ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର,୭।୮(ବ୍ୟୁରୋ): ଶାଶୂ ଘର ଲୋକଙ୍କ ନିର୍ଯାତନା ସାଙ୍ଗକୁ ରୋଗର ଜ୍ୱାଳା ସହି ନ ପାରି ଜଣେ ନବବଧୂ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ ଘରର ଆଜ୍‌ବେଷ୍ଟସ୍‌ ଲୁହା ପାଇପ୍‌ରେ ଓଢଣୀ ବାନ୍ଧି ଝୁଲିପଡିଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କୋଲନୀରେ ଏହି ଘଟଣା ଘଟିଛଇ। ମୃତା ନବବଧୂ ଜଣକ ହେଲେ କଟକ ନିଆଳିର ପ୍ରଜ୍ଞାପାରମିତା ସ୍ବାଇଁ (୨୪)। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଅପରପକ୍ଷରେ ଶାଶୂଘର ଲୋକେ ଭଉଣୀଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ପ୍ରିୟବ୍ରତ ସ୍ବାଇଁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଥାନା ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତ ପାତ୍ରଙ୍କୁ ନିଆଳିର ପ୍ରଜ୍ଞାପାରମିତା ସ୍ବାଇଁ ୨ ମାସ ତଳେ ବିବାହ କରିଥିଲେ। ଦେହ ଖରାପ ହେବାରୁ ଶାଶୂ ଘର ଲୋକେ ତାଙ୍କୁ ବାପଘରକୁ ଯିବାକୁ କହିବା ସହ ଦେହ ଭଲ ହେଲେ ଆସିବୁ କହି ଘରୁ ତଡି ଦେଇଥିଲେ। ଫଳରେ ବିବାହର ଅଳ୍ପ କେଇଦିନ ପରେ ସେ ଜିଜିପି କୋଲନୀସ୍ଥିତ ନିଜ ଭାଇ ପାଖରେ ରହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କ୍ୟାନସର ହେବାର ସମ୍ଭାବନା ରହିଥିବା କହିଥିଲେ। ଫଳରେ ସେ ଗତ କିଛିଦିନ ହେବ ଚିନ୍ତାରେ ରହୁଥିଲେ। ଏଥିସହ ଶାଶୂଘର ଲୋକ ଓ ସ୍ବାମୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଫୋନ ଉଠାଉ ନ ଥିଲେ। ଫଳରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଶନିବାର ପ୍ରଜ୍ଞାପାରମିତାଙ୍କ ଭାଇ ଘରେ ନ ଥିବା ସମୟରେ ସେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘର କବାଟ ବନ୍ଦ ରହିଥିବା ଦେଖି ପଡୋଶୀମାନେ ବାରମ୍ବାର ଡାକିଥିଲେ ମଧ୍ୟ ସେ ନ ଖୋଲିବାରୁ ତାଙ୍କ ଭାଇକୁ ଫୋନ କରିଥିଲେ। ତାଙ୍କ ଭାଇଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ...

ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି

ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ...

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର...

ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି

ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର...

CORONAVIRUS UPDATE: ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି...

ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୨ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ...

ଗଞ୍ଜାମ ଜିଲା: ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୪ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Archives

Model This Week