଇଁ କିଛି ସରଞ୍ଜାମ କିଣିବାକୁ କହିଥିଲେ। ସରଞ୍ଜାମ ଆଣିବା ପରେ ଚିକିତ୍ସା ତ ଦୂରର କଥା କୁକୁରକୁ ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ। ଏହା ଦେଖି ସେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ନୁହେଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାଙ୍କୁ ପଚାରିବାରୁ ସେ ମଧ୍ୟ ସତ ମାନିଥିଲେ। ଡାକ୍ତରମାନେ ମିଟିଂରେ ଥିବାରୁ ତାଙ୍କୁ ପଠାଇଛନ୍ତି ବୋଲି କହିଥିଲେ। ସ୍ଥାନୀୟ ଲୋକେ ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ସମୟ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଦୀର୍ଘ ସମୟ ପରେ ଜିଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହ ନିର୍ଦ୍ଦେଶକ ଡା. ଗଙ୍ଗାଧର ରାଉଳ ପହଞ୍ଚତ୍ କୁକୁରର ଚିକତ୍ସା କରିଥିଲେ। ତେବେ ଏହାକୁ ନେଇ ଡ୍ରାଇଭର ଓ ଉକ୍ତ ଯୁବକଙ୍କ ସହ ଡାକ୍ତରଙ୍କୁ ମଧ୍ୟ ହଟହଟା ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ଡା. ରାଉଳ କହିଛନ୍ତି, ଡାକ୍ତରମାନେ ମିଟିଂରେ ଥିଲେ। ପ୍ରାଥମିକ ସ୍ତରରେ କ’ଣ ହୋଇଛି, ଦେଖିବା ପାଇଁ ଡ୍ରାଇଭରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଗୁରୁତର ହୋଇଥିଲେ ଡାକ୍ତରଙ୍କୁ ଜଣାଇବାକୁ କୁହାଯାଇଥିଲା।
ପ୍ରଶ୍ନ ଉଠୁଛି, ସରକାରୀ ଖର୍ଚ୍ଚରେ ଏହି ଗାଡ଼ିରେ ତେଲ ପଡ଼ୁଥିବା ବେଳେ ଏଥିରେ ବିଭାଗୀୟ ଡାକ୍ତର କିମ୍ବା କର୍ମଚାରୀଙ୍କ ବଦଳରେ ବେସରକାରୀ ଲୋକ ଚିକିତ୍ସା ପାଇଁ କେମିତି ଯାଉଛନ୍ତି। ଏନେଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷିକେଶ ବେହେରାଙ୍କୁ ପଚାରିବାରୁ ସେ ଟ୍ରେନିଂରେ ଭୁବନେଶ୍ୱରରେ ଅଛନ୍ତି, ଘଟଣା ବିଷୟରେ ଜାଣିନାହାନ୍ତି। ଏ ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?