Posted inରାଜ୍ୟ

‘ମୋ ବସ୍‌’ ସେବାକୁ ଜାତିସଂଘ ଆଓ୍ବାର୍ଡ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳରେ ସାଧାରଣ ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଥିବା ‘ମୋ ବସ୍‌’କୁ ବୁଧବାର ସମ୍ମାନଜନକ ଜାତିସଂଘ ପୁରସ୍କାର ମିଳିଛି। କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୋଭିଡ୍‌-୧୯ ମହାମାରୀ ସମୟରେ ବିଶ୍ୱ ସମୁଦାୟକୁ ବିଭିନ୍ନ ସେବା ଯୋଗାଇ ଆସୁଥିବା ଭାରତ, ବ୍ରାଜିଲ୍‌, କାନାଡା, ଆୟର୍ଲାଣ୍ଡ, ପାନାମା, ଫିଲିପାଇନ୍ସ, ପୋଲାଣ୍ଡ, ସଉଦି ଆରବ, ଥାଇଲାଣ୍ଡ ଏବଂ ୟୁକ୍ରେନ୍‌ର ୧୦ଟି ଉନ୍ନତ ସେବାକୁ ଏହି ବିଶ୍ୱସ୍ତରୀୟ ସମ୍ମାନଜନକ ପୁରସ୍କାର ମିଳିଛି। ଏଥିମଧ୍ୟରେ ଶିଶୁ ସୁରକ୍ଷା, ଉନ୍ନତ ଲିଙ୍ଗଗତ ସମାନତା ଏବଂ ଜଳକ୍ଲିଷ୍ଟ ଲୋକଙ୍କୁ ସୁରକ୍ଷା ଦେବା ଭଳି ଉତ୍ତମ ବ୍ୟବସ୍ଥାକୁ ସାମିଲ କରାଯାଇଛି। ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ପକ୍ଷରୁ ଭର୍ଚୁଆଲ୍‌ ଯୋଗେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି...

କଂଗ୍ରେସର ୯ ବିଧାୟକ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଏଆଇସିସିର ଡ଼କରା ପରେ ରାଜ୍ୟର ୯ କଂଗ୍ରେସ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ। ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ସୂଚନା ଦେଇଛନ୍ତି...

୭ ଦିନରେ କ୍ଷତି ଆକଳନ ନିର୍ଦ୍ଦେଶ

ଭୁବନେଶ୍ୱର,୨୮ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସ ଜରିଆରେ...

ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି।...

କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ।...

କାଲି ବନ୍ଦ ରହିବ ମୋ ବସ୍‌ ସେବା, ହେଲେ…

ଭୁବନେଶ୍ୱର,୨୮।୩(ବ୍ୟୁରୋ): ସୋମବାର ରଙ୍ଗର ପର୍ବ ହୋଲି। ଏଥିନିମନ୍ତେ ପ୍ରଥମାର୍ଦ୍ଧରେ ମୋ ବସ ସେବା ବନ୍ଦ ରହିବ । ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା...

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ହିଙ୍ଗୁଳାକ୍ଷେତ୍ର ଶ୍ରଦ୍ଧାଳୁମୟ

ତାଳଚେର,୧୬।୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ ଶୁକ୍ରବାରଠାରୁ ଆରମ୍ଭ...

Advertisement
Archives

Model This Week