Posted inଜାତୀୟ

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି। କାର୍‌ ଜଳୁଥିବା ସମୟରେ ସମୟରେ ସ୍ତ୍ରୀଙ୍କୁ ଭିଡିଓ କଲରେ ଲାଇଭ ଘଟଣା ଦେଖାଇଥିଲେ। ଏହି ଘଟଣା ଭରତପୁର ସହରର କୋଟୱାଲୀ ଅଞ୍ଚଳର ଅଟେ। ମାମଲା ପୋଲିସ ପାଖରେ ପହଞ୍ଚିଛି। ପୋଲିସ ଏହାର ସମ୍ପୂର୍ଣ୍ଣ ତଦନ୍ତ କରୁଛି।
ସୂଚନାନୁସାରେ, କୋଟୱାଲି ପୋଲିସ ଷ୍ଟେସନ ଅଞ୍ଚଳର ନଦିଆ ମୋହଲାରେ ସୋମବାର ଜଣେ ପ୍ରବୀଣ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। କାରଟି ନିଆଁରେ ପୋଡି ହୋଇଥିବାର ଦେଖି ସେଠାରେ ବହୁ ଲୋକ ଏକତ୍ରିତ ହୋଇଥିଲେ। କାରର ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପାଖରେ ପାର୍କିଂ ହୋଇଥିବା ଅନ୍ୟ ଏକ କାରକୁ ଜାଳି ଦେଇଥିଲା। ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। କୋଟୱାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରବୀଣଙ୍କୁ ଗିରଫ କରିଥିଲା। ପ୍ରବୀଣଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ବିରୋଧରେ କୋଟୱାଲୀ ଥାନାରେ ମାମଲା ଦାୟର କରିଛନ୍ତି। ତାଙ୍କ ରିପୋର୍ଟରେ ସେ କହିଛନ୍ତି, ପ୍ରବୀଣ ତାଙ୍କୁ ପ୍ରତିଦିନ ହଇରାଣ କରୁଥିଲେ। କାର୍‌ କିଣିବାରେ ସେ ଟଙ୍କା ଦେଇଥିଲେ। କିନ୍ତୁ ପ୍ରବୀଣ ପ୍ରତିଦିନ ତାଙ୍କ କାମ ପାଇଁ ଗାଡିଟିକୁ ନେଉଥିଲେ। ମୋ ଟଙ୍କାରେ କିଣାଯାଇଥିବା କାର୍‌ ନ ଚଲାଇବାକୁ କହିବାରୁ ପ୍ରବୀଣ ରାଗିଯାଇ କାର୍‌ରେ ନିଆଁ ଲଗାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ପୁଣି ଶାସନ ଡୋରି ଧରିବ ଜେଡିୟୁ-ଭାଜପା ମେଣ୍ଟ

ବୈଶାଳି,୧୬।୧: ବିହାରରେ ପୁଣି ଥରେ ଶାସନ ଡୋରି ଜେଡିୟୁ-ଭାଜପା ମେଣ୍ଟ ହାତକୁ ଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ...

ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୧୧: ବେଆଇନ ଖଣି ଖନନ ଦୁର୍ନୀତି ମାମଲାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ...

ଟର୍ବୁଲାନ୍ସରୁ ସ୍ପାଇସ୍‌ଜେଟ୍‌ର ୧୫ ଯାତ୍ରୀ ଆହତ

ନୂଆଦିଲ୍ଲୀ,୩।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି।...

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ...

‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ଉତ୍ତରାଖଣ୍ଡରେ ଜାରି ହେଲା ରେଡ୍‌ ଆଲର୍ଟ

ଡେରାଡୁନ୍‌, ୧୭।୧୦: ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି। ଏପରି କି ୧୭...

କରୋନା ସମୟରେ ଦେଶରେ ଗରିବ ବୃଦ୍ଧି ଦାବି ମିଛ, ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରଖିଲେ ତଥ୍ୟ

ନୂଆଦିଲ୍ଲୀ,୨୧ ।୩: କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିଆ କହିଛନ୍ତି କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଗରିବ ଓ...

ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଲେଣି ମୋଦି-ଶାହ ଯୋଡି

ପୁଣେ,୭।୧୦: ଗତ ଲୋକ ସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିଥିବା ଭାଜପା ସରକାର ଏବେ ପ୍ରଥମ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି।...

Advertisement
Archives

Model This Week