ଖୋଲିପାରୁନି ୟୁନିଟ୍‌-୨ ଫଳ ବଜାର

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଫଳ ବ୍ୟବସାୟୀ ରହିଛନ୍ତି। କେବଳ ଏହି ଛକ ନୁହେଁ, ସହରର ଅନେକ ସ୍ଥାନରେ ରାସ୍ତା କଡ଼ରେ ଛିଡା ହୋଇ ବ୍ୟବସାୟୀମାନେ ବିକ୍ରିବଟା କରୁଛନ୍ତି। ଅପରପକ୍ଷେ ୟୁନିଟ୍‌-୧ ଓ ୟୁନିଟ୍‌-୨ର ଫଳ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ‘ଫଳ ବଜାର’ ଏ ପର୍ଯ୍ୟନ୍ତ ଖୋଲା ଯାଇନାହିଁ। ଏଥିଯୋଗୁ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ବ୍ୟବସାୟୀମାନେ ଖରାବର୍ଷାରେ ବେପାର କରିବାକୁ ବାଧ୍ୟ ହେଉଛନ୍ତି। ୟୁନିଟ୍‌-୨ରେ ଥିବା ପେଟ୍ରୋଲ୍‌ ପମ୍ପ ନିକଟରେ ନିର୍ମିତ ଫଳ ବଜାର ପାଇଁ ୨୦୧୨ରେ ବିଏମ୍‌ସିକୁ ଜମି ପ୍ରଦାନ କରା ଯାଇଥିଲା। ୨୦୧୩ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୫ରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଉକ୍ତ ବର୍ଷ ଅଗଷ୍ଟ ସୁଦ୍ଧା ବ୍ୟବସାୟୀଙ୍କୁ ସୁବିଧା ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ଶେଷ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଖୋଲିପାରୁନାହିଁ। ୩ ମହଲା ବିଶିଷ୍ଟ କୋଠାରେ ଥିବା ୭୬ ଜଣ ବ୍ୟବସାୟୀ ଫଳ ବିକ୍ରି ପାଇଁ ସ୍ଥାନ ପାଇବେ। ଏଥପାଇଁ ସେମାନଙ୍କୁ ବର୍ଗଫୁଟ୍‌ ପିଛା ୩୫ଟଙ୍କା ଲେଖାଏ ମାସିକ ଦେୟ ଦେବାକୁ ପଡ଼ିବ। ବିଲ୍ଡିଂର ୨ଟି ପ୍ରବେଶ ପଥ ରହିଛି। ପ୍ରତ୍ୟେକ ମହଲାରେ ୮ଫୁଟ୍‌ ଦୀର୍ଘ ୧୦ଫୁଟ୍‌ ପ୍ରଶସ୍ତ ମାପ କରୁଥିବା ୨୪ କୋଠରି ରହିଛି। ୧.୯୨ କୋଟି ବ୍ୟୟରେ ପ୍ରାୟ ୪ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଫଳ ବଜାର ନିର୍ମାଣ କରାଯାଇଛି। ସେହିପରି ପ୍ରତି ମହଲାରେ ୨ଟି ଲେଖାଏ ମୋଟ୍‌ ୬ଟି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି। ଏଠାରେ ଭୂତଳ ପାର୍କିଂର ବନ୍ଦୋବସ୍ତ କରାଯାଇଥିବା ସୂଚନା ରହିଛି।
ଅପରପକ୍ଷେ ମାର୍କେଟ୍‌ କମ୍ପ୍ଲେକ୍ସରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଟ୍ରାନ୍ସଫର୍ମର୍‌ ସ୍ଥାପନ ପରେ ବ୍ୟବସାୟୀଙ୍କୁ ଏହା ହସ୍ତାନ୍ତର କରାଯିବ ବୋଲି ଡେପୁଟି କମିଶନର (ମାର୍କେଟିଂ) ପ୍ରମୋଦ କୁମାର ପୃଷ୍ଟି ସୂଚନା ଦେଇଛନ୍ତି। ରାସ୍ତାରେ ଫଳ ବିକ୍ରି କରିବା ଫଳରେ ଧୂଳି ଓ ଖରାରେ ଫଳ ନଷ୍ଟ ହେଉଛି। ଏହାସହ ଶୀତତାପ ନିୟନ୍ତ୍ରଣରେ ରହୁ ନଥିବାରୁ ଫଳ ପଚିଯିବା ଫଳରେ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ବ୍ୟବସାୟୀଙ୍କୁ ବଜାରକୁ ସ୍ଥାନାନ୍ତରଣ ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ କମ୍‌ ହେବ ବୋଲି ପୃଷ୍ଟି କହିଛନ୍ତି। ବିଶେଷକରି କ୍ୟାପିଟାଲ୍‌ ଥାନା ସମ୍ମୁଖରେ ବ୍ୟବସାୟ କରୁଥିବା ଫଳ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?