Posted inଜାତୀୟ

ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍‌ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍‌, ଲେଖା ଓ ମନ୍ତବ୍ୟକୁ ଆଧାର କରି ଗିରଫ କରିବା ଉଚିତ୍‌ ନୁହେଁ ବୋଲି ବୁଧବାର ଜାତିସଂଘ ପକ୍ଷରୁ କୁହାଯାଇଛି। ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ମନ୍ତବ୍ୟ ରଖିବାର ସ୍ବାଧୀନତା ରହିଥିବା ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟ୍ଟେରସ୍‌ କହିଛନ୍ତି। ବିଶ୍ୱରେ ଘଟୁଥିବା ସମସ୍ତ ଘଟଣା ଲୋକଲୋଚନକୁ ଆସିବା ଜରୁରୀ। କେବଳ ନାଗରିକ ନୁହଁନ୍ତି ପ୍ରତ୍ୟେକ ସାମ୍ବାଦିକଙ୍କର ମଧ୍ୟ ଅଭିବ୍ୟକ୍ତି ସ୍ବାଧୀନତା ରହିଛି। ଟୁଇଟର ଜରିଆରେ ନିଜ ମନ୍ତବ୍ୟ ଉପସ୍ଥାପନ କରିବା ତଥା କୌଣସି ଘଟଣା ଉପରେ ନିଜ ପକ୍ଷ ରଖିବା ଲାଗି କୌଣସି ବ୍ୟକ୍ତିଙ୍କୁ ଜେଲ ପଠାଯିବା ନିହାତିପକ୍ଷେ ଏକ ନିନ୍ଦନୀୟ କଥା ବୋଲି ସେକ୍ରେଟାରୀ ଜେନେରାଲ ଡୁଜାରିକ୍‌ କହିଛନ୍ତି। ତେବେ ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତୀସ୍ତାଙ୍କୁ ଗିରଫ କରାଯିବା ନେଇ ମଧ୍ୟ ଜାତିସଂଘ ମାନବାଧିକାର ନିନ୍ଦା କରିଛି।

ଜୁବୈର ଏବଂ ତୀସ୍ତାଙ୍କ ମାମଲାକୁ ନେଇ ଜାତିସଂଘ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ବିଷୟରେ ଅବଗତ ଥିବା ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗ୍‌ଚି କହିଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଜାତି ସଂଘର ହସ୍ତକ୍ଷେପ ନିହାତିପକ୍ଷେ ଅନୁଚିତ୍‌ ବୋଲି ସେ କହିଛନ୍ତି। ଦେଶରେ ଆଇନ୍‌ ବିରୋଧୀ କାର୍ଯ୍ୟ ପାଇଁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିବା ବାଗ୍‌ଚି କହିଛନ୍ତି।

୪ ଦିନିଆ ରିମାଣ୍ଡରେ ଥିବା ଜୁବୈରଙ୍କ ଟୁଇଟର ଆକାଉଣ୍ଟରୁ ୧୦୦ଟି ପୋଷ୍ଟ ଗାଏବ ହୋଇଯାଇଛି। ଗିରଫ ପରେ ୮୮ଟି ପୋଷ୍ଟ ଡିଲିଟ୍‌ ହୋଇଥିବା କୁହାଯାଉଛି। ଏଥିସହ ବୈଦ୍ୟୁତିକ ଉପକରଣରୁ ଅନେକ ପ୍ରମାଣ ହଟାଇ ନେଇଥିବା ଦିଲ୍ଲୀ ପୋଲିସ କହିଛି। ଅନ୍ୟପକ୍ଷରେ ଜୁବୈରଙ୍କ ଟୁଇଟ୍‌ ବାବଦରେ ପୋଲିସ ଯେଉଁ ଟୁଇଟର ଆକାଉଣ୍ଟରୁ ସୂଚନା ପାଇଥିଲା ସେହି ଆକାଉଣ୍ଟ ମଧ୍ୟ ଗାଏବ ହୋଇଯାଇଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?