ଖୋଲିପାରୁନି ୟୁନିଟ୍‌-୨ ଫଳ ବଜାର

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଫଳ ବ୍ୟବସାୟୀ ରହିଛନ୍ତି। କେବଳ ଏହି ଛକ ନୁହେଁ, ସହରର ଅନେକ ସ୍ଥାନରେ ରାସ୍ତା କଡ଼ରେ ଛିଡା ହୋଇ ବ୍ୟବସାୟୀମାନେ ବିକ୍ରିବଟା କରୁଛନ୍ତି। ଅପରପକ୍ଷେ ୟୁନିଟ୍‌-୧ ଓ ୟୁନିଟ୍‌-୨ର ଫଳ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ‘ଫଳ ବଜାର’ ଏ ପର୍ଯ୍ୟନ୍ତ ଖୋଲା ଯାଇନାହିଁ। ଏଥିଯୋଗୁ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ବ୍ୟବସାୟୀମାନେ ଖରାବର୍ଷାରେ ବେପାର କରିବାକୁ ବାଧ୍ୟ ହେଉଛନ୍ତି। ୟୁନିଟ୍‌-୨ରେ ଥିବା ପେଟ୍ରୋଲ୍‌ ପମ୍ପ ନିକଟରେ ନିର୍ମିତ ଫଳ ବଜାର ପାଇଁ ୨୦୧୨ରେ ବିଏମ୍‌ସିକୁ ଜମି ପ୍ରଦାନ କରା ଯାଇଥିଲା। ୨୦୧୩ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୫ରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଉକ୍ତ ବର୍ଷ ଅଗଷ୍ଟ ସୁଦ୍ଧା ବ୍ୟବସାୟୀଙ୍କୁ ସୁବିଧା ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ଶେଷ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଖୋଲିପାରୁନାହିଁ। ୩ ମହଲା ବିଶିଷ୍ଟ କୋଠାରେ ଥିବା ୭୬ ଜଣ ବ୍ୟବସାୟୀ ଫଳ ବିକ୍ରି ପାଇଁ ସ୍ଥାନ ପାଇବେ। ଏଥପାଇଁ ସେମାନଙ୍କୁ ବର୍ଗଫୁଟ୍‌ ପିଛା ୩୫ଟଙ୍କା ଲେଖାଏ ମାସିକ ଦେୟ ଦେବାକୁ ପଡ଼ିବ। ବିଲ୍ଡିଂର ୨ଟି ପ୍ରବେଶ ପଥ ରହିଛି। ପ୍ରତ୍ୟେକ ମହଲାରେ ୮ଫୁଟ୍‌ ଦୀର୍ଘ ୧୦ଫୁଟ୍‌ ପ୍ରଶସ୍ତ ମାପ କରୁଥିବା ୨୪ କୋଠରି ରହିଛି। ୧.୯୨ କୋଟି ବ୍ୟୟରେ ପ୍ରାୟ ୪ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଫଳ ବଜାର ନିର୍ମାଣ କରାଯାଇଛି। ସେହିପରି ପ୍ରତି ମହଲାରେ ୨ଟି ଲେଖାଏ ମୋଟ୍‌ ୬ଟି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି। ଏଠାରେ ଭୂତଳ ପାର୍କିଂର ବନ୍ଦୋବସ୍ତ କରାଯାଇଥିବା ସୂଚନା ରହିଛି।
ଅପରପକ୍ଷେ ମାର୍କେଟ୍‌ କମ୍ପ୍ଲେକ୍ସରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଟ୍ରାନ୍ସଫର୍ମର୍‌ ସ୍ଥାପନ ପରେ ବ୍ୟବସାୟୀଙ୍କୁ ଏହା ହସ୍ତାନ୍ତର କରାଯିବ ବୋଲି ଡେପୁଟି କମିଶନର (ମାର୍କେଟିଂ) ପ୍ରମୋଦ କୁମାର ପୃଷ୍ଟି ସୂଚନା ଦେଇଛନ୍ତି। ରାସ୍ତାରେ ଫଳ ବିକ୍ରି କରିବା ଫଳରେ ଧୂଳି ଓ ଖରାରେ ଫଳ ନଷ୍ଟ ହେଉଛି। ଏହାସହ ଶୀତତାପ ନିୟନ୍ତ୍ରଣରେ ରହୁ ନଥିବାରୁ ଫଳ ପଚିଯିବା ଫଳରେ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ବ୍ୟବସାୟୀଙ୍କୁ ବଜାରକୁ ସ୍ଥାନାନ୍ତରଣ ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ କମ୍‌ ହେବ ବୋଲି ପୃଷ୍ଟି କହିଛନ୍ତି। ବିଶେଷକରି କ୍ୟାପିଟାଲ୍‌ ଥାନା ସମ୍ମୁଖରେ ବ୍ୟବସାୟ କରୁଥିବା ଫଳ ବ୍ୟବସାୟୀ ଏହାଦ୍ୱାରା ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖନନବେଳେ ମାଟି ତଳୁ ମିଳିଲା ମୂର୍ତ୍ତି

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁକସାରି ମନ୍ଦିର ପାର୍ଶ୍ୱରେ ବୁଧବାର ସକାଳେ ଖନନ କାର୍ଯ୍ୟ ଚାଲିଥିବାବେଳେ ମାଟିତଳୁ ଏକ ପ୍ରାଚୀନ ଦେବୀଙ୍କ ମୂର୍ତ୍ତି ମିଳିଛି। ଭୁବନେଶ୍ୱରକୁ...

ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ: ଡ୍ରାଇଭର ଗିରଫ

ନୟାଗଡ଼ ଅଫିସ,୧୫।୨: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣୀଗୋଛା ରାଜପୁତ ଢାବା ନିକଟରୁ ଶନିବାର ଏକ ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେନ୍ଦ୍ରୀୟ...

ଆଜି ପ୍ରଦର୍ଶିତ ହେବ ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚଳିତ ବର୍ଷ ମେ ୩ରେ ଓଡ଼ିଶା ଉପକୂଳ ସାମୁଦ୍ରିକ ଝଡ ଫନୀ ଦ୍ୱାରା ଘୋର ପ୍ରଭାବିତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି...

ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ ଆବଶ୍ୟକ ପଡ଼ିବନି: ‘ମଧୁ ଆପ୍‌’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଛାତ୍ରୀଛାତ୍ରମାନେ ମୋବାଇଲ ଫୋନରେ ଯେଭଳି ପଢ଼ିବେ ଓ ବିଦ୍ୟାଳୟରେ ବୁଝି ପାରି ନ ଥିବା ପାଠକୁ ଶିକ୍ଷକ ପଢ଼ାଉଥିବା ଭିଡିଓ ଦେଖି ବୁଝିପାରିବେ ସେଥିନିମନ୍ତେ ପ୍ରସ୍ତୁତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ ଅଫିସ,୧୭ା୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ସସ୍ତ୍ରୀକ ଶନିବାର ଅପରାହ୍ନରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି। ପ୍ରଧାନ...

ଦଳ ଛାଡ଼ିଲେ ଶତାଧିକ କଂଗ୍ରେସ କର୍ମୀ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତର କଂଗ୍ରେସ ସମର୍ଥତ୍ତ ସରପଞ୍ଚ ନୀହାରିକା ବିଶ୍ୱାଳ ଶୁକ୍ରବାର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ଏ...

ସଂସ୍କୃତି ସଚିବ ଦାୟିତ୍ୱ ନେଲେ ରଞ୍ଜନ ଦାସ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ବୁଧବାର ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ...

Advertisement
Archives

Model This Week